Indus Valley Times

ଏପ୍ରିଲ-ମେ’ରେ ହେବ ପଂଚାୟତ ଓ ପୌର ନିର୍ବାଚନ : ୨୧ରେ ଜିଲ୍ଲାପାଳଙ୍କ ସହ ବୈଠକ, ତେଜିଲା ରାଜନୀତିକ ବୟାନବାଜି

 Breaking News

ଏପ୍ରିଲ-ମେ’ରେ ହେବ ପଂଚାୟତ ଓ ପୌର ନିର୍ବାଚନ : ୨୧ରେ ଜିଲ୍ଲାପାଳଙ୍କ ସହ ବୈଠକ, ତେଜିଲା ରାଜନୀତିକ ବୟାନବାଜି

ଏପ୍ରିଲ-ମେ’ରେ ହେବ ପଂଚାୟତ ଓ ପୌର ନିର୍ବାଚନ : ୨୧ରେ ଜିଲ୍ଲାପାଳଙ୍କ ସହ ବୈଠକ, ତେଜିଲା ରାଜନୀତିକ ବୟାନବାଜି
July 18
22:19 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ଭୁବନେଶ୍ୱର , ୧୮/୭ : ରାଜ୍ୟରେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନକୁ ନେଇ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି ରାଜ୍ୟ ନିର୍ବାଚନ ଆୟୋଗ (SEC)।
ଜାତୀୟ ଜନଗଣନା ପ୍ରକ୍ରିୟା ଶେଷ ହେବା ପରେ ଆସନ୍ତା ବର୍ଷ ଏପ୍ରିଲ କିମ୍ବା ମେ\’ ମାସରେ ପଞ୍ଚାୟତ ଓ ପୌର ନିର୍ବାଚନ ଏକାସାଙ୍ଗରେ କରାଯିବାର ସମ୍ଭାବନା ରହିଛି। ଏନେଇ ରାଜ୍ୟ ନିର୍ବାଚନ ଆୟୋଗର ସଚିବ ସନ୍ତୋଷ କୁମାର ଦାଶ ସୂଚନା ଦେଇଛନ୍ତି।
ସେ କହିଛନ୍ତି, ନିର୍ବାଚନ ପାଇଁ ପ୍ରାଥମିକ ପ୍ରସ୍ତୁତି ଆରମ୍ଭ ହୋଇସାରିଛି। ଜନଗଣନା କାର‌୍ୟ୍ୟ ଶେଷ ହେବା ପରେ ଚୂଡ଼ାନ୍ତ ନିର୍ବାଚନୀ କାର୍ଯ୍ୟସୂଚୀ ଘୋଷଣା କରାଯିବ।
ସବୁକିଛି ଯୋଜନା ଅନୁସାରେ ଚାଲିଲେ ଆସନ୍ତା ମାର୍ଚ୍ଚ ମାସରେ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବ ଏବଂ ତା\’ପରେ ଏପ୍ରିଲ-ମେ\’ରେ ଭୋଟ ଗ୍ରହଣ ହେବ।
ପୌରାଧ୍ୟକ୍ଷ ପଦ ପାଇଁ ଖସଡ଼ା ସଂରକ୍ଷଣ ତାଲିକା ପ୍ରକାଶ ପାଇସାରିଛି। ସଂରକ୍ଷଣ ପ୍ରକ୍ରିୟା ଚୂଡ଼ାନ୍ତ ହେବା ପରେ ଘରକୁ ଘର ବୁଲି ସର୍ଭେ କରାଯିବ।
ଏହା ସହ ଅକ୍ଟୋବର ମାସରୁ ଭୋଟର ତାଲିକା ସଂଶୋଧନ କାର‌୍ୟ୍ୟ ଆରମ୍ଭ ହେବ। ଭୋଟର ତାଲିକାକୁ ଅଧିକ ନିର୍ଭୁଲ କରିବା ପାଇଁ ଏହି ଡୋର୍-ଟୁ-ଡୋର୍ ସର୍ଭେକୁ ଗୁରୁତ୍ୱ ଦିଆଯାଉଛି।
ନିର୍ବାଚନ ପରିଚାଳନା ପାଇଁ ଆବଶ୍ୟକ ସମସ୍ତ ବ୍ୟବସ୍ଥା ମଧ୍ୟ କରାଯାଉଛି। ବର୍ତ୍ତମାନ ପୌର ନିର୍ବାଚନ ପାଇଁ ୧୨ ହଜାର ଇଭିଏମ୍ ଉପଲବ୍ଧ ଥିବାବେଳେ, ଆଉ ୬ ହଜାର ନୂଆ ଇଭିଏମ୍ କିଣିବା ପାଇଁ ଅର୍ଡର ଦିଆଯାଇଛି।
ଏହାସହ ବାଲାଟ୍ ପେପର, ପରିବହନ ବ୍ୟବସ୍ଥା ଓ ଅନ୍ୟାନ୍ୟ ନିର୍ବାଚନୀ ସାମଗ୍ରୀ ପ୍ରସ୍ତୁତି ମଧ୍ୟ ଚାଲିଛି।
ଏଥର ରାଜ୍ୟର ୧୪୩ଟି ପୌର ସଂସ୍ଥା ମହାନଗର ନିଗମ, ପୌରପାଳିକା ଓ ଏନ୍‌ଏସିରେ ନିର୍ବାଚନ ଅନୁଷ୍ଠିତ ହେବ। ଏନ୍‌ଏସି ଅଞ୍ଚଳର ପ୍ରତ୍ୟେକ ୱାର୍ଡରେ ଗୋଟିଏ ଲେଖାଏଁ ମତଦାନ କେନ୍ଦ୍ର ସ୍ଥାପନ କରାଯିବ, ଯାହାଦ୍ୱାରା ଭୋଟରମାନେ ସହଜରେ ମତଦାନ କରିପାରିବେ।
ସମ୍ବଲପୁର ମହାନଗର ନିଗମ ନିର୍ବାଚନକୁ ନେଇ ହାଇକୋର୍ଟରେ ଚାଲିଥିବା ମାମଲାର ସମାଧାନ ହୋଇଥିବା ଏବଂ ସମ୍ପର୍କିତ ଆଦେଶ ମଧ୍ୟ ପ୍ରକାଶ ପାଇଥିବାରୁ ଏହି ନିର୍ବାଚନୀ ପ୍ରକ୍ରିୟାକୁ ଆଉ ଗତି ମିଳିବ ବୋଲି ଆଶା କରାଯାଉଛି।
ଜନଗଣନା ଶେଷ ହେବା ପରେ ରାଜ୍ୟର ରାଜନୈତିକ ମାହୋଲ ଆହୁରି ସରଗରମ ହେବା ସ୍ପଷ୍ଟ ହୋଇଛି।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930