Indus Valley Times

ସୁଧୀର ପାତ୍ର ହତ୍ୟାକାଣ୍ଡରେ ନୂଆ ଟ୍ୱିଷ୍ଟ: ସମ୍ପତ୍ତି ନୁହେଁ, ଏଥିପାଇଁ ଝିଆରୀ ରଚିଥିଲା ଷଡ଼ଯନ୍ତ୍ର

 Breaking News

ସୁଧୀର ପାତ୍ର ହତ୍ୟାକାଣ୍ଡରେ ନୂଆ ଟ୍ୱିଷ୍ଟ: ସମ୍ପତ୍ତି ନୁହେଁ, ଏଥିପାଇଁ ଝିଆରୀ ରଚିଥିଲା ଷଡ଼ଯନ୍ତ୍ର

ସୁଧୀର ପାତ୍ର ହତ୍ୟାକାଣ୍ଡରେ ନୂଆ ଟ୍ୱିଷ୍ଟ: ସମ୍ପତ୍ତି ନୁହେଁ, ଏଥିପାଇଁ ଝିଆରୀ ରଚିଥିଲା ଷଡ଼ଯନ୍ତ୍ର
April 25
15:51 2026

ବ୍ରହ୍ମପୁର ,୨୫/୪ ସୁଧୀର ପାତ୍ର ହତ୍ୟାକାଣ୍ଡରେ ନୂଆ ଟ୍ୱିଷ୍ଟ: ସମ୍ପତ୍ତି ନୁହେଁ, ଏଥିପାଇଁ ଝିଆରୀ ରଚିଥିଲା ଷଡ଼ଯନ୍ତ୍ର
: ପ୍ଲଟ ବ୍ୟବସାୟୀ ସୁଧୀରଙ୍କୁ କିଏ କରିଲା ହତ୍ୟା ? କାହିଁକି କରିଲେ ହତ୍ୟା ? ସମ୍ପତ୍ତି ଭଗବଣ୍ଟା ନୁହେଁ, ବରଂ ପ୍ରେମକୁ ନେଇ ବିବାଦ । ଝିଆରୀ ଜଣେ ଯୁବ ବ୍ୟବସାୟୀଙ୍କୁ ବିବାହ ହେବାକୁ ଚାହୁଁଥିବା ବେଳେ ଦାଦା ଏହାକୁ କରୁଥିଲା ବାରଣ ।
ଅନ୍ୟ ଜାଗାରେ ଭଲ ପ୍ରସ୍ତାବ ଦେଖି ବିବାହ କରିବାକୁ ଚାହୁଁଥିଲେ । ଯାହାକୁ ନେଇ ବିବାଦ ହୋଇଛି । ଏହି ବିବାଦରୁ ଅପହରଣ, ଆଉ ଅପହରଣ ପରେ ହତ୍ୟା କରାଯାଇଥିବା କହିଛନ୍ତି ମୃତକ ସୁଧୀରଙ୍କ ବାପା।
ଖବର ଅନୁଯାୟୀ, ଗତ ୧୫ ତାରିଖରେ ସୁଧୀର ପାତ୍ର ଭଲିବଲ୍ ଖେଳି ବଣଗାଁରୁ ଘରକୁ ସତ୍ୟନାରାୟଣପୁର ଫେରୁଥିବା ସମୟରେ ଅପହୃତ ହୋଇଥିଲେ । ତାଙ୍କୁ ବୁଗୁଡ଼ା ନିଆଯାଇଥିଲା । ସେଠାରେ ହତ୍ୟା କରିବା ପରେ ରାଶିପଙ୍କାଳରେ ଫିଙ୍ଗିଥିଲେ ଅଭିଯୁକ୍ତ ।
ହତ୍ୟାରେ ସଂପୃକ୍ତି ଅଭିଯୋଗରେ ତାଙ୍କ ଝିଆରି ନିବେଦିତା ପାତ୍ର ଓ ପୁତୁରା ତୁଷାରଙ୍କ ସମେତ ତାଙ୍କ ପୁରୁଷ ବନ୍ଧୁ ଗାଙ୍ଗପୁର ଥାନା କାଳିଆଗୁଡ଼ା ଗାଁର କାଳୁଚରଣ ପ୍ରଧାନ ଓରଫ୍ କାଳିଆ (୨୮), ସୁପାରି କିଲର୍ ୟୁପି ବାରଣାସିର ଗୋଲୁ ଓରଫ୍ ଲମ୍ବୁ ଓରଫ୍ ସୂର୍ଯ୍ୟପ୍ରତାପ ସିଂହ(୨୮), ହିଞ୍ଜିଳି ଥାନା ଆଲପୁରର ଛୋଟା ଓରଫ୍ ଜିତୁନ୍ ପୋଲାଇ (୩୩), ବୁଗୁଡ଼ା ରାମନ୍ଦା ଗାଁର କମଲ ଓରଫ୍ ନାରାୟଣ ପ୍ରଧାନ, ବୁଗୁଡ଼ା ବି.ବ୍ରହ୍ମପୁର ଗାଁର ଟୁଲୁ ଓରଫ୍ ଆଶିଷ ମହାପାତ୍ର (୨୫), ହିଞ୍ଜିଳିକାଟୁ ଥାନା ଖରିଡ଼ା ଗାଁର ଶୁଭମ୍ ନାୟକ(୨୦) ଓ ପୁନରାଖଣ୍ଡି ଗାଁର ଗେଡ଼ୁ ଓରଫ୍ ଶୁଭମ ଗୌଡ଼(୨୦)ଙ୍କୁ ଗିରଫ କରାଯାଇଛି । ଗିରଫ ପରେ ପୋଲିସ ୫ଜଣ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବା ପାଇଁ କୋର୍ଟରେ ଆବେଦନ କରିଥିଲା । କୋର୍ଟ ମଧ୍ୟ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବା ପାଇଁ ଅନୁମତି ଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930