Indus Valley Times

ଅନୁଷ୍ଠିତ ହେବ ନାଟ୍ୟ ଧାରାର ତୃତୀୟ ରାଜ୍ୟସ୍ତରୀୟ ନାଟ୍ୟମେଳା

 Breaking News

ଅନୁଷ୍ଠିତ ହେବ ନାଟ୍ୟ ଧାରାର ତୃତୀୟ ରାଜ୍ୟସ୍ତରୀୟ ନାଟ୍ୟମେଳା

ଅନୁଷ୍ଠିତ ହେବ ନାଟ୍ୟ ଧାରାର ତୃତୀୟ ରାଜ୍ୟସ୍ତରୀୟ ନାଟ୍ୟମେଳା
February 14
19:29 2022

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୧୪/୨ : ନୟାଗଡ଼ ପଞ୍ଜିକୃତ ନାଟ୍ୟ ସଂସ୍ଥା ନାଟ୍ୟଧାରା ଏବଂ ଜିଲ୍ଲା ସଂସ୍କୃତି ପରିଷଦ ଙ୍କ ମିଳିତ ଆନୁକୁଲ୍ୟରେ ଚଳିତ ବର୍ଷ ୧ ମାର୍ଚ୍ଚ ୨୦୨୨ ଠାରୁ ୭ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ଦୀର୍ଘ ସାତଦିନ ଧରି ରାଜ୍ୟସ୍ତରୀୟ ନାଟ୍ୟମେଳା ସ୍ଥାନୀୟ ପଠାଣି ସାମନ୍ତ ଅଡିଟୋରିୟମ ଠାରେ ଅନୁଷ୍ଠିତ ହେବାପାଇଁ ଅନୁଷ୍ଠାନ ପକ୍ଷରୁ ସ୍ଥିର କରାଯାଇଥିବା ସଭାପତି ସମାଜସେବୀ ତଥା ସାମ୍ବାଦିକ ପ୍ରମୋଦ ପଟ୍ଟନାୟକ ସୂଚନା ଦେଇଛନ୍ତି।
ବିଗତ ଦୁଇ ବର୍ଷ ଧରି ନାଟକୋତ୍ସବର ଅଭୂତପୂର୍ବ ସଫଳତା କୁ ଦୃଷ୍ଟିରେ ରଖି ଚଳିତବର୍ଷ ନାଟ୍ୟମେଳା ଆୟୋଜନ କରାଯିବାପାଇଁ ସ୍ଥିର କରାଯାଇଛି। ଭୁବନେଶ୍ୱର, ଖୋର୍ଦ୍ଧା, ପୁରୀ, ବ୍ରହ୍ମପୁର , ବେଲପାହାଡ ଆଦି ରାଜ୍ୟର ବିଭିନ୍ନ ସ୍ଥାନରୁ ନାଟ୍ୟ ଅନୁଷ୍ଠାନ ମାନେ ଏହି ନାଟ୍ୟ ମେଳା ରେ ଯୋଗଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।
ଥିଏଟର ଶୈଳୀରେ ପ୍ରତ୍ୟେହ ସନ୍ଧ୍ୟା ସାତ ଘଟିକା ରୁ ଆରମ୍ଭ ହେବାକୁ ଥିବା ରାଜ୍ୟସ୍ତରୀୟ ନାଟ୍ୟମେଳା କୁ ପରିପୂର୍ଣ୍ଣ ପଭୋଗ ପୂର୍ବକ ମଞ୍ଚମୁଖୀ ହେବା ନିମନ୍ତେ ନାଟ୍ୟପ୍ରେମୀ ମାନଙ୍କୁ ନାଟ୍ୟଧାରା ପକ୍ଷରୁ ନିବେଦନ କରାଯାଇଛି।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30