Indus Valley Times

ଗଜପତି : ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ-୨୦୨୫ ଅନୁଷ୍ଠିତ

 Breaking News

ଗଜପତି : ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ-୨୦୨୫ ଅନୁଷ୍ଠିତ

ଗଜପତି : ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ-୨୦୨୫ ଅନୁଷ୍ଠିତ
October 11
18:40 2025

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୧୧/୧୦ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ଆଜି ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିଭାଗ ଅନ୍ତର୍ଗତ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ପକ୍ଷରୁ ଜିଲ୍ଲା ପ୍ରଶାସନ ସହଯୋଗରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ଅନୁଷ୍ଠିତ ହୋଇଯାଇଛି ।
ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ ମନୋରମା ଦେବୀଙ୍କ ଅଧ୍ୟକ୍ଷତାରେ ଏବଂ ବିଭାଗର ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରିଣୀ ତଥା ଜିଲ୍ଲା ସୁରକ୍ଷା ଅଧିକାରିଣୀ ଶ୍ରୀମତୀ ସାରଳା ପାତ୍ରଙ୍କ କାର୍ଯ୍ୟକ୍ରମ ସଂଚାଳନରେ ଉପଜିଲ୍ଲାପାଳ ଶ୍ରୀ ଅନୁପ ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗ ଦେଇ କନ୍ୟା ଶିଶୁ ମାନଙ୍କ ଅଧିକାର , ଯତ୍ନ , ଶିକ୍ଷା , ସ୍ଵାସ୍ଥ୍ୟ , ସମ୍ମାନ ଓ ସଶକ୍ତିକରଣ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟ ନେଇ ଏହି ଦିବସ ପାଳନର ମୁଖ୍ୟ ଆଭିମୁଖ୍ୟ ରହିଛି । କନ୍ୟା ସନ୍ତାନ ହେଉଛନ୍ତି ଦେଶର ଭବିଷ୍ୟତ , ସେମାନଙ୍କୁ ସମ୍ମାନର ସହ ଠିକ୍ ସୁଯୋଗ ଦେଲେ ସେମାନେ ଆଗକୁ ବଢ଼ି ପ୍ରତିଷ୍ଠିତ ହେବାରେ ସହାୟକ ହୋଇପାରିବେ ।
ଅନ୍ୟ ପକ୍ଷରେ କନ୍ୟା ସନ୍ତାନ ମାନେ ପ୍ରଲୋଭିତ କି ମିଥ୍ୟା ପ୍ରରୋଚନାରେ ନ ପଡ଼ି ଅସାମାଜିକ ଲୋକଙ୍କ ଶିକାର ଯେଭଳି ନ ହେବେ , ସେଥିପ୍ରତି ଦୃଷ୍ଟି ଦେବା ଦିଗରେ ଗୁରୁତ୍ବ ଦେଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଡିସିପିୟୁ ଶ୍ରୀ ଅରୁଣ କୁମାର ତ୍ରିପାଠୀ , ଏଡିଏମଓ: ଡ଼ାଃ ରବି ନାରାୟଣ ଦାସ , ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀ ସଲମାନ୍ ରାଇକା , ଜିଲ୍ଲା ଯୁଭେନାଇଲ ଜଷ୍ଟିସ ବୋର୍ଡ ସଦସ୍ୟା ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ନାୟକ ଏବଂ ସ୍ଵୟଂ ପ୍ରକଳ୍ପ ସଂଜୋଜିକା ଶ୍ରୀମତୀ ଶିବାନୀ ପାଣିଗ୍ରାହି ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇ ନିଜ ନିଜର ଅଭିଭାଷଣ ରଖିଥିଲେ ।
ଏହି ଅବସରରେ ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳରୁ ଆସିଥିବା କନ୍ୟା ସନ୍ତାନ ମାନଙ୍କ ଉଦ୍ଦେଶ୍ୟରେ ସଙ୍ଗୀତ , ନୃତ୍ୟ , ନାଟକ ଓ କୁଇଜ ପ୍ରଭୃତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏବଂ ଶେଷରେ ସେମାନଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରା ଯାଇଥିଲା ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031