Indus Valley Times

କଂଗ୍ରେସକୁ ଜୋରଦାର ଝଟ୍‌କା, ଏକାସାଙ୍ଗେ ଦଳ ଛାଡ଼ିଲେ ୪୧ ନେତା

 Breaking News

କଂଗ୍ରେସକୁ ଜୋରଦାର ଝଟ୍‌କା, ଏକାସାଙ୍ଗେ ଦଳ ଛାଡ଼ିଲେ ୪୧ ନେତା

କଂଗ୍ରେସକୁ ଜୋରଦାର ଝଟ୍‌କା, ଏକାସାଙ୍ଗେ ଦଳ ଛାଡ଼ିଲେ ୪୧ ନେତା
January 24
18:16 2026

କଟକ,୨୪/୧ : ଯାହା ଆଶା କରାଯାଉଥିଲା ତାହାହିଁ ହୋଇଛି । କଟକର ଟାଣୁଆ ନେତା ମହମ୍ମଦ ମୋକିମଙ୍କୁ ଦଳରୁ ବହିଷ୍କାର କରିବା ରାଜ୍ୟ କଂଗ୍ରେସ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଦଳରେ ଇସ୍ତଫା ପର୍ବ ସାମିଲ ହୋଇଛନ୍ତି । ଶନିବାର ମୋକିମଙ୍କ ସମର୍ଥକ କୁହାଯାଉଥିବା ୪୧ ଜଣ କଂଗ୍ରେସ ନେତା ସମୂହ ଇସ୍ତଫା ଦେଇଛନ୍ତି । କଂଗ୍ରେସର ଅପାରଗ ନେତୃତ୍ୱକୁ ନେଇ ଇସ୍ତଫା ଦେଇଥିବା କର୍ମୀମାନେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ଇସ୍ତଫା ଦେଇଥିବା ନେତା ମଧ୍ୟରେ ପୂର୍ବତନ ପିସିସି ସମ୍ପାଦକ, ପୂର୍ବତନ ମୁଖପାତ୍ର, ପୂର୍ବତନ ବ୍ଲକ ସଭାପତି, ମହିଳା ଓ ଯୁବ କଂଗ୍ରେସ କର୍ମକର୍ତ୍ତା ପ୍ରମୁଖ ସାମିଲ ଅଛନ୍ତି । ପ୍ରଥମ ଦଫାରେ ପ୍ରାୟ ୪୦ରୁ ଉର୍ଦ୍ଧ୍ୱ ଇସ୍ତଫା ଦେବା ପରେ ଦଳକୁ ବଡ଼ ଝଟକା ଲାଗିଛି । ଆଗକୁ ଆହୁରି କର୍ମକର୍ତ୍ତା କଂଗ୍ରେସର ହାତ ଛାଡ଼ିବେ ବୋଲି ଚର୍ଚ୍ଚା ହେଉଛି । ମୋକିମଙ୍କ ବହିଷ୍କାର ନିଷ୍ପତ୍ତିକୁ ନେଇ କଂଗ୍ରେସ ଉପରେ ବର୍ଷିଛନ୍ତି ।
ମୋକିମଙ୍କ ସମର୍ଥକ ପସିସି ସଭାପତି ଭକ୍ତ ଚରଣ ଦାସଙ୍କ ଉପରେ ବର୍ଷିଛନ୍ତି । ଭକ୍ତ ଦାସଙ୍କ ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇଛନ୍ତି । ଦଳ ଏବେ ଲୋକଙ୍କ ସ୍ୱର ହେଉ ନାହିଁ ବରଂ କମ୍ପାନୀର ସ୍ୱର ହୋଇଯାଇଛି । ଭକ୍ତ ଦାସ ଲୋକଙ୍କ ସମସ୍ୟା କଥାକୁ ଉଠାଉ ନାହାଁନ୍ତି । ଯିବେ ଉଠେଇଲା ତାଙ୍କ ସ୍ୱରକୁ ଚପାଇ ଦେବାକୁ ଚେଷ୍ଟା କଲେ । ଭକ୍ତ ଦାସ ଟଙ୍କା ନେଇ ଆନ୍ଦୋଳନ ବନ୍ଦ କରିଦେଇଛନ୍ତି ବୋଲି କହିଛନ୍ତି ସମର୍ଥକ ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031