Indus Valley Times

ଗଜପତି : ଦୁର୍ନୀତିର ମୁଳୋତ୍ପାଟନ ନିମନ୍ତେ ଶପଥ ନେଲେ ଅଭିଯୋଜନ ଅଧିକାରୀ

 Breaking News

ଗଜପତି : ଦୁର୍ନୀତିର ମୁଳୋତ୍ପାଟନ ନିମନ୍ତେ ଶପଥ ନେଲେ ଅଭିଯୋଜନ ଅଧିକାରୀ

ଗଜପତି : ଦୁର୍ନୀତିର ମୁଳୋତ୍ପାଟନ ନିମନ୍ତେ ଶପଥ ନେଲେ ଅଭିଯୋଜନ ଅଧିକାରୀ
October 26
21:16 2026

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୨୬/୧୦ : ଦୁର୍ନୀତିର ମୁଳୋତ୍ପାଟନ ନିମନ୍ତେ ପ୍ରତିଶ୍ରୁତିବଦ୍ଧ ତଥା ସତତ ଚେଷ୍ଟିତ କେନ୍ଦ୍ର ଓ ରାଜ୍ୟ ସରକାର।
ଏହି କ୍ରମରେ ଓଡ଼ିଶାର ମୁଖ୍ୟ ଶାସନ ସଚିବଙ୍କ ନିକଟରୁ ପ୍ରାପ୍ତ ପତ୍ର ତଥା ରାଜଧାନୀ ଭୁବନେଶ୍ୱରସ୍ଥିତ ସାଧାରଣ ଅଭିଯୋଜନ ନିର୍ଦ୍ଦେଶାଳୟର ବିଶେଷ ନିର୍ଦ୍ଦେଶରେ ଆଜି ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଗଜପତି ଜିଲ୍ଲା ଅଭିଯୋଜନ ନିର୍ଦ୍ଦେଶାଳୟରେ ଜିଲ୍ଲା ନ୍ୟାୟାଳୟର ଭାରପ୍ରାପ୍ତ କ୍ୟାଡର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ତଥା ସହାୟକ ଅଭିଯୋଜନ ଅଧିକାରୀ ଡ଼ି. ଅନୁପରାଜ ଆଚାରୀଙ୍କ ସଂଯୋଜନାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।
ଯେଉଁଥିରେ ସର୍ବପ୍ରଥମେ ସମସ୍ତ ସରକାରୀ ଓକିଲ ତଥା କର୍ମଚାରୀ ଦୁର୍ନୀତି ମୁକ୍ତ ରାଷ୍ଟ୍ର ଗଠନ ଦିଗରେ ଶପଥ ପାଠ କରିଥିଲେ। କିପରି ଜଣେ ଅଭିଯୋଜନ ଅଧିକାରୀ ସତ୍ୟନିଷ୍ଠ ତଥା ସଚ୍ଚୋଟ ହୋଇ ପୂର୍ବାପେକ୍ଷା ଆହୁରି ଲୋକାଭିମୁଖୀ କାର୍ଯ୍ୟ ସମ୍ପାଦନ କରି ସମସ୍ତଙ୍କ ପ୍ରଶଂସାର ପାତ୍ର ହୋଇପାରିବ ସେ ନେଇ ଶ୍ରୀ ମିଶ୍ର ନିଜର ମତ ପୋଷଣ କରିଥିଲେ।
ପରେ ସାଧୁତା ତଥା କର୍ତ୍ତବ୍ୟ ପରାୟଣ ଉପରେ ଶ୍ରୀ ଆଚାରୀ ନିଜର ମତ ରଖିବା ସହ ଆଗାମୀ ଦିନରେ କିପରି ସମାଜରେ ଲୋକଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ କରାଯାଇପାରିବ ସେ ନେଇ ନିଜର ମତବ୍ୟକ୍ତ କରିଥିଲେ।
ସେହିପରି ଉପସ୍ଥିତ ଅଭିଯୋଜନ ଅଧିକାରୀ ମାନେ ଅଦାଲତରେ ପ୍ରତିଦିନ ସାମନା କରୁଥିବା ବିଭିନ୍ନ ଅସୁବିଧା ସମ୍ପର୍କରେ ନିଜର ମତାମତ ରଖିବା ସହ ଆଗାମୀ ଦିନରେ କିପରି ଗରିବ ଲୋକଙ୍କୁ ତ୍ୱରିତ ନ୍ୟାୟ ମିଳିପାରିବ ସେ ନେଇ ନୂତନ କାର୍ଯ୍ୟପନ୍ଥା ପ୍ରସ୍ତୁତ କରିବା ସହ ବିଭିନ୍ନ ଆନୁସଙ୍ଗିକ ବିଷୟ ଉପରେ ବିଚାର ବିମର୍ଷ କରିଥିଲେ।
ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସ୍ପେଶାଲ ପବ୍ଲିକ ପ୍ରସିକ୍ୟୁଟର ଗୌରହରି କରସୁଧା ପଟ୍ଟନାୟକ, ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ମଣ୍ଡଳା ଲୋକନାଦମ, ସରୋଜ ରଥ, ଏସଡ଼ିଜେଏମ୍ କୋର୍ଟର ଏ.ପି.ପି. ତଥା ଗଜପତି ଓକିଲ ସଂଘର ସମ୍ପାଦକ କାଶୀନାଥ ଦାସ, ଏ.ପି.ପି. ଏଡ଼ଲା ଶିବ କୁମାର ପ୍ରମୁଖ ତଥା ଜିଲ୍ଲା ଅଭିଯୋଜନ ନିର୍ଦ୍ଧେଶାଳୟ ଓ ପବ୍ଲିକ ପ୍ରସିକ୍ୟୁଟର କାର‌୍ୟ୍ୟାଳୟର ସମସ୍ତ କର୍ମଚାରୀ ଯୋଗଦେଇ ଏହି କାର‌୍ୟ୍ୟକ୍ରମକୁ ସଫଳ କରାଇଥିଲେ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031