Indus Valley Times

ଅଜଣା ରୋଗରେ ମରୁଛନ୍ତି ଶିଶୁ :ପରିତ୍ୟକ୍ତ ଅଭହେଳିତ ସ୍ଥିତିରେ ଅଙ୍ଗନ ୱାଡ଼ି କେନ୍ଦ୍ର

 Breaking News

ଅଜଣା ରୋଗରେ ମରୁଛନ୍ତି ଶିଶୁ :ପରିତ୍ୟକ୍ତ ଅଭହେଳିତ ସ୍ଥିତିରେ ଅଙ୍ଗନ ୱାଡ଼ି କେନ୍ଦ୍ର

August 20
19:13 2024

ପ୍ରମୋଦ ସାହୁକାରଙ୍କ ରିପୋର୍ଟ
ଚନ୍ଦ୍ରପୁର, ୨୦/୮ : ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକର ହନୁମନ୍ତପୁରୁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜୁବାଗୁଡ଼ି ଗ୍ରାମରେ ଗତ କିଛିଦିନ ମଧ୍ୟରେ ଅଜଣା ରୋଗରେ ଆକ୍ରାନ୍ତ ହୋଇ ପାଞ୍ଚଜଣ ଶିଶୁଙ୍କର ଅକାଳ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଶିଶୁ ଚିକିତ୍ସାଧୀନ ଅଛନ୍ତି ଏବଂ ଆଜି ଜଣେ ମହିଳା ଓ ଶିଶୁକୁ ଡାକ୍ତରଖାନା ନେବା ପାଇଁ ଆମୁଲାନସ କୁ ଖବର ଦିଆଯାଇଛି ବୋଲି ଗ୍ରାମବାସୀଙ୍କ ତରଫରୁ ସୂଚନା ମିଳିଛି ଏଥିପାଇଁ ଗ୍ରାମରେ ଆତଙ୍କ ଖେଳି ଯାଇ ଥିବା ବେଳେ ଦୁଇ ଦିନ ପୂର୍ବରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଏକ ଡାକ୍ତରି ଦଳଉକ୍ତ ଗ୍ରାମ ପରିଦର୍ଶନରେ ଆସି ସ୍ଥିତି ଅନୁଧ୍ୟାନ କରି ଯାଇଛନ୍ତି ।
କିନ୍ତୁ ଉକ୍ତ ଗ୍ରାମରେ ଥିବା ଅଙ୍ଗନ ବାଡ଼ି କେନ୍ଦ୍ର ନିର୍ମାଣ ଠାରୁ ଆଜି ସୁଧା ପରିତ୍ୟକ୍ତ ଓ ଅଵହେଳିତ ସ୍ଥିତିରେ ଥିବା ସାଧାରଣ ରେ ବିସ୍ମୟ ସୃଷ୍ଟି କରୁଛି ଦୁର୍ଭାଗ୍ୟ ର ବିଷୟ ଉକ୍ତ ଗ୍ରାମକୁ ଅଙ୍ଗନ ୱାଡ଼ି କର୍ମୀ ବାସନ୍ତୀ ଦିବକା କେବେ ଆସୁନଥିବା ଏବଂ ଶିଶୁ ଗର୍ଭବତୀ ପ୍ରସ୍ତୁତି ମହିଳା କିମ୍ବା ବୃଦ୍ଧ ବୃଦ୍ଧା ମାନଙ୍କୁ ପୃଷ୍ଟି କର ଖାଦ୍ୟ ଯୋଗାଉ ନଥିବା ଅଭିଯୋଗ ହେଉଛି ସବୁଠାରୁ ବିଡ଼ମ୍ବନାର କଥା ସମନିତ୍ୟ ଶିଶୁ ବିକାଶ ଯୋଜନା ର ପରି ଦର୍ଶୀକା ମୁନିଗୁଡା ରେ ରହି କକ୍ତ ଗ୍ରାମକୁ କେବେ ଦେଖି ନ ଥିବା କିମ୍ବା କେନ୍ଦ୍ର ପରିଦର୍ଶନ ଯାଇ ନ ଥିବା ଖୋଦ ପରିଦର୍ଶୀକା ଏବଂ ଚନ୍ଦ୍ରପୁର ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ସ୍ୱୀକାର କରିଛନ୍ତି ।
୧୫ ରୁ ଉର୍ଦ୍ଧ ପରିବାର ବସବାସ କରି ଆସୁଥିବା ବେଳ ଏହି ଆଧିବାସି ଗ୍ରାମ ନୁହେଁ ବ୍ଲକର ଅଧିକାଂଶ ପ୍ରାକ ବିଦ୍ୟାଳୟ ଏବ ବିଦ୍ୟାଳୟ ଗୃହ ଅଧା ପନ୍ତରିଆ ପରିତ୍ୟକ୍ତ ଓ ଅଵହେଳିତ ଅଵସ୍ଥା ରେ ଥିବା ଶିଶୁ ଓ ମହିଳା ବିକାଶ ତଥା ଗଣଶିକ୍ଷା ବିଭାଗର ଚରମ ଅଵହେଳା ତଥା ଉଦା ରିକତା ପ୍ରତି ଆଙ୍ଗୁଳି ନିଦ୍ଧେଶ କରୁଛି ବିଭାଗ୍ୟୟ କତ୍ତୃପକ୍ଷ ଏ ଦିଗରେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହେବାସହ ସପୃକ୍ତ ଅଧିକାରୀ ଏବଂ କର୍ମଚାରୀ ମାନଙ୍କ ପ୍ରତି କାର‌୍ୟ୍ୟନୁଷ୍ଠାନ ଗ୍ରହଣ ପାଇଁ ନିବେଦନ କରା ଯାଉଛି ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930