Indus Valley Times

ଖୋରଧା ରେ ଜିଲ୍ଲାସ୍ତରୀୟ ପିଏମ୍ ଶ୍ରୀ ବିଦ୍ୟାଳୟ ଛାୟା ସଂସଦ ପ୍ରତିଯୋଗିତା ;ରାଜ୍ୟସ୍ତରୀୟ ସୁରଭି-୨୦୨୬ରେ ଜିଲ୍ଲାକୁ ପ୍ରତିନିଧିତ୍ୱ କରିବେ ଦୁଇ କୃତୀ ପ୍ରତିଯୋଗୀ

 Breaking News

ଖୋରଧା ରେ ଜିଲ୍ଲାସ୍ତରୀୟ ପିଏମ୍ ଶ୍ରୀ ବିଦ୍ୟାଳୟ ଛାୟା ସଂସଦ ପ୍ରତିଯୋଗିତା ;ରାଜ୍ୟସ୍ତରୀୟ ସୁରଭି-୨୦୨୬ରେ ଜିଲ୍ଲାକୁ ପ୍ରତିନିଧିତ୍ୱ କରିବେ ଦୁଇ କୃତୀ ପ୍ରତିଯୋଗୀ

ଖୋରଧା ରେ ଜିଲ୍ଲାସ୍ତରୀୟ ପିଏମ୍ ଶ୍ରୀ ବିଦ୍ୟାଳୟ ଛାୟା ସଂସଦ ପ୍ରତିଯୋଗିତା ;ରାଜ୍ୟସ୍ତରୀୟ ସୁରଭି-୨୦୨୬ରେ ଜିଲ୍ଲାକୁ ପ୍ରତିନିଧିତ୍ୱ କରିବେ ଦୁଇ କୃତୀ ପ୍ରତିଯୋଗୀ
November 05
20:16 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୫/୧୧ : ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗଣତାନ୍ତ୍ରିକ ମୂଲ୍ୟବୋଧ, ସଂସଦୀୟ ପରମ୍ପରା, ନେତୃତ୍ୱ ଦକ୍ଷତା ଓ ଯୁକ୍ତିପୂର୍ଣ୍ଣ ଭାବେ ନିଜ ମତ ଉପସ୍ଥାପନ କରିବାର କଳାକୁ ବିକଶିତ କରିବା ଲକ୍ଷ୍ୟରେ ଖୋରଧା ଠାରେ ଜିଲ୍ଲାସ୍ତରୀୟ ପିଏମ୍ ଶ୍ରୀ ବିଦ୍ୟାଳୟ ଛାୟା ସଂସଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ନଭେମ୍ବର ୩ ଓ ୫ ତାରିଖରେ ଜିଲ୍ଲା ଶିକ୍ଷା ଓ ତାଲିମ ପ୍ରତିଷ୍ଠାନ (ଡାଏଟ୍), ଖୋରଧା ପରିସରରେ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା।
ସମଗ୍ର ଶିକ୍ଷା, ଖୋରଧା ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାରେ ଜିଲ୍ଲାର ୨୯ଟି ପିଏମ୍ ଶ୍ରୀ ବିଦ୍ୟାଳୟର ଛାତ୍ରଛାତ୍ରୀ ଉତ୍ସାହ ଓ ଉଦ୍ଦୀପନାର ସହ ଭାଗ ନେଇଥିଲେ। ଛାୟା ସଂସଦ ମାଧ୍ୟମରେ ସଂସଦୀୟ କାର‌୍ୟ୍ୟପ୍ରଣାଳୀ ସମ୍ପର୍କରେ ପ୍ରତ୍ୟକ୍ଷ ଧାରଣା ହାସଲ କରିବା ସହ ନିଜର ବକ୍ତୃତା, ତର୍କ ଓ ଯୁକ୍ତି ଉପସ୍ଥାପନ ଦକ୍ଷତା ପ୍ରଦର୍ଶନ କରିବାକୁ ପ୍ରତିଯୋଗୀମାନେ ସୁଯୋଗ ପାଇଥିଲେ।
ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ସୋନାମିକା ରାୟଙ୍କ ନିର୍ଦ୍ଦେଶ ଓ ତତ୍ତ୍ୱାବଧାନରେ କାର‌୍ୟ୍ୟକ୍ରମଟି ସଫଳତାର ସହ ସମ୍ପନ୍ନ ହୋଇଥିଲା। ଶ୍ରୀମତୀ ମନସ୍ୱିନୀ ପ୍ରଧାନ କାର‌୍ୟ୍ୟକ୍ରମର ସଂଯୋଜନା ଓ ପରିଚାଳନା କରିଥିଲେ।
ପ୍ରତିଯୋଗିତାର ବିଚାରକ ଭାବେ ଡାଏଟ୍, ଖୋରଧା ର ଅଧ୍ୟକ୍ଷ ଶ୍ରୀ ତାପସ କୁମାର ନାୟକ, ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ, ଖୋର୍ଦ୍ଧାରୋଡ୍‌ର ଶିକ୍ଷକ ଶ୍ରୀ ମୀନକେତନ ପଣ୍ଡା ଏବଂ ପିଏମ୍ ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟ, ଖୋରଧାର ଶିକ୍ଷକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ଭୋଳ ଯୋଗଦେଇ ପ୍ରତିଯୋଗୀମାନଙ୍କ ପ୍ରଦର୍ଶନର ମୂଲ୍ୟାୟନ କରିଥିଲେ।
ଏହି ପ୍ରତିଯୋଗିତାରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଦୁଇଜଣ ଛାତ୍ରଛାତ୍ରୀ ଆଗାମୀ ରାଜ୍ୟସ୍ତରୀୟ ସୁରଭି-୨୦୨୬ କାର୍ଯ୍ୟକ୍ରମରେ ଖୋରଧା ଜିଲ୍ଲା ପକ୍ଷରୁ ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇବେ। ଏହା ଜିଲ୍ଲାର ଶିକ୍ଷାକ୍ଷେତ୍ର ପାଇଁ ଏକ ଗୌରବର ବିଷୟ ବୋଲି ଶିକ୍ଷା ମହଲରେ ଆଶା ପ୍ରକାଶ ପାଇଛି।
ଛାତ୍ରଜୀବନରୁ ସଂସଦୀୟ ଗଣତନ୍ତ୍ରର ମୂଳନୀତି, ନିୟମ ଓ ପରମ୍ପରା ସମ୍ପର୍କରେ ଅବଗତ କରାଇବା ସହ ଭବିଷ୍ୟତରେ ଦାୟିତ୍ୱବାନ ନାଗରିକ ଓ ଦକ୍ଷ ନେତୃତ୍ୱ ଗଢ଼ି ତୋଳିବା ଦିଗରେ ଏଭଳି ପ୍ରତିଯୋଗିତା ବେଶ୍ ଉପାଦେୟ ହେବ ବୋଲି ମତ ପ୍ରକାଶ ପାଇଛି।

About Author

indadmin

indadmin

Related Articles

Archives

Calendar

November 2026
M T W T F S S
 1
2345678
9101112131415
16171819202122
23242526272829
30