Indus Valley Times

ଆନ୍ଦୋଳନକୁ ସ୍ଥଗିତ ରଖିଲା ଓଏଏସ୍ ସଂଘ, ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ଏପରି ନିଷ୍ପତ୍ତି

 Breaking News

ଆନ୍ଦୋଳନକୁ ସ୍ଥଗିତ ରଖିଲା ଓଏଏସ୍ ସଂଘ, ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ଏପରି ନିଷ୍ପତ୍ତି

ଆନ୍ଦୋଳନକୁ ସ୍ଥଗିତ ରଖିଲା ଓଏଏସ୍ ସଂଘ, ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ଏପରି ନିଷ୍ପତ୍ତି
July 01
09:47 2025

ଭୁବନେଶ୍ୱର, ୧/୭ : ବିଏମସି ଅତିରିକ୍ତ କମିଶନରଙ୍କୁ ମାଡ଼ ମାରିବା ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ ଓଏଏସ୍ ସଂଘ । ଓଏଏସ୍ ସଂଘର ସଦସ୍ୟମାନଙ୍କ ସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଓ ପୋଲିସ ଡିଜି ୱାଇ.ବି ଖୁରାନିଆ ଆଲୋଚନା କରିଥିଲେ ।
ଯଦି ଏହି ଆକ୍ରମଣ କରିଥିବା ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନ ନିଆଯିବ ତେବେ ଓଏଏସ୍ ସଂଘ ସାମୂହିକ ଛୁଟି ପାଇଁ ନିଷ୍ପତ୍ତି ନେଇଥିଲା । କିନ୍ତୁ ଆଲୋଚନା ପରେ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । ଫଳରେ ଓଏଏସ୍ ସଂଘ ପକ୍ଷରୁ ସମୂହ ଛୁଟି ଆନ୍ଦୋଳନକୁ ସ୍ଥଗିତ ରଖାଯାଇଥିଲା ।
ସୂଚନା ଯୋଗ୍ୟ, ଗତକାଲି ବିଏମସି ଅଫିସ ଚାମ୍ବରରେ ଜନ ଶୁଣାଣି ସମୟରେ ଅତିରିକ୍ତ କମିଶନରଙ୍କୁ ପଶି ଆକ୍ରମଣ କରାଯାଇଥିଲା । ଏହି ଆକ୍ରମଣ ଘଟଣା ପରେ ବିଏମସିର କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ । ଫଳରେ ଜନପଥ ସମ୍ପୂର୍ଣ୍ଣ ଯାମ ହୋଇଥିଲା । ଯାତ୍ରୀମାନେ ଯିବା ଆସିବା ପାଇଁ ବହୁ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ଏହି ଘଟଣାରେ ଏତଲା ପରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।
କ୍ଟ

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31