Indus Valley Times

ବାହୁଡ଼ା ଯାତ୍ରାରେ ରଥ ଉପରେ ମୋବାଇଲ୍ ବ୍ୟବହାର : ଆଉ ଜଣେ ସେବାୟତଙ୍କ ବିରୋଧରେ ଥାନାରେ ଅଭିଯୋଗ

 Breaking News

ବାହୁଡ଼ା ଯାତ୍ରାରେ ରଥ ଉପରେ ମୋବାଇଲ୍ ବ୍ୟବହାର : ଆଉ ଜଣେ ସେବାୟତଙ୍କ ବିରୋଧରେ ଥାନାରେ ଅଭିଯୋଗ

July 17
16:46 2024

ପୁରୀ,୧୭/୭: ବାହୁଡ଼ାଯାତ୍ରା ସମୟରେ ରଥ ଉପରେ ମୋବାଇଲ ବ୍ୟବହାର ନେଇ ଶ୍ରୀମନ୍ଦିର ପ୍ରଶାସନ ଆଉ ଜଣେ ସେବକଙ୍କ ବିରୋଧରେ ସିଂହଦ୍ବାର ଥାନାରେ ଅଭିଯୋଗ କରିଛି।
ଦେବଦଳନ ରଥରେ ମା’ ସୁଭଦ୍ରାଙ୍କ ସମ୍ମୁଖରେ ସମ୍ପୃକ୍ତ ସେବାୟତ ଫୋନ୍ ବ୍ୟବହାର କରୁଥିବା ଫଟୋ ତଥା ଖବରକାଗଜରେ ପ୍ରକାଶିତ ଲେଖା ମଧ୍ୟ ଏଥି ସହ ସଲଗ୍ନ କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଆଉ କେତେକ ସେବକଙ୍କ ବିରୋଧରେ ମଧ୍ୟ ମୋବାଇଲ ବ୍ୟବହାର ନେଇ ଚିତ୍ର ଏବଂ ଭିଡିଓ ହସ୍ତଗତ ହୋଇଛି।
ଏନେଇ ପର୍ଯ୍ୟାୟକ୍ରମେ ଅଭିଯୋଗ ଦାଖଲ ହେବା ସହିତ ପୁଲିସ ପକ୍ଷରୁ ଚିହ୍ନଟ ପରେ ଆବଶ୍ୟକ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ।
ବାହୁଡାଯାତ୍ରାରେ କିଛି ସେବାୟତମାନେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ତରଫରୁ ଜାରି ନିର୍ଦ୍ଦେଶକୁ ମାନି ନଥିଲେ। ରଥ ଉପରକୁ ମୋବାଇଲ ନେଇ ଯାଇଥିଲେ। ସେମାନେ ପ୍ରବଳ ଜନଗହଳିର ଭିଡିଓ ପ୍ରସ୍ତୁତ କରିଥିଲେ।
ସେବାୟତଙ୍କ ଏଭଳି ଆଚରଣ ଦେଖାଯିବା ପରେ ଏବେ ମନରେ ଏକାଧିକ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ସେବାୟତ ବଡ଼ ନା ମୁଖ୍ୟ ପ୍ରଶାସକ ବଡ଼ ବୋଲି ମନରେ ଆନ୍ଦୋଳନ ସୃଷ୍ଟି ହୋଇଛି। ପ୍ରଶାସକଙ୍କ ନିର୍ଦ୍ଦେଶକୁ ଅଣଦେଖା କରି ସେବାୟତମାନେ ରଥ ଉପରକୁ ମୋବାଇଲ ନେଇ ଖୁସିମନରେ ଭିଡିଓ କରିବାର ଚିତ୍ର ଭାଇରାଲ ହେଉଛି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031