Indus Valley Times

ଅର୍ଚ୍ଚନା ନାଗ ମାମଲା: ଇଡିରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି

 Breaking News

ଅର୍ଚ୍ଚନା ନାଗ ମାମଲା: ଇଡିରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି

ଅର୍ଚ୍ଚନା ନାଗ ମାମଲା: ଇଡିରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି
November 23
10:50 2022

ଭୁବନେଶ୍ବର,୨୩/୧୧: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ସୋମବାର ଇଡି ସମନ ଜାରି କରିଥିଲା। ବୁଧବାର ଦିନ ଜେରା ପାଇଁ ଇଡି ଅଫିସ୍ରେ ପହଞ୍ଚିଛନ୍ତି ଶ୍ରଦ୍ଧାଞ୍ଜଳି ବେହେରା। ଶ୍ରଦ୍ଧାଞ୍ଜଳିଙ୍କ ପରେ ପରେ ଇଡି ଅଫିସ୍ରେ ପ୍ରଯୋଜକ ଅକ୍ଷୟ ପରିଜା ବି ପହଞ୍ଚିଛନ୍ତି। ମଙ୍ଗଳବାର ଦିନ ୯ଘଣ୍ଟା ଜେରା ପରେ ଇଡିରୁ ବାହାରିଥିଲେ ଅକ୍ଷୟ। ଇଡି ଅକ୍ଷୟ ଓ ଶ୍ରଦ୍ଧାଞ୍ଜଳିଙ୍କୁ ମୁହାଁମୁହିଁ ଜେରା କରିବ ବୋଲି ସୂଚନା ରହିଛି।
ଗତକାଲି ଇଡି ଅଫିସରୁ ବାହାରିବା ପରେ ଅକ୍ଷୟ ପରିଜା କହିଥିଲେ, ତାଙ୍କର ନ୍ୟାୟପାଳିକା ଉପରେ ବିଶ୍ୱାସ ରହିଛି, ଆଇନ ତା ବାଟରେ ଯିବ । ଦୋଷୀ ନିଶ୍ଚିତ ଦଣ୍ଡ ପାଇବ ବୋଲି ସେ ଆଶା ରଖିଥିବା କହିଥିଲେ।
ସେହିପରି ତାଙ୍କ ଓକିଲ ଆକାଶ ଭୂୟାଁ କହିଥିଲେ ‘ ଆମେ ଇଡିକୁ ସମ୍ପୂର୍ଣ ସହଯୋଗ କରିଛୁ। ଯାହା ପଚାରିଲେ ସବୁ କହିଛୁ। ଏହା ଏକ ଷଡଯନ୍ତ୍ର। ଆମେ ନ୍ୟାୟ ପାଇବୁ।’
ସୂଚନାଯୋଗ୍ୟ, ଅର୍ଚ୍ଚନା ଅକ୍ଷୟ ପରିଜାଙ୍କ ପାଖକୁ ଶ୍ରଦ୍ଧାଞ୍ଜଳିଙ୍କୁ ପଠାଇଥିଲେ। ତାଙ୍କ ସହ ବନ୍ଧୁତା ସ୍ଥାପନ କରି ଅନ୍ତରଙ୍ଗ ମୁହୂର୍ତର ଫଟୋ ଓ ଭିଡିଓ ଉଠାଇବାକୁ କହିଥିଲେ । ପରେ ଅର୍ଚ୍ଚନା ଅକ୍ଷୟ ପରିଜାଙ୍କୁ ଶ୍ରଦ୍ଧାଞ୍ଜଳିଙ୍କ ଓକିଲ ବନି ମାମଲା ରଫାଦଫା ଲାଗି ତିନି କୋଟି ଟଙ୍କା ଦାବି କରି ବ୍ଲାକମେଲ କରିଥିବା ଅଭିଯୋଗ ହୋଇଥିଲା । ଏ ନେଇ ନୟାପଲ୍ଲୀ ଥାନାରେ ଏତଲା ଦେଇଥିଲେ ଅକ୍ଷୟ ପରିଜା । ଏବେ ମୁହାଁମୁହିଁ ଜେରା ହେଲେ ଅନେକ ଗୁମର ପଦାକୁ ଆସିବ । ଶ୍ରଦ୍ଧାଞ୍ଜଳି ହେଉଛନ୍ତି ସେହି ଯୁବତୀ ଯାହାଙ୍କ ଅଭିଯୋଗ ଆଧାରରେ ଅର୍ଚ୍ଚନାଙ୍କୁ ବାନ୍ଧିଥିଲା ପୁଲିସ ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031