Indus Valley Times

ଟାଉନ ହଲ୍ ଠାରେ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଉଦଘାଟିତ, ଯୋଗଦେଲେ କଣ୍ଟାମାଳ ବିଧାୟକ

 Breaking News

ଟାଉନ ହଲ୍ ଠାରେ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଉଦଘାଟିତ, ଯୋଗଦେଲେ କଣ୍ଟାମାଳ ବିଧାୟକ

November 07
19:20 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୭/୧୧ : ଶୁକ୍ରବାର ଦିନ ଦିବା ୧୧ ଘଟିକା ସମୟରେ ବୌଦ୍ଧ ଟାଉନ ହଲ ଠାରେ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି ।
କଣ୍ଟାମାଳ ବିଧାୟକ କନ୍ହାଇ ଚରଣ ଡାଙ୍ଗ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।
ଜିଲ୍ଲା ଶିକ୍ଷା ଅଧିକାରୀ ଅଧିକାରୀ ଟେମଲାଲ୍ ଦୁବେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସାର୍ଥକ ରାୟ, ବୌଦ୍ଧ, ଅତିରିକ୍ତ ଜ଼ିଲ୍ଲା ଶିକ୍ଷା ଅଧିକାରୀ ଚୂଡ଼ାମଣି ବାରିକ, ଗୋଷ୍ଠୀ ଶିକ୍ଷା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ,, ଅବସରପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ରାଜେନ୍ଦ୍ର କୁମାର ମିଶ୍ର (ମୁଖ୍ୟ ବକ୍ତା) ମଞ୍ଚାସୀନ ଥିଲେ । ପ୍ରାରମ୍ଭରେ ଆଭାସୀ ମାଧ୍ୟମରେ ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ହୋଇଥିବା ବନ୍ଦେ ମାତରମ୍ ଗାନର ୧୫୦ ବର୍ଷ ପୂର୍ତ୍ତି ସମାରୋହ ରେ ପ୍ରଧାନମନ୍ତ୍ରୀ ଙ୍କ ଅଭିଭାଷଣର ସିଧା ପ୍ରସାରଣ ପ୍ରଦର୍ଶନ କରାଯାଇଥିଲା । ସହକାରୀ ଶିକ୍ଷକ ସନ୍ତୋଷ କୁମାର କର୍ଣ୍ଣ ମଞ୍ଚ ପରିଚାଳନା କରିଥିଲେ ।
ଉଦ୍ଘାଟନୀ ଉତ୍ସବ ର ଶେଷରେ ଗୋଷ୍ଠୀ ଶିକ୍ଷା ଅଧିକାରୀ, କଣ୍ଟାମାଲ ଅଶୋଭ ରଞ୍ଜନ ମାଳି ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କଟିଥିଲେ ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031