Indus Valley Times

ଅବକାରୀ ବିଭାଗର ଚଢାଉ: ବିପୁଳ ପରିମାଣର ଗଞ୍ଜେଇ ଜବତ, ଜଣେ ଗିରଫ

 Breaking News

ଅବକାରୀ ବିଭାଗର ଚଢାଉ: ବିପୁଳ ପରିମାଣର ଗଞ୍ଜେଇ ଜବତ, ଜଣେ ଗିରଫ

ଅବକାରୀ ବିଭାଗର ଚଢାଉ: ବିପୁଳ ପରିମାଣର ଗଞ୍ଜେଇ ଜବତ, ଜଣେ ଗିରଫ
February 09
11:42 2023

ବସ୍ତା,୯/୨: ବସ୍ତା ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା। ୬୦ ନମ୍ବର ଜାତୀୟ ରାଜପଥ ଅମର୍ଦାରୋଡ଼ ବାଇପାସ ନିକଟରୁ ପାଖାପାଖି ୧ କୋଟି ଟଙ୍କାର ଅଫିମ ଜବତ କରିଛି ଅବକାରୀ ବିଭାଗ।
ସୂଚନା ଅନୁଯାୟୀ ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ଅମର୍ଦାରୋଡ ବାଇପାସ ନିକଟରୁ ବସ୍ତା ଓ ଜଳେଶ୍ୱର ଅବକାରୀ ବିଭାଗ ଏବଂ ଅବକାରୀ ସ୍ୟାଟଲାଇଟ ୟୁନିଟ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ୯୯୦ ଗ୍ରାମର ଅଫିମ ଜବତ କରିବା ସହିତ ଜଣେ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି।
ଜବତ ଅଫିମର ଆନୁମାନିକ ମୂଲ୍ୟ ୯୯ ଲକ୍ଷ ଟଙ୍କାରୁ ଅଧିକ ହେବ ଜଣାପଡ଼ିଛି। ଗିରଫ ହୋଇଥିବା ବ୍ୟବସାୟୀ ଜଣକ ବସ୍ତା ଥାନା ତଳ ତାପଣ୍ଡା ଗ୍ରାମର ଜଳଧର ରାଉତ। ତେବେ ଏତେ ଟଙ୍କାର ଅଫିମ କୋଉଠୁ ଆଣୁଥିଲେ କୋଉଠିକୁ ନେଉଥିଲେ, ଏହି କାରବାର ପଛରେ କିଏ କିଏ ଅଛନ୍ତି ତାହା ଅଧିକ ତଦନ୍ତ ପରେ ଜଣାପଡ଼ିବ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031