Indus Valley Times

କାଳବୈଶାଖୀରେ ବୈଦ୍ୟୁତିକ ସତର୍କତାକୁ ଟିପିଏନଓଡିଏଲର ଗୁରୁତ୍ଵ : ମୁକାବିଲା ଲାଗି ନିଯୋଜିତ ଅଛନ୍ତି ସ୍ବତନ୍ତ୍ର ଟିମ୍ ; ଆହୋରାତ୍ର କାର୍ଯ୍ୟ କରୁଛନ୍ତି କର୍ମଚାରୀ

 Breaking News

କାଳବୈଶାଖୀରେ ବୈଦ୍ୟୁତିକ ସତର୍କତାକୁ ଟିପିଏନଓଡିଏଲର ଗୁରୁତ୍ଵ : ମୁକାବିଲା ଲାଗି ନିଯୋଜିତ ଅଛନ୍ତି ସ୍ବତନ୍ତ୍ର ଟିମ୍ ; ଆହୋରାତ୍ର କାର୍ଯ୍ୟ କରୁଛନ୍ତି କର୍ମଚାରୀ

May 14
19:14 2025

ସୁଦାମ ପାତ୍ରଙ୍କ ରିପୋର୍ଟ
ବାଲେଶ୍ଵର, ୧୪/୫: ଉତ୍ତର ଓଡ଼ିଶା କାଳବୈଶାଖୀ ପ୍ରବଣ ଅଞ୍ଚଳ ହୋଇଥିବାବେଳେ ଏହାକୁ ଦୃଷ୍ଟିରେ ରଖି ଟିପି ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ(ଟିପିଏନଓଡିଏଲ) ଗତ କିଛି ବର୍ଷ ମଧ୍ୟରେ ଅନେକ ଯୁଗାନ୍ତକାରୀ ପଦକ୍ଷେପ ନେବା ସହ ଏହି ଦିଗରେ ପ୍ରୟାସକୁ ଦ୍ଵିଗୁଣିତ କରିଛି।
ଭିତ୍ତିଭୂମି ସୁଦୃଢ଼ୀକରଣ ଏବଂ ତ୍ବରିତ ସମାଧାନ ଦିଗରେ ଗୁରୁତ୍ବ ଦେଇ କମ୍ପାନୀ କାଳବୈଶାଖୀ ଜନିତ ଆହ୍ବାନର ମୁକାବିଲା କରିବା ପାଇଁ ପ୍ରସ୍ତୁତ ଅଛି।
ପରିଚାଳନା ସ୍ତରରେ ସାମର୍ଥ୍ୟକୁ ବୃଦ୍ଧି କରିବା ସହିତ ଭିଭିଭୂମି ସୁଦୃଢ଼ୀକରଣ ଏବଂ ଅଧିକ ସମ୍ବଳ ନିୟୋଜିତ କରିବା ଦିଗରେ ଟିପିଏନଓଡିଏଲ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଛି।
ସେହିପରି ଆସନ୍ନ କାଳବୈଶାଖୀକୁ ଦୃଷ୍ଟିରେ ରଖି ଟିପିଏନଓଡିଏଲ ଉପଭୋକ୍ତାମାନଙ୍କ ପାଇଁ ବିଦ୍ୟୁତ ସୁରକ୍ଷା ମାର୍ଗଦର୍ଶିକା ମଧ୍ୟ ଜାରି କରିଛି। ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ ଉତ୍ତର ଓଡ଼ିଶାର ବାଲେଶ୍ଵର, ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ଘଡ଼ଘଡ଼ି ସହ ଝଡ଼ ବର୍ଷା ଓ ପବନ ବହିବାର ସମ୍ଭାବନା ରହିଛି।
ବର୍ଷା ପବନ ଯୋଗୁ ବିଭିନ୍ନ ସ୍ଥାନରେ ଗଛ ଡାଳ ପଡି ବିଦ୍ୟୁତ୍ ତାର ଛିଣ୍ଡିବା ଅବା ଖୁଣ୍ଟି ଭାଙ୍ଗିବାର ସମ୍ଭାବନା ମଧ୍ୟ ରହିଛି ।
ତେଣୁ ସାଧାରଣ ଲୋକେ କୌଣସି ସ୍ଥାନରେ ବିଦ୍ୟୁତ ତାର ଛିଣ୍ଡି ପଡିଥିବାର ଦେଖିଲେ, ଟ୍ରାନ୍ସଫର୍ମର ସ୍ପାର୍କ ହେଲେ କିମ୍ବା ନିଆଁ ଲାଗିଲେ ସେଠାରୁ ସୁରକ୍ଷିତ ଦୂରତା ବଜାୟ ରଖିବା ସହ ଏ ନେଇ ତୁରନ୍ତ ଗ୍ରାହକ ସେବା ନମ୍ବର ୧୮୦୦-୩୪୫-୬୭୧୮ କିମ୍ବା ୧୯୧୨ରେ ଯୋଗାଯୋଗ କରିବା ଉଚିତ।
ନଚେତ ନିକଟସ୍ଥ ଟିପିଏନଓଡିଏଲ କାର୍ଯ୍ୟାଳୟରେ ଅବଗତ କରାଇବା ଆବଶ୍ୟକ। କୌଣସି ପରିସ୍ଥିତିରେ ଛିଣ୍ଡା ବିଦ୍ୟୁତ ତାରକୁ ଛୁଇଁବା ଅବା ନିଜେ ମରାମତି କରିବାର ଦୁଃସାହସ କରିବା ଅନୁଚିତ।
ଏହା ଦ୍ଵାରା ବଡ ଦୁର୍ଘଟଣା ଘଟିବା ଯେପରିକି ଜୀବନ ହାନି ହେବାର ଆଶଙ୍କା ରହିଛି। ବର୍ଷା ଘଡ଼ଘଡ଼ି ସମୟରେ ବିଦ୍ୟୁତ୍ ଖୁଣ୍ଟ ନିକଟରେ ଠିଆ ହେବା ମଧ୍ୟ ବିପଦକୁ ଆମନ୍ତ୍ରଣ ଅଟେ। ବିଜୁଳି ଘଡ଼ଘଡ଼ିରୁ ମଧ୍ୟ ବୈଦୁତିକ ସାମଗ୍ରୀଗୁଡିକର ସୁରକ୍ଷା ପାଇଁ ଉପଯୁକ୍ତ ଆର୍ଥିଙ୍ଗ ବ୍ୟବସ୍ଥା କରିବା ଦରକାର ବୋଲି ଟିପିଏନଓଡିଏଲ ଦର୍ଶାଇଛି।
ଅପରପକ୍ଷେ ସମସ୍ତ ପ୍ରତିକୂଳ ପରିସ୍ଥିତିରେ ଗୁଣାତ୍ମକ ବିଦ୍ୟୁତ ସେବାକୁ ଟିପିଏନଓଡ଼ିଏଲ ସୁନିଶ୍ଚିତ କରୁଛି। କାଳବୈଶାଖୀ ଜନିତ କ୍ଷୟକ୍ଷତିର ତ୍ଵରିତ ପୁନରୁଦ୍ଧାର କରାଯିବା ସହ ଏହାର ମୁକାବିଲା ପାଇଁ ସ୍ଵତନ୍ତ୍ର ଟିମ୍ ମୁତୟନ କରାଯାଇଛି। ବିଶେଷତଃ କାଳବୈଶାଖୀରେ ଅଧିକ ପ୍ରଭାବିତ ହେଉଥିବା ଅଞ୍ଚଳର ବିଦ୍ୟୁତ ସେବା ସ୍ଵାଭାବିକ କରିବାକୁ ଟିପିଏନଓଡ଼ିଏଲ କର୍ମଚାରୀଙ୍କୁ ଅନେକ ଆହ୍ଵାନକୁ ସାମ୍ନା କରିବାକୁ ପଡୁଛି। ସମସ୍ତ ବିପରୀତ ସ୍ଥିତି ସତ୍ତ୍ୱେ କର୍ମଚାରୀମାନେ ବିଦ୍ୟୁତ ଭିତ୍ତିଭୂମି ପୁନରୁଦ୍ଧାର ପାଇଁ ଦିନ ରାତି କାର‌୍ୟ୍ୟ କରୁଛନ୍ତି। ସ୍ୱଳ୍ପ ସମୟରେ ସ୍ଥିତି ସ୍ଵାଭାବିକ କରାଯାଉଥିବା ଟିପିଏନଓଡିଏଲ କହିଛି।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930