Indus Valley Times

ଉତ୍କର୍ଷ ବିଦ୍ୟୁତ ସେବା କ୍ଷେତ୍ରରେ ଗ୍ରାମ ପଞ୍ଚାୟତ ହେବ ଆଦର୍ଶ : ମଡେଲ ପଞ୍ଚାୟତରେ ଗୁଣାତ୍ମକ ବିଜୁଳି ସେବାକୁ ଦିଆଯିବ ଅଗ୍ରାଧିକାର

 Breaking News

ଉତ୍କର୍ଷ ବିଦ୍ୟୁତ ସେବା କ୍ଷେତ୍ରରେ ଗ୍ରାମ ପଞ୍ଚାୟତ ହେବ ଆଦର୍ଶ : ମଡେଲ ପଞ୍ଚାୟତରେ ଗୁଣାତ୍ମକ ବିଜୁଳି ସେବାକୁ ଦିଆଯିବ ଅଗ୍ରାଧିକାର

ଉତ୍କର୍ଷ ବିଦ୍ୟୁତ ସେବା କ୍ଷେତ୍ରରେ ଗ୍ରାମ ପଞ୍ଚାୟତ ହେବ ଆଦର୍ଶ : ମଡେଲ ପଞ୍ଚାୟତରେ ଗୁଣାତ୍ମକ ବିଜୁଳି ସେବାକୁ ଦିଆଯିବ ଅଗ୍ରାଧିକାର
March 14
08:57 2025

ସୁଦାମ ପାତ୍ରଙ୍କ ରିପୋର୍ଟ
ବାଲେଶ୍ଵର, ୧୪/୩ : ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ(ଟିପିଏନଓଡିଏଲ) ବିଦ୍ୟୁତ ବିତରଣ କ୍ଷେତ୍ରରେ ସଂସ୍କାର ପାଇଁ ଗ୍ରାମାଞ୍ଚଳକୁ ଅଧିକ ଗୁରୁତ୍ଵ ଦେଉଛି। ଗ୍ରାମାଞ୍ଚଳର ଉପଭୋକ୍ତାମାନଙ୍କୁ ଗୁଣାତ୍ମକ ବିଜୁଳି ପ୍ରଦାନ ତଥା ଆବଶ୍ୟକ ସେବା ପ୍ରଣାଳୀକୁ ଆହୁରି ସୁଦୃଢ କରିବା ଲକ୍ଷ୍ୟରେ ଟିପିଏନଓଡିଏଲ ପକ୍ଷରୁ ଗ୍ରାମ ପଞ୍ଚାୟତଗୁଡିକୁ ଆଦର୍ଶ ଗ୍ରାମ ପଞ୍ଚାୟତ (ମଡେଲ ଜିପି)ରେ ପରିଣତ କରିବା ପାଇଁ ଅଭିଯାନ ଆରମ୍ଭ ହୋଇଛି ।
ପ୍ରାରମ୍ଭିକ ପର୍ଯ୍ୟାୟରେ ବାଲେଶ୍ଵର, ଭଦ୍ରକ, କେନ୍ଦୁଝର, ମୟୂରଭଞ୍ଜ ଓ ଯାଜପୁର ଜିଲ୍ଲାର ୨୧ଟି ଗ୍ରାମ ପଞ୍ଚାୟତରେ ଆଦର୍ଶ ଗ୍ରାମ ପଞ୍ଚାୟତ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି।
ଏହି ଅଭିନବ ପଦକ୍ଷେପ ଦ୍ଵାରା ବିଦ୍ୟୁତ ଦେୟ ପଇଠର ବିଭିନ୍ନ ଡିଜିଟାଲ ଏବଂ ଅଫଲାଇନ ପଦ୍ଧତି, ସଠିକ ସମୟରେ ବିଲ୍ ପଇଠର ଗୁରୁତ୍ଵ, ବିଦ୍ୟୁତ ଚୋରି ସମ୍ପର୍କିତ ଜାଗରୁକତା, ବିଭିନ୍ନ ଗ୍ରାହକ ସେବା ଅନୁଷ୍ଠାନ ଏବଂ ବିଦ୍ୟୁତ ସୁରକ୍ଷା ବିଷୟରେ କର୍ମଶାଳା ମାଧ୍ୟମରେ ଉପଭୋକ୍ତାଙ୍କୁ ସଚେତନ କରିବାକୁ ଟିପିଏନଓଡ଼ିଏଲ ପ୍ରୟାସ ଜାରି ରଖିଛି ।
ପ୍ରତ୍ୟେକ ଡିଭିଜନ ସ୍ତରରେ ଆଦର୍ଶ ଗ୍ରାମ ପଞ୍ଚାୟତ ଚିହ୍ନଟ ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିବାବେଳେ ଏଥିରେ ସ୍ଥାନୀୟ ଜନସାଧାରଣ ଓ ସରପଞ୍ଚ, ସମିତି ସଭ୍ୟଙ୍କ ଭଳି ଜନପ୍ରତିନିଧିମାନେ ଯୋଗ ଦେଇ ସେମାନଙ୍କର ବହୁମୂଲ୍ୟ ମତାମତ ପ୍ରଦାନ କରିଥାନ୍ତି। ବୈଦ୍ୟୁତିକ ସେବା କ୍ଷେତ୍ରରେ ସେମାନଙ୍କ ସମସ୍ୟା ଓ ଏହାର ସମାଧାନ ପାଇଁ ମଧ୍ୟ କାର୍ଯ୍ୟକ୍ରମରେ ଗୁରୁତ୍ଵ ଦିଆଯାଏ।
ମୁଖ୍ୟତଃ ପଞ୍ଚାୟତ ଅଫିସଗୁଡିକରେ ଏହି କାର୍ଯ୍ୟକ୍ରମ ଆୟୋଜନ କରଯାଉଛି। ଆଦର୍ଶ ପଞ୍ଚାୟତରେ ଶତ ପ୍ରତିଶତ ବକେୟା ସଂଗ୍ରହ, ବିଦ୍ୟୁତ ବିଭ୍ରାଟର ତ୍ଵରିତ ସମାଧାନ, ସମ୍ପୃକ୍ତ ପଞ୍ଚାୟତରେ ଗୁଣାତ୍ମକ ବିଜୁଳି ସେବା ଯୋଗାଣକୁ ଅଗ୍ରାଧିକାର ଆଦି କ୍ଷେତ୍ରକୁ ଗୁରୁତ୍ଵ ଦିଆଯିବାର ବ୍ୟବସ୍ଥା କରାଯାଉଛି।
ସୂଚନା ମୁତାବକ ଉପଭୋକ୍ତାମାନଙ୍କ ହାତ ପାଆନ୍ତାରେ ସମସ୍ତ ସୁବିଧା ସୁଯୋଗ ପହଞ୍ଚାଇବାକୁ ଟିପିଏନଓଡିଏଲ ଗୁରୁତ୍ଵ ଦେଉଥିବା ଦେଖିବାକୁ ମିଳିଛି।
ଉପଭୋକ୍ତାମାନଙ୍କ ବିଦ୍ୟୁତ ସେବା ସମ୍ପର୍କିତ ଯେ କୌଣସି ସମସ୍ୟାର ସମାଧାନ ପାଇଁ ୨୪ଘଣ୍ଟିଆ ଦେୟ ମୁକ୍ତ ଗ୍ରାହକ ସେବା ନମ୍ବର ୧୮୦୦୩୪୫୬୭୧୮/ ୧୯୧୨ ସୁବିଧା କରାଇବା ସହ ୧୬ଟି ଗ୍ରାହକ ସେବା କେନ୍ଦ୍ର ଓ ୧୩୯ଟି ଅନୁଭବ କେନ୍ଦ୍ର ମଧ୍ୟ ଖୋଲିଛି। ଗ୍ରାହକ ସେବା କେନ୍ଦ୍ରଗୁଡ଼ିକ ଟିପିଏନଓଡିଏଲର ସମସ୍ତ ଡିଭିଜନରେ ଖୋଲିଥିବା ବେଳେ ଅନୁଭବ କେନ୍ଦ୍ରଗୁଡ଼ିକ ଗ୍ରାମାଞ୍ଚଳର ଉପଭୋକ୍ତାମାନଙ୍କୁ ଉତ୍ତମ ସେବା ଯୋଗାଇବା ପାଇଁ ଖୋଲିଛି।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930