Indus Valley Times

ଆସ ସ୍କୁଲ ଯିବା ପଦଯାତ୍ରା ଅନୁଷ୍ଠିତ; ଶୈଖିକ କାର୍ଯ୍ୟକ୍ରମର ଅଭିନବ ପ୍ରୟାସ: ବିଧାୟକ

 Breaking News

ଆସ ସ୍କୁଲ ଯିବା ପଦଯାତ୍ରା ଅନୁଷ୍ଠିତ; ଶୈଖିକ କାର୍ଯ୍ୟକ୍ରମର ଅଭିନବ ପ୍ରୟାସ: ବିଧାୟକ

October 09
21:55 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା, ୯/୧୦ : ଆଜି ପୂର୍ବାହ୍ନରେ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନ ଜିଲ୍ଲା ସମଗ୍ର ଶିକ୍ଷା ଆନୁକୁଲ୍ୟରେ ସ୍ଥାନୀୟ ବିଜେବି ହାଇସ୍କୁଲ ପ୍ରେକ୍ଷାଳୟ ସଭାଗୃହ ଠାରେ ଆସ ସ୍କୁଲ ଯିବା ଜିଲ୍ଲାସ୍ତରୀୟ ପଦଯାତ୍ରା ସଭାରେ ମାନ୍ୟବର ବିଧାୟକ ଖୋର୍ଦ୍ଧା, ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜଗଦେବ ମୁଖ୍ୟଅତିଥି ଭାବେ ଯୋଗଦେଇ ଶ୍ରୀ ଗଣନାଥଙ୍କ ପ୍ରତିମୂର୍ତ୍ତିରେ ପ୍ରଦୀପ ପ୍ରଜ୍ବଳନ କରି ଉଦ୍ଘାଟନ ପୂର୍ବକ କହିଲେ ଯେ ଆସ ସ୍କୁଲ ଯିବା କାର୍ଯ୍ୟକ୍ରମ ଭାରତ ସରକାରଙ୍କ ନୂତନ ଶିକ୍ଷାନୀତି ଏବଂ ଓଡ଼ିଶା ସରକାରଙ୍କ ଯଶସ୍ୱୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆସ ସ୍କୁଲ ଯିବା ଶୈଖିକ କାର‌୍ୟ୍ୟକ୍ରମ ଏକ ଅଭିନବ ଯୋଜନା ।
ସମୟ ସ୍ରୋତରେ ଆମେ ବିଂଶ ଶତାବ୍ଦୀରେ ପଦାର୍ପଣ ହୋଇ ବିଶ୍ୱ ସହ ଭାରତବର୍ଷ ଓ ଓଡ଼ିଶା ମଧ୍ୟ ଆଗକୁ ବଢ଼ିବାରେ ଲାଗିଛି । ପ୍ରତ୍ୟେକ ଶିଶୁର ଶିକ୍ଷା ଅବିଚ୍ଛେଦ୍ୟ ଅଙ୍ଗ ଅଟେ କ୍ଷ ମାନବ ସମ୍ବଳକୁ ଶକ୍ତି ଶାଳୀ କରିବାକୁ ହେଲେ ଶିକ୍ଷା ହିଁ ଏକମାତ୍ର ମାଧ୍ୟମ ।
ସରକାରୀ ସାହାଯ୍ୟ ସହ ବେସରକାରୀ ଅନୁଷ୍ଠାନ, ସ୍ବେଛାସେବୀ ସଂସ୍ଥା, ଜନପ୍ରତିନିଧି ସମସ୍ତେ ଆସ ସ୍କୁଲ ଯିବା କାର୍ଯ୍ୟକ୍ରମକୁ ସାକାର କରନ୍ତୁ ଏବଂ ମାନବ ସମ୍ବଳକୁ ଶକ୍ତିଶାଳୀ ଓ ଅର୍ଥନୈତିକ ଅଭିବୃଦ୍ଧି ପାଇଁ କୋଣସି ଶିଶୁ ଯେପରି ଶିକ୍ଷା ଅଧିକାରରୁ ବଞ୍ଚିତ ନହେଉ ସେଥିପାଇଁ ସମ୍ୱେଦନଶୀଳ ହେବାକୁ ଆହ୍ଵାନ ଦେଇଥିଲେ ।
କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ମାନ୍ୟବର ବିଧାୟକ, ବେଗୁନିଆ ଶ୍ରୀଯୁକ୍ତ ପ୍ରଦୀପ କୁମାର ସାହୁ ଯୋଗଦେଇ କହିଲେ ଯେ ଆସ ସ୍କୁଲ ଯିବା ସରକାରଙ୍କ ଏକ ମହତ କାର୍ଯ୍ୟକ୍ରମ ।
ଶିକ୍ଷାର ଅଗ୍ରଗତି ହେବାର ଆବଶ୍ୟକତା ଅଛି । ଶିକ୍ଷା ପଛକୁ ଗଲେ ରାଜ୍ୟ ପଛକୁ ଯିବ । ଏହି ମର୍ମରେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସାହୁ କହିଥିଲେ ଶିକ୍ଷା ଅଟଇ ମହାଧନ, ବାଳକେ କର ଉପାର୍ଜନ ।
ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ରୁପଶ୍ରୀ ରାଣୀ ଗୁମାନ ସିଂହ ଯୋଗଦେଇ କହିଲେ ଯେ ଶିକ୍ଷା ବିକାଶର ଚାବିକାଠି ।
ଶିକ୍ଷା ସମାଜରେ ସମସ୍ତେ କିପରି ପାଇପାରିବେ, ପ୍ରତ୍ୟେକ ପିଲା ଶିକ୍ଷାଦାନରେ ସାମିଲ ହୋଇ ମୁଖ୍ୟ ସ୍ରୋତରେ ସାମିଲ ହେବେ ସେଥିପାଇଁ ସାମଗ୍ରିକ ଉଦ୍ୟମ ଜରୁରୀ ଅଟେ ।
ଶିକ୍ଷା ସମସ୍ତଙ୍କ ମୌଳିକ ଅଧିକାର । ଏହି କାର୍ଯ୍ୟକ୍ରମକୁ ସମସ୍ତେ ସଫଳ କରାନ୍ତୁ ବୋଲି ପ୍ରକାଶ କରିଥିଲେ । ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନ, ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା ଯୋଗଦେଇ କହିଲେ ଯେ ଶିକ୍ଷାର ଅର୍ଥ ଅନ୍ଧକାର ବା ଅଜ୍ଞାନ ଦୁରକରି ଆଲୋକ ବା ଜ୍ଞାନ ପ୍ରଦାନ କରି ନିଜର, ପରିବାରର, ସମାଜର, ରାଜ୍ୟ, ରାଷ୍ଟ୍ର ଓ ବିଶ୍ଵର କଲ୍ୟାଣ ସାଧିତ କରିବା ।
ବିଦ୍ୟା ଅର୍ଜ୍ଜନ କରିବା ଦ୍ୱାରା ବ୍ୟକ୍ତିର ସର୍ବାଙ୍ଗୀନ ଉନ୍ନତି ଓ ପୂର୍ଣ୍ଣାଙ୍ଗ ବ୍ୟକ୍ତିତ୍ୱର ପରିପ୍ରକାଶ ହୋଇଥାଏ ଯ ଦ୍ଵାରା ସମସ୍ତ ଅନ୍ଧକାରକୁ ଦୂର କରିବା ପାଇଁ ସମ୍ଭବ ଓ ସକ୍ଷମ ହୋଇଥାଏ ।
ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଉପସଭାପତି ଶ୍ରୀ ଗୋପୀନାଥ ମହାରଣା କହିଲେ ଯେ ଶିକ୍ଷା ଅଧିକାର ଆଇନରେ ସମସ୍ତେ ଶିକ୍ଷା ଗ୍ରହଣ କରିବା ପ୍ରାବଧାନତା ଅଛି । କିନ୍ତୁ କେତେକ ଅଭାବ ଅସୁବିଧା ପାଇଁ ପ୍ରାଥମିକ ଶିକ୍ଷା ଦାନରୁ ବଞ୍ଚିତ ହେଉଛନ୍ତି ।
ଜାତି, ଧର୍ମ, ବର୍ଣ୍ଣ, ସମ୍ପ୍ରଦାୟ, ନିର୍ବିଶେଷରେ ସମସ୍ତେ ଯେପରି ଏହି ଆସ ସ୍କୁଲ ଯିବା ଅଭିଯାନରେ ସାମିଲ ହୋଇ ପାରିବେ ସେଥିପାଇଁ ସମସ୍ତେ ଉଦ୍ୟମ ଜାରି ରଖିବାକୁ ପ୍ରକାଶ କରିଥିଲେ ।
ସମ୍ମାନିତ ଅତିଥି ଭାବେ ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ କନକ ଲକ୍ଷ୍ମୀ ମହାନ୍ତି କହିଲେ ଯେ ପିତା ମାତା ପ୍ରଥମ ଗୁରୁ ଅଟନ୍ତି ।
ଯେଉଁ ପିଲାମାନେ ନିଜର ଆଗ୍ରହ ଥାଇ କୌଣସି କାରଣରୁ ଶିକ୍ଷା ଦାନରୁ ବଞ୍ଚିତ ହୋଇଥିଲେ ସେମାନଙ୍କ ପାଇଁ ଆସ ସ୍କୁଲ ଯିବା ଏକ ଅଭିନବ ଯୋଜନା ଓ ସୁଯୋଗ ଯାହା ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ନିଜର ଭବିଷ୍ୟତ ଗଢ଼ିବା ସହ ରାଜ୍ୟ ଓ ରାଷ୍ଟ୍ରର ବିକାଶରେ ନିଜକୁ ସାମିଲ କରିପାରିବେ ।
ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ସୋନାମିକା ରାୟ ସଭାରେ ପୌରହିତ୍ୟ କରିଥିବା ସହ ସ୍ୱାଗତ ଭାଷଣ ଦେଇ କହିଲେ ଯେ ଆସ ସ୍କୁଲ ଯିବା କାର‌୍ୟ୍ୟକ୍ରମ ଶିକ୍ଷା ଦାନରେ ଏକ ନୂତନ ଅଧ୍ୟାୟ ସରକାର ଯୋଡ଼ିଛନ୍ତି ।
ଏହି ଅଭିଯାନର ଲକ୍ଷ୍ୟ ହେଉଛି ସ୍କୁଲ ଛାଡ଼ି ଦେଇଥିବା ଶିଶୁ ମାନଙ୍କୁ ଚିହ୍ନଟ କରିବା ସହିତ ସେମାନଙ୍କ ପରିବାରକୁ ସରକାରଙ୍କ ଆଭିମୁଖ୍ୟ ଏବଂ ଶିକ୍ଷାର ମୂଲ୍ୟବୋଧକୁ ହୃଦୟଙ୍ଗମ କରାଇ ସେମାନଙ୍କୁ ପୁଣି ଥରେ ଶିକ୍ଷାର ମୁଖ୍ୟସ୍ରୋତରେ ସାମିଲ୍ କରିବା ଆମ ଲକ୍ଷ୍ୟ ଅଟେ ବୋଲି ପ୍ରକାଶ କରିଥିଲେ ।
ଏହି ଅବସରରେ ମୁଖ୍ୟଅତିଥି ଓ ସମସ୍ତ ଅତିଥି ମାନଙ୍କୁ ଉପଢ଼ୌକନ ଏବଂ ଚାରାକୁଣ୍ଡ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ମୁଖ୍ୟ ଅତିଥି ନୂତନ ଭାବେ ଆଜି ବିଦ୍ୟାଳୟରେ ପ୍ରବେଶ କରିଥିବା ଛଅ ଜଣ ଛାତ୍ରଛାତ୍ରୀଙ୍କୁ ପାଠ୍ୟ ଉପକରଣ ପ୍ରଦାନ କରି। ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ ।
ସେହିପରି ମୁଖ୍ୟଅତିଥି ଓ ଅତିଥି ବୃନ୍ଦ ଆସ ସ୍କୁଲ ଯିବା ପୁସ୍ତକ ଉନ୍ମୋଚନ କରିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସଞ୍ଜୟ ଚନ୍ଦ୍ର ରାୟ ମଞ୍ଚାଷୀନ ଥିବାବେଳେ ଶେଷରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ବିଜୟ ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ ।
ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ବିଭୁ ପ୍ରସାଦ ସେନାପତି, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ କୁସୁମ କୁମାରୀ ପ୍ରହରାଜ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଦିଲ୍ଲୀପ କୁମାର ହିଆଲ୍, ସମସ୍ତ ବ୍ଲକ୍ ଶିକ୍ଷା ଅଧିକାରୀ, ସମସ୍ତ ବ୍ଲକ୍ ସାଧନ କେନ୍ଦ୍ର ସଂଯୋଜକ,ସି ଆର ସି ସି, ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଛାତ୍ରଛାତ୍ରୀ ଯୋଗଦେଇଥିଲେ ।
ଶେଷରେ ଆସ ସ୍କୁଲ ଯିବା ବିରାଟ ପଦଯାତ୍ରା ରାଲିକୁ ବିଦ୍ୟାଳୟ ପରିସରରୁ ମାନ୍ୟବର ବିଧାୟକ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ପଦଯାତ୍ରା ରାଲି ବିଜେବି ସ୍କୁଲରୁ ବାହାରି ବ୍ୟାଙ୍କ ଛକ, କୋର୍ଟ ଛକ ଦେଇ ପୁନଶ୍ଚ ବିଜେବି ହାଇସ୍କୁଲରେ ପହଞ୍ଚିଥିଲା ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31