Indus Valley Times

ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ହର ଘର ତିରଙ୍ଗା ରାଲି ଅନୁଷ୍ଠିତ

 Breaking News

ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ହର ଘର ତିରଙ୍ଗା ରାଲି ଅନୁଷ୍ଠିତ

August 14
10:50 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା, ୧୪/୮ : ବୁଧବାର ପୂର୍ବାହ୍ନ ୯.୦୦ ଘଟିକାରେ ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ହର ଘର ତିରଙ୍ଗା ଏକ ବିଶାଳ ରାଲି ଜିଲ୍ଲାପାଳ ଶ୍ରୀ ଆମ୍ରିତ୍ ରୁତୁରାଜଙ୍କ ପୌରହିତ୍ୟରେ ଜିଲ୍ଲା କାର୍ଯ୍ୟାଳୟ ପରିସରରୁ ଜୟୀ ରାଜଗୁରୁ ଟାଉନ୍ ହଲ ପର୍ଯ୍ୟନ୍ତ ଯାଇଥିଲା।
ମୁଖ୍ୟଅତିଥି ଭାବେ ମାନ୍ୟବର ମନ୍ତ୍ରୀ ଆଇନ, ପୂର୍ତ୍ତ , ଅବକାରୀ ଶ୍ରୀଯୁକ୍ତ ପୃଥ୍ୱୀରାଜ ହରିଚନ୍ଦନ ଯୋଗଦେଇ କହିଲେ ଦେଶ ମାତୃକାର ସେବାରେ ସମସ୍ତ ଜନସାଧାରଣଙ୍କୁ ସାମିଲ କରିବା ପାଇଁ ଆଜିର ଯେଉଁ ହର ଘର ତିରଙ୍ଗା ଓ ଘର ଘର ତିରଙ୍ଗା କାର୍ଯ୍ୟକ୍ରମ ଉନ୍ମାଦନା ଜାଗ୍ରତ କରିବ.ସମାଜକୁ ବଞ୍ଚାଇବାକୁ ଅଛି ଓ ଦେଶକୁ ଆଗେଇବାର ଅଛି। ତିରଙ୍ଗା ଯାତ୍ରାରେ ସାମିଲ ହୋଇ ଦେଶକୁ ବିକାଶ ପଥରେ ଆଗେଇ ନେବାକୁ ସଂକଳ୍ପ ନେବାକୁ ପଡିବ। ଦେଶ ସ୍ବାଧୀନତାର ପ୍ରଥମ ପାଇକ ବିଦ୍ରୋହ ଖୋର୍ଦ୍ଧା ମାଟିରୁ ହିଁ ଆରମ୍ଭ ହୋଇଥିଲା।
ଖୋର୍ଦ୍ଧା ଜିଲ୍ଲା ତଥା ସମଗ୍ର ଓଡ଼ିଶାକୁ ବିକାଶର ଶୀର୍ଷରେ ପହଞ୍ଚାଇବାକୁ କାର୍ଯ୍ୟ କରିବା ସହ ପ୍ରତ୍ୟେକ ବ୍ୟକ୍ତି ସ୍ବାଧୀନତାର ଦୀକ୍ଷାରେ ସାମିଲ ପାଇଁ ମୁଖ୍ୟ ଅତିଥି ଆହ୍ଵାନ ଦେଇଥିଲେ ।
ସେହିପରି ମାନ୍ୟବର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ଯୋଗଦେଇ ରାଷ୍ଟ୍ର ପାଇଁ ଆମେ ସମସ୍ତେ ସେବା କରିବାର ଅଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଅପରେସନ ସିନ୍ଦୂରରେ ବିଶ୍ୱ ଭାରତର ପରାକାଷ୍ଟା ଦେଖିଲା ।
ଭାରତର ସମ୍ମାନ ବିଶ୍ୱରେ ଅଧିକରୁ ଅଧିକ ଆଦୃତ ହେବାରେ ଲାଗିଛି ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ମାନ୍ୟବର ବିଧାୟକ, ଖୋର୍ଦ୍ଧା ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜଗଦେବ ଯୋଗଦେଇ କହିଲେ ଦେଶ ପାଇଁ ଭକ୍ତି, ଭାବ, ପ୍ରେମ ବନ୍ଦନୀୟ । ତିରଙ୍ଗା ଯାତ୍ରା, ସଂହତି, ଏକତା ଓ ଓଡ଼ିଶାକୁ ଭାରତ ବର୍ଷରେ ଏବଂ ଭାରତକୁ ବିଶ୍ୱରେ ଏକ ନମ୍ୱର୍ କରିବ ।
ଜିଲ୍ଲାପାଳ ଶ୍ରୀ ଅମ୍ରିତ୍ ଋତୁରାଜ କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ ରେ ସ୍ୱଛତା ଅଭିଯାନ, ଆଜାଦ କି ଅମୃତ ମହୋତ୍ସବ,ହର ଘର ତିରଙ୍ଗା ଆମ ରାଷ୍ଟ୍ର ପାଇଁ ଏକତା, ଅଖଣ୍ଡତା ଓ ସ୍ୱଚ୍ଛ ଭାରତ ବର୍ଷ ନିର୍ମାଣ କରି ରାଷ୍ଟ୍ରକୁ ଭାତୃତ୍ବ ବନ୍ଧନରେ ବାନ୍ଧି ରଖି ଭାରତକୁ ବିଶ୍ୱରେ ଏକ ନମ୍ୱର୍ କରିବା ପ୍ରୟାସ ବିକଶିତ ଭାରତର ସ୍ବପ୍ନକୁ ସାକାର କରିବ। ଏହି ଅବସରରେ ଜିଲ୍ଲାପାଳ ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀ ଓ ସମସ୍ତ ଅତିଥି ମାନଙ୍କୁ ସ୍ଵାଗତ କରିଥିଲେ।
ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା ହର ଘର ତିରଙ୍ଗା ଅଭିଯାନର ତିରଙ୍ଗା ରାଲି, ତିରଙ୍ଗା ସାଇକେଲ ରାଲି, ତିରଙ୍ଗା ସାଂସ୍କୃତିକ କାର୍ଯ୍ୟକ୍ରମ,ଓ ତିରଙ୍ଗା ମେଳାର ସମସ୍ତ କାର‌୍ୟ୍ୟକ୍ରମ ଉପରେ ଅଭିଭାଷଣ ପ୍ରଦାନ କରିଥିଲେ କ୍ଷ ତିରଙ୍ଗା ବିଶାଳ ରାଲି ଭାରତ ମାତାର ଜୟ ଜୟ ଧ୍ବନିରେ ଜୟୀ ରାଜଗୁରୁ ଟାଉନ୍ ହଲ୍ ଠାରେ ପହଞ୍ଚିଥିଲା ।
ରାଲିରେ ସମସ୍ତ ବର୍ଗର ଜନ ସାଧାରଣ ଯୋଗ ଦେଇଥିଲେ କ୍ଷ ତିରଙ୍ଗା ଶୋଭା ଯାତ୍ରାରେ ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ଶାଗରିକା ନାଥ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ଭାଜପା ଜିଲ୍ଲା ସଭାପତି ଶ୍ରୀ ବିଶ୍ୱ ରଞ୍ଜନ ବଡ଼ଜେନା ,ବିଡିଓ, ଖୋର୍ଦ୍ଧା କ୍ଷିରଦ୍ଵି ତନୟା ସାହୁ, ନିର୍ବାହୀ ଅଧିକାରୀ, ଖୋର୍ଦ୍ଧା ପୌର ପରିଷଦ ରୁମାନା କାକ୍ୱବ, ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ଜିଲ୍ଲା କ୍ରୀଡ଼ା ଅଧିକାରୀ ଗୀତାଞ୍ଜଳି ପଣ୍ଡା ଓ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ, ସମସ୍ତ ଡେପୁଟି କଲେକ୍ଟର, ଜନ ପ୍ରତିନିଧି , ଛାତ୍ର ଛାତ୍ରୀ, ମିଶନ ଶକ୍ତି ମା ଏବଂ ବହୁ ସଂଖ୍ୟାରେ ସାଧାରଣ ଜନତା ଯୋଗ ଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930