Indus Valley Times

ଅଭାବନୀୟ ! ସାପ କାମୁଡ଼ାରେ ଭାଇ ଓ ଭଉଣୀଙ୍କ ମୃତ୍ୟୁ ସନ୍ଦେହ

 Breaking News

ଅଭାବନୀୟ ! ସାପ କାମୁଡ଼ାରେ ଭାଇ ଓ ଭଉଣୀଙ୍କ ମୃତ୍ୟୁ ସନ୍ଦେହ

July 25
13:03 2024

ବଲାଙ୍ଗୀର,୨୫/୭: ବଲାଙ୍ଗୀର ଜିଲା ସଇଁତଳା ଥାନା ଜାମପଦର ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ରାତିରେ ମା’-ବାପାଙ୍କ ସହ ଶୋଇଥିବା ବେଳେ ଭଉଣୀ-ଭାଇ ଅସୁସ୍ଥ ହୋଇପଡ଼ିଥିଲେ। ଉଭୟଙ୍କୁ ସଇଁତଳାରୁ ଭୀମଭୋଇ ମେଡିକାଲକୁ ଅଣାଯାଇଥିଲା।
ତେବେ ଚିକିତ୍ସା ଚାଲିଥିବା ବେଳେ ମେଡିକାଲରେ ଡାକ୍ତର ଭଉଣୀ-ଭାଇଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପକ୍ଷରେ ଘର ଭିତରୁ ସାପ ବାହାରିବାରୁ ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ମୃତଦେହ ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି କୁହାଯାଉଛି।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031