Indus Valley Times

ଗଜପତି : ଜିଲ୍ଲାସ୍ତରୀୟ ବିଶ୍ୱ ମିତବ୍ୟୟିତା ଦିବସ ପାଳନ ଓ ଆଲୋଚନାଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି : ଜିଲ୍ଲାସ୍ତରୀୟ ବିଶ୍ୱ ମିତବ୍ୟୟିତା ଦିବସ ପାଳନ ଓ ଆଲୋଚନାଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଜପତି : ଜିଲ୍ଲାସ୍ତରୀୟ ବିଶ୍ୱ ମିତବ୍ୟୟିତା ଦିବସ ପାଳନ ଓ ଆଲୋଚନାଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ
November 03
19:17 2026

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୩/୧୧ : ଜିଲ୍ଲାସ୍ତରୀୟ ବିଶ୍ୱ ମିତବ୍ୟୟିତା ଦିବସ ପାଳନ ଅବସରରେ ସଞ୍ଚୟ ଓ ଆର୍ଥିକ ସେବା ବିଭାଗ ଏବଂ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ସ୍ୱତନ୍ତ୍ର ଆଲୋଚନାଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସ୍ୱଳ୍ପସଂଚୟ ଅଧିକରୀ ଶ୍ରୀମତି ତ୍ରିବେଣୀ ଦେବୀ, ପୋଷ୍ଟାଲ ଆସିଷ୍ଟାଣ୍ଟ ଶ୍ରୀ ଦୁର୍ଗା ପ୍ରସାଦ ରାଉତ, ଲିଡ୍ ବ୍ୟାଙ୍କ ଅଧକାରୀ ଶ୍ରୀ ଅଭିଷେକ ମିଶ୍ର ଓ ସାଇବର ଥାନା ଅଧିକାରୀ ଶ୍ରୀ ଟୁନା ସାହୁ, ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ମ୍ୟାନେଜର ପି. କ୍ରିଷ୍ଣା ପ୍ରମୁଖ ମଞ୍ଚାସୀନ ଥିଲେ ।
ସମସ୍ତ ଅତିଥିମାନେ ନିଜ ବକ୍ତବ୍ୟରେ ସଞ୍ଚୟକୁ ଜୀବନର ଏକ ନିୟମିତ ଅଭ୍ୟାସରେ ପରିଣତ କରିବା ସହ ମିତବ୍ୟୟୀ ହେବାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ।
ଅଳ୍ପ ଅଳ୍ପ ସଞ୍ଚୟ ମଧ୍ୟ ବ୍ୟକ୍ତିର ଆର୍ଥିକ ସୁରକ୍ଷାକୁ ସୁଦୃଢ଼ କରିବା ସହ ଜରୁରୀ ସମୟରେ ସହାୟକ ହୋଇଥାଏ।
ତେଣୁ ପ୍ରତ୍ୟେକ ବ୍ୟକ୍ତି ଅନାବଶ୍ୟକ ଖର୍ଚ୍ଚରୁ ନିବୃତ୍ତ ରହି ନିଜ ଆୟ ଅନୁଯାୟୀ ସଞ୍ଚୟ କରିବା ଉଚିତ।
ଏହାଦ୍ୱାରା ବ୍ୟକ୍ତିଗତ ଆର୍ଥିକ ସ୍ଥିତି ସୁଦୃଢ଼ ହେବା ସହ ଦେଶର ଅର୍ଥନୈତିକ ବିକାଶରେ ମଧ୍ୟ ସହାୟତା ମିଳିବ। ଏଥିସହ ନିଜର କଷ୍ଟ ଉପାର୍ଜିତ ଧନ ଜମା କରିବା ପୂର୍ବରୁ ସମ୍ପୃକ୍ତ ଆର୍ଥିକ ସଂସ୍ଥାର ବିଶ୍ୱସନୀୟତା ଓ ଯୋଜନା ସମ୍ପର୍କରେ ଠିକ୍ ତଥ୍ୟ ଜାଣିବା ଆବଶ୍ୟକ ବୋଲି ଅତିଥିମାନେ ପରାମର୍ଶ ଦେଇଥିଲେ।
ଅଧିକ ଲାଭର ପ୍ରଲୋଭନରେ ପଡ଼ି ଅଜଣା ସଂସ୍ଥାରେ ଅର୍ଥ ଜମା ନ କରିବା ସହ ଠକାମିରୁ ରକ୍ଷା ପାଇବା ପାଇଁ ସଚେତନ ରହିବାକୁ କୁହା ଯାଇଥିଲା। ଡିଜିଟାଲ ଆର୍ଥିକ କାରବାର ସମୟରେ ମଧ୍ୟ ସତର୍କତା ଅବଲମ୍ବନ କରିବା ଏବଂ ନିଜେ ସଚେତନ ହେବା ସହ ଅନ୍ୟମାନଙ୍କୁ ସଚେତନ କରିବାକୁ ଆହ୍ୱାନ ଦିଆ ଯାଇଥିଲା ।
ଏହି ଆଲୋଚନାଚକ୍ର କାର୍ଯ୍ୟକ୍ରମରେ ଡାକଘର ସଞ୍ଚୟ ଖାତା, ପୌନଃପୁନିକ ଜମା, ମିଆଦି ଜମା, ପବ୍ଲିକ୍ ପ୍ରୋଭିଡେଣ୍ଟ ଫଣ୍ଡ (ପି:ପି:ଏଫ), ମାସିକ ଆୟ ଯୋଜନା, ଜାତୀୟ ସଞ୍ଚୟ ପତ୍ର (ଏନ:ଏସ:ସି), ବରିଷ୍ଠ ନାଗରିକ ସଞ୍ଚୟ ଯୋଜନା, କିଷାନ ବିକାଶ ପତ୍ର ଏବଂ ସୁକନ୍ୟା ସମୃଦ୍ଧି ଯୋଜନା ଆଦି ବିଭିନ୍ନ ସ୍ୱଳ୍ପ ସଞ୍ଚୟ ଯୋଜନା ସମ୍ପର୍କରେ ଆଲୋଚନା କରାଯାଇଥିଲା।
ଜିଲ୍ଲା ପୋଲିସ ପକ୍ଷରୁ ସାଇବର ସୁରକ୍ଷା ଜାଗ୍ରତତା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା।
କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ଅଧିକାରୀ ଏବଂ କର୍ମଚାରୀ ମାନେ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ।

About Author

indadmin

indadmin

Related Articles

Archives

Calendar

November 2026
M T W T F S S
 1
2345678
9101112131415
16171819202122
23242526272829
30