Indus Valley Times

ପଞ୍ଚାୟତରାଜଦିବସ ବାତିଲ ଓ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ବିକୃତ ପ୍ରତିବାଦରେ ବୌଦ୍ଧ ବିଜେଡିର ଗଣଧାରଣା

 Breaking News

ପଞ୍ଚାୟତରାଜଦିବସ ବାତିଲ ଓ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ବିକୃତ ପ୍ରତିବାଦରେ ବୌଦ୍ଧ ବିଜେଡିର ଗଣଧାରଣା

ପଞ୍ଚାୟତରାଜଦିବସ ବାତିଲ ଓ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ବିକୃତ ପ୍ରତିବାଦରେ ବୌଦ୍ଧ ବିଜେଡିର ଗଣଧାରଣା
March 07
08:55 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୭/୩ : ନବେ ଦଶକରୁ ମାର୍ଚ୍ଚ ୦୫ ପ୍ରବାଦପୁରୁଷ ଭୂମିପୁତ୍ର ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟନାୟକଙ୍କ ଜନ୍ମ ଦିବସକୁ ସମଗ୍ର ରାଜ୍ୟରେ ଆଧୁନିକ ପଞ୍ଚାୟତରାଜବ୍ୟବସ୍ଥାରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପ୍ରଥମ ଥରପାଇଁ ମହିଳାଙ୍କ ନିମିତ୍ତ ଏକତୃତୀୟାସ୍ଥାନ ସରଂକ୍ଷଣ ପ୍ରଭୃତି ଅବଦାନ ପାଇଁ ପଞ୍ଚାୟତରାଜ ଦିବସ ରୂପେ ପାଳନ କରି ଆସୁଛି ।
ସରକାର ପରେ ସରକାର ବଦଳିଛି ମାତ୍ର ଏ ଯାବତ ତାହା ଅପରିବର୍ତ୍ତିତ ଥିଲା ଏବଂ ଓଡିଶା ପ୍ରଦର୍ଶିତ କରିଥିବା ପଥକୁ ଅନୁକରଣ କରି ୨୦୧୦ ମସିହାରୁ ଜାତୀୟସ୍ତରରେ ପଞ୍ଚାୟତରାଜ ଦିବସ ରୂପେ ପାଳନ କରାଯାଉଛି ।
ଓଡ଼ିଆ ଅସ୍ମିତାର ସ୍ଲୋଗାନ ଦେଈ କ୍ଷମତା ଆସିଥିବା ବିଜେପି ସରକାର ପ୍ରଥମବର୍ଷ ନପୂରୁଣୁ ବୀର ପ୍ରସବିନି ଓଡିଶା ମାତାର ଅନ୍ୟତମ ଶ୍ରେଷ୍ଠ ସନ୍ତାନ ବିଜୁ ବାବୁଙ୍କ ଜୟନ୍ତୀରେ ପାଳିତ ପଞ୍ଚାୟତ ରାଜ ଦିବସ ବନ୍ଦ ନିଷ୍ପତ୍ତି ପ୍ରତିବାଦରେ ଆଜି ବିଜୁ ଜନତାଦଳ ବୌଦ୍ଧ ନିର୍ବାଚନମଣ୍ଡଳୀ ପକ୍ଷରୁ ବୌଦ୍ଧସହରସ୍ଥ ବିଜୁପଟନାୟକଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତଙ୍କ ନେତୃତ୍ୱରେ ଅଧିଵକ୍ତା ଧିରେନ କୁମାର ଦେହୁରୀଙ୍କ ସଭାପତିତ୍ବରେ ଏକ ପ୍ରତିବାଦସଭା ଓ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି ।
ଏହି ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ବୌଦ୍ଧ ନଗରପାଳ ମୃତ୍ୟୁଞ୍ଜୟ ମିଶ୍ର ଜିଲ୍ଲାପରିଷଦଅଧକ୍ଷା ପ୍ରଭାସିନୀ ଦାସ ଜିଲ୍ଲାପରିଷଦ ସଭ୍ୟ ବିଶ୍ୱଜିତ ମିଶ୍ର ଅଶୋକ ସାହୁ ଅରୁଣ ପ୍ରଧାନ ଯୁବନେତା ଅବକାଶ ସାହୁ ସୁବୋଧ ପ୍ରଧାନ ପ୍ରଦୀପ କୁମାର ସାହୁ ମାନସ ପୁରୋହିତ ଯୋଗେଶ୍ୱର ମାହାଙ୍କୁଡ ସୀତାଂଶୁ ମାହାଙ୍କୁଡ ବିଦ୍ୟାଧର ସ୍ୱାଇଁ ଅଶୋକ ମେଣ୍ଡୁଳି ସୁବାସ ସାହୁ ପ୍ରମୁଖ ବକ୍ତବ୍ୟ ରଖି ବିଜୁବାବୁଙ୍କ ଉପରେ ଆକ୍ରମଣ ଆରମ୍ଭ କରି ଏ ସରକାର ନିଜ ହୀନ ମାନସିକତାର ପରିଚୟ ଦେଇଛି ବୋଲି ପ୍ରକାଶ କରିବା ସହ ଘଟଣାକୁ ନିନ୍ଦା କରି ତୁରନ୍ତ ସରକାର ନିଜ ନିଷ୍ପତ୍ତିକୁ ପ୍ରତ୍ୟାହାର କରିବା ପାଇଁ ଦାବୀ କରିଥିଲେ ଏ ଅପମାନର ଜବାବ ଭୋଟ ବାକ୍ସରେ ଦେବା ପାଇଁ ଉପସ୍ଥିତ ନେତୃବୃନ୍ଦ ଆହ୍ୱାନ ଜଣାଇଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ବ୍ଲକଅଧକ୍ଷ କୃଷ୍ଣ ସେଠି ଅଶ୍ୱିନୀ ପ୍ରଧାନ ତ୍ରିବିକ୍ରମ ମାହାଙ୍କୁଡ ସନ୍ତୋଷ ନାୟକ ଗରୁଡ଼ ପ୍ରଧାନ ଧର୍ମୁଧର ମେହେର ରଜତ ଦାସ ପ୍ରମୁଖଙ୍କ ନେତୃତ୍ୱରେ ଶତାଧିକନେତୃବୃନ୍ଦ ଆଜିର ଗଣଧାରଣାରେ ଯୋଗଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31