Indus Valley Times

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ତାଳଚେର ଖଣି ଉପନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ଚଢଉ

 Breaking News

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ତାଳଚେର ଖଣି ଉପନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ଚଢଉ

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ତାଳଚେର ଖଣି ଉପନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ଚଢଉ
September 02
10:34 2024

ଭୁବନେଶ୍ୱର, ୨/୯ : ତାଳଚେର ଖଣି ଉପ ନିର୍ଦ୍ଦେଶକଙ୍କ ଘରେ ସୋମବାର ସକାଳୁ ସକାଳୁ ଚଢ଼ାଉ କରିଛି । ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଡିଡିଏମ୍ ଧରଣୀଧର ନାୟକ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ।
ଧରଣୀଧର ବାଲିଆ ମାଫିଆ ଓ ପଥର ମାଫିଆଙ୍କୁ ଅନୁକମ୍ପା ଦେଖାଇ ତାଙ୍କ ନିକଟରୁ ଟଙ୍କା ନେଉଥିବା ତାଙ୍କ ନାଁରେ ଅଭିଯୋଗ ହୋଇଥିଲା। ଏହା ପରେ ତାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି । ଏକକାଳୀନ ୮ଟି ସ୍ଥାନରେ ଚଢ଼ାଉ କରାଯାଉଛି ।
ଖଣି ଉପ ନିର୍ଦ୍ଦେଶକ ଧରଣୀଧର ନାୟକ ବାଲିଆ ମାଫିଆ ଓ ପଥର ମାଫିଆଙ୍କୁ ଅନୁକମ୍ପା ଦେଖାଇ ତାଙ୍କ ନିକଟରୁ ଟଙ୍କା ନେଉଥିବା ତାଙ୍କ ନାଁରେ ଅଭିଯୋଗ ହୋଇଥିଲା।
ଏହା ପରେ ଆଜି ଅନୁଗୁଳ, ଭୁବନେଶ୍ୱର ଓ କେନ୍ଦୁଝରରେ ଚଢ଼ାଉ ହେଉଛି । ଭୁବନେଶ୍ୱର ପଟିଆସ୍ଥିତ ଶିଶୁ ବିହାରର ସୁରେଖା ଅର୍ଚିଡରେ ଥିବା ଫ୍ଲାଟ୍,କେନ୍ଦୁଝର ତେଲକୋଇରେ ବଡ଼ିନାଲି ସିଙ୍କୁଳବାହାଲରେ ଥିବା ଦୁଇ ମହଲା ବିଶିଷ୍ଟ ମାର୍କେଟ୍ କମ୍ପ୍ଲେକ୍ସ, ଯେଉଁଥିରେ ମୋଟ ୧୫ଟି ଦୋକାନ ରହିଛି ।
ସେହିପରି ସିଙ୍କୁଳବାହାଲ ଜଗମୋହନପୁରରେ ନିର୍ମାଣଧିନ ଅବସ୍ଥାରେ ଥିବା ଆଉ ଏକ ମାର୍କେଟ୍ କମ୍ପ୍ଲେକ୍ସରେ ମଧ୍ୟ ଚଢ଼ାଉ ହୋଇଛି । ସିଙ୍କୁଳବାହାଲରେ ଥିବା ଏକ କୋଠା, ଛାମୁଣ୍ଡାରେ ଥିବା ପୈତୃକ ଘର, ଅନୁଗୁଳରେ ଥିବା ଏକ ଅସ୍ଥାୟୀ ଘର ଓ କାର‌୍ୟ୍ୟାଳୟରେ ଯାଞ୍ଚ କରାଯାଉଛି । ଅନ୍ୟପକ୍ଷରେ କେନ୍ଦୁଝରରେ ଥିବା ସମ୍ପର୍କିୟଙ୍କ ଘରେ ଚଢ଼ାଉ ଜାରି ରହିଛି ।
ଚଢ଼ାଉ ସମୟରେ ଅନେକ ମୂଲ୍ୟବାନ ଜିନିଷ ଦେଖିବାକୁ ମିଳିଛି । ଦାମୀ ଖଟ, ଟିଭି, ଏକାଧିକ ବ୍ୟାଙ୍କ ପାସବୁକ, ଏଟିଏମ୍ ଓ କ୍ରେଡିଟ୍ କାର୍ଡ, ସୁନା ଗହଣା ଆଦି ଠାବ କରାଯାଉଛି । ତାଙ୍କର ମାତ୍ର ୧୦ ବର୍ଷ କାର‌୍ୟ୍ୟକାଳ ମଧ୍ୟରେ ଏତେ ସମ୍ପତ୍ତିର ଅଧିକାରୀ କେମିତି ହେଲେ ତାହା ସମସ୍ତଙ୍କୁ ଆଶ୍ଚର‌୍ୟ୍ୟ କରିଛି ।
ଅନୁଗୁଳ ଭିଜିଲାନ୍ସ ବିଚାରପତିଙ୍କ ନିର୍ଦ୍ଦେଶରେ ଏହି ଚଢ଼ାଉ କରାଯାଉଛି । ଏହି ଚଢ଼ାଉରେ ଭିଜିଲାନ୍ସର ୧୦ ଡିଏସପି, ୧୬ ଇନସ୍ପେକ୍ଟର, ୭ ଏସଆଇ ଓ ଅନ୍ୟ ସହ କର୍ମଚାରୀ ମଧ୍ୟ ସାମିଲ ରହିଛି ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031