Indus Valley Times

ଓଡ଼ିଶାରେ ବ୍ୟାପିଲା କରୋନାର ନୂଆ ଭାରିଆଣ୍ଟ, ଦୁଇ ସଂକ୍ରମିତଙ୍କ ମଧ୍ୟରେ JN.1 ଚିହ୍ନଟ

 Breaking News

ଓଡ଼ିଶାରେ ବ୍ୟାପିଲା କରୋନାର ନୂଆ ଭାରିଆଣ୍ଟ, ଦୁଇ ସଂକ୍ରମିତଙ୍କ ମଧ୍ୟରେ JN.1 ଚିହ୍ନଟ

ଓଡ଼ିଶାରେ ବ୍ୟାପିଲା କରୋନାର ନୂଆ ଭାରିଆଣ୍ଟ, ଦୁଇ ସଂକ୍ରମିତଙ୍କ ମଧ୍ୟରେ JN.1 ଚିହ୍ନଟ
January 04
14:50 2024

ଭୁବନେଶ୍ୱର, ୪/୧ : ରାଜ୍ୟରେ କୋଭିଡ୍-୧୯ର ନୂଆ ସବ୍ ଭାରିଆଣ୍ଟ JN.1 ରୋଗୀ ଚିହ୍ନଟ ହୋଇଛନ୍ତି । ସମୁଦାୟ ୨ ଜଣ ରୋଗୀଙ୍କ ଠାରେ ଏହି ଭାରିଆଣ୍ଟ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର।
ସେମାନଙ୍କ ମଧ୍ୟରୁ ଜଣେ ରୋଗୀ ଭୁବନେଶ୍ୱରର ହୋଇଥିବା ବେଳେ ଅନ୍ୟ ଜଣେ ସୁନ୍ଦରଗଡ଼ରୁ ଚିହ୍ନଟ ହୋଇଛନ୍ତି। ୨ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ହୋମ ଆଇସୋଲେସନରେ ଥିବାବେଳେ ସେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ଅନ୍ୟ ଜଣେ ମହିଳା ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁଥିବା ଜଣାଯାଇଛି।
ଏହାବାଦ ଗତ ୨୪ ଘଣ୍ଟାରେ ଅନୁଗୁଳରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେ ଏବେ ହୋମ ଆଇସୋଲେସନରେ ଥିବା ସୂଚନା ରହିଛି । ଏବେ ରାଜ୍ୟରେ ୨୫ଜଣ ସକ୍ରିୟ ରୋଗୀ ଥିବା ବେଳେ, ମୃତ୍ୟୁ ନେଇ କୌଣସି ସୂଚନା ନଥିବା ସ୍ପଷ୍ଟ କରିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ।
କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି, ପର୍ଯ୍ୟାପ୍ତ ପରିମାଣର ଔଷଧ ମହଜୁଦ ଥିବା ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ଏବେ ଚିହ୍ନଟ ହେଉଥିବା ସଂକ୍ରମିତ ସେତେଟା ଗୁରୁତର ହେଉନାହାନ୍ତି । ତେବେ ଲୋକମାନେ ସତର୍କ ରୁହନ୍ତୁ । ଯଦି ଲକ୍ଷଣ ଦେଖାଯାଉଛି ପରୀକ୍ଷା କରାଇ ନେବା ସହ ଘରେ ରହିବାକୁ ସେ ପରାମର୍ଶ ଦେଇଛନ୍ତି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031