Indus Valley Times

କନ୍ଧମାଳ : ରାସ୍ତାରେ ହାତଲେଖା ମାଓବାଦୀ ପୋଷ୍ଟର

 Breaking News

କନ୍ଧମାଳ : ରାସ୍ତାରେ ହାତଲେଖା ମାଓବାଦୀ ପୋଷ୍ଟର

କନ୍ଧମାଳ : ରାସ୍ତାରେ ହାତଲେଖା ମାଓବାଦୀ ପୋଷ୍ଟର
September 22
21:18 2023

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୨୨/୯: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ବେଲଘର ଅନ୍ତର୍ଗତ ଝିରିପାଣିଠାରୁ ରାୟଗଡା ଜିଲାର ଅମ୍ବାଦଳାକୁ ସଂଯୋଗ କରୁଥିବା ରାସ୍ତାର ବରଗୁଡ଼ା ଛକଠାରେ ଶୁକ୍ରବାର କିଛି ହାତଲେଖା ମାଓବାଦୀ ପୋଷ୍ଟର ପଡିଥିବା ଦେଖାଯାଇଛି। ସେଥିରେ ସେପ୍ଟେମ୍ବର ୨୧ରୁ ୨୭ ତାରିଖ ପର୍ଯ୍ୟନ୍ତ ଗଣତାନ୍ତ୍ରିକ ବିପ୍ଳବ ସପ୍ତାହକୁ ପାଳନ କରିବା ପାଇଁ ଜନସାଧାରଣଙ୍କୁ ଆହ୍ବାନ ଦେଇଛନ୍ତି।
ସେହିପରି ଜନସାଧାରଣ ନୂଆ ଗଣତାନ୍ତ୍ରିକ ବିପ୍ଳବରେ ଯୋଗ ଦେବା, ୯୦% ଶୋଷିତ ଜନତାଙ୍କୁ ମୁକ୍ତ, ଜଳ, ଜମି, ଜଙ୍ଗଲର ଅଧିକାର ପାଇଁ ଶସସ୍ତ୍ର ବର୍ଗ ସଂଘର୍ଷ କରିବାକୁ ପୋଷ୍ଟରରେ ଲେଖାଯାଇଛି। ତଳେ ସିପିଆଇ ମାଓବାଦୀ (ବା.ଘୁ.ନା. ଡିଭିଜନ) ବୋଲି ଉଲ୍ଲେଖ ରହିଛି। ଯାହାକୁ ନେଇ ଝିରିପାଣି ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।
ବାଲିଗୁଡ଼ା : ସାପ କାମୁଡାରେ ଯୁବକଙ୍କ ମୃତ୍ୟୁ
ବାଲିଗୁଡ଼ା,୨୨/୯: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ବ୍ଲକ କରୁକୁଡୁପା ଗ୍ରାମରେ ଘଟିଛି ଏକ ଦୁଃଖଦ ପୂର୍ଣ୍ଣ ଘଟଣା । ଉକ୍ତ ଗ୍ରାମର ସଙ୍କୀ ମାଝୀ ଙ୍କ ପୁଅ ସକତା ମାଝୀ (୩୨) ଙ୍କୁ ସାପ କାମୁଡ଼ିବାରୁ ମୃତ୍ୟୁ ଘଟିଥିବା ଜଣାପଡିଛି ।
ପ୍ରକାଶ ଯେ, ପ୍ରତିଦିନ ଭଳି ଗୁରୁବାର ରାତିରେ ମଧ୍ୟ ସକତା ମାଝୀ ଖାଇ ପିଇ ଶୋଇଥିବା ସମୟରେ କୌଣସି ସ୍ଥାନରୁ ଏକ ବିଷଧର ସାପ ଆସି କାମୁଡ଼ିବା ଦ୍ବାରା ସେ ଛଟପଟ ହୋଇଥିଲେ ।
ଏହି ବିଷୟ ପରିବାର ଲୋକେ ଜାଣିବା ପରେ ସଙ୍ଗେ ସଙ୍ଗେ ଗ୍ରାମବାସୀଙ୍କ ସହାୟତାରେ ନିକଟସ୍ଥ ତୁମୁଡ଼ିବନ୍ଧ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ, ହେଲେ ସେଠାରେ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ପୁଣି ସଙ୍ଗେ ସଙ୍ଗେ ତୁମୁଡିବନ୍ଧରୁ ଆମ୍ବୁଲାନ୍ସ ଯୋଗେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟ କୁ ଆଣି ଭର୍ତ୍ତୀ କରିଥିଲେ ।
ଡାକ୍ତର ପରୀକ୍ଷା କରିବା ବେଳକୁ ସକତା ର ମୃତ୍ୟୁ ଘଟିଥିଲା । ଖବର ପାଇ ଶୁକ୍ରବାର ସକାଳେ ବାଲିଗୁଡ଼ା ପୁଲିସ ମେଡିକାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଶବ ବ୍ୟବଛେଦ ପାଇଁ ପଠାଇଥିବା ଜଣାପଡିଛି ।
ବାଲିଗୁଡା ବନଖଣ୍ଡ କାର୍ଯ୍ୟାଳୟ ରେ ଗଣେଶ ପୂଜା ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ
ବାଲିଗୁଡ଼ା,୨୨/୯: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଖଣ୍ଡିୟ ବନାଧିକାରୀ ଙ୍କ କାର‌୍ୟ୍ୟଳୟ ପରିସର ମଧ୍ୟରେ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଗଣେଶ ପୂଜା ମହାସମାରୋହରେ ପାଳିତ ହୋଇଯାଇଛି ।
ଏହି ଅବସରରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ବାଲିଗୁଡା ବନଖଣ୍ଡ ଅନ୍ତର୍ଗତ ବିଭିନ୍ନ ରେଞ୍ଜରେ କାର୍ଯ୍ୟରତ ବନ କର୍ମଚାରୀ ମାନେ ଅଂଶ ଗ୍ରହଣ କରି ନିଜ ନିଜର କଳା ନୈପୁଣ୍ୟ ପ୍ରଦର୍ଶନ କରିଥିଲେ । ଏଥିରେ ଆଦିବାସୀ, ସମ୍ବଲପୁରୀ, ଓ ଆଧୁନିକ ନୃତ୍ୟ ସଙ୍ଗୀତ ରେ ମଞ୍ଚ ଦୁଲୁକିଥିଲା ।
ବାଲିଗୁଡ଼ା ଓ କୋଟଗଡ ରେଞ୍ଜ ପକ୍ଷରୁ ଲୋକନୃତ୍ୟ ଓ କ୍ଷୁଦ୍ର ନାଟକ ମାଧ୍ୟମ ରେ ଜଙ୍ଗଲ କ୍ଷୟ ବନ୍ୟ ଜନ୍ତୁ ସୁରକ୍ଷା ଉପରେ ଏକ ସଚେତନ ଧର୍ମୀ ନାଟକ ଉପସ୍ଥାପନା କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଡିଏଫ୍ଓ ବିଶ୍ୱରାଜ ପଣ୍ଡା, ଏସିଏଫ୍ ସୌମ୍ୟ ରଞ୍ଜନ ସାହୁ, ମନୋରଞ୍ଜନ ବାଗ, ପ୍ରଫୁଲ୍ଲ ମଲିକ, ରେଞ୍ଜର ଅତୁଲ୍ୟ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ରହି କଳା ନୈପୁଣ୍ୟ ପ୍ରଦର୍ଶନ କରିଥିବା କଳାକାର ଙ୍କୁ ପୁରସ୍କୃତ କରି ଥିବା ବେଳେ ଦୀର୍ଘ ଦଶ ବର୍ଷ ହେବ ଜଙ୍ଗଲ ପରିବେଶ ଓ ବନ୍ୟ ପ୍ରାଣୀ ଙ୍କ ସୁରକ୍ଷା ପାଇଁ ସଚେତନ କରୁଥିବା ଯୁବ ନାଟ୍ୟକାର ତଥା ଯୁବ ସମାଜସେବୀ ପ୍ରମୋଦ କୁମାର ଦଣ୍ଡସେନା ଙ୍କୁ ବାଲିଗୁଡା ଡିଏଫ୍ଓ ବିଶ୍ଵରାଜ ପଣ୍ଡା ସମ୍ମାନିତ କରିଥିଲେ । ଫରେଷ୍ଟର ପ୍ରଭାତ କୁମାର ଦୋରା ଓ ଲିଜା ପଟ୍ଟନାୟକ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031