Indus Valley Times

ଏଣିକି ବ୍ୟବହାର ହେବନି ‘ହରିଜନ’ ଶବ୍ଦ, ‘ଅନୁସୂଚିତ ଜାତି’ ବ୍ୟବହାର କରିବାକୁ ନିର୍ଦ୍ଦେଶ

 Breaking News

ଏଣିକି ବ୍ୟବହାର ହେବନି ‘ହରିଜନ’ ଶବ୍ଦ, ‘ଅନୁସୂଚିତ ଜାତି’ ବ୍ୟବହାର କରିବାକୁ ନିର୍ଦ୍ଦେଶ

ଏଣିକି ବ୍ୟବହାର ହେବନି ‘ହରିଜନ’ ଶବ୍ଦ, ‘ଅନୁସୂଚିତ ଜାତି’ ବ୍ୟବହାର କରିବାକୁ ନିର୍ଦ୍ଦେଶ
August 12
19:50 2025

ଭୁବନେଶ୍ବର, ୧୨/୮ : ରାଜ୍ୟ ସରକାର ‘ଅନୁସୂଚିତ ଜାତି’ ଶଦ୍ଦକୁ ଗୁରୁତ୍ବ ଦେଇଛନ୍ତି। ‘ହରିଜନ’ ଶଦ୍ଦ ବଦଳରେ ‘ଅନୁସୂଚିତ ଜାତି’ ଶଦ୍ଦ ବ୍ୟବହାର କରିବା ନେଇ ଚିଠି ଜାରି କରିଛନ୍ତି। ଏନେଇ ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ଏବଂ ପଛୁଆ ବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ଚିଠି ଜାରି ହୋଇଛି।
ସୂଚନାଯୋଗ୍ୟ, ‘ହରିଜନ’ ଶଦ୍ଦକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ଗଣ୍ଡଗୋଳ ହେଉଥିବା ନଜିର ରହିଛି। ଏପରିକି ‘ହରିଜନ’ ଶଦ୍ଦକୁ ନେଇ ଗୋଷ୍ଠୀ ବିବାଦ, ହିଂସା କାଣ୍ଡ ମଧ୍ୟ ହେଉଛି। ଏହି ଶଦ୍ଦର ବ୍ୟବହାରକୁ ନେଇ ମାମଲା ଥାନା ଓ କୋର୍ଟରେ ମଧ୍ୟ ପହଞ୍ଚିଛି। କେନ୍ଦ୍ର ସରକାର ‘ହରିଜନ’ ଶଦ୍ଦକୁ ବହୁ ବର୍ଷ ହେଲା ରଦ୍ଦ କରିଦେଇଛନ୍ତି। ଧୀରେଧୀରେ ଏହି ଶଦ୍ଦ ମଧ୍ୟ ତାର ଅସ୍ଥିତ୍ବ ହରାଇ ‘ଅନୁସୂଚିତ ଜାତି’ ଶଦ୍ଦର ଲୋକପ୍ରିୟତା ବଢ଼ି ଚାଲିଛି।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031