Indus Valley Times

ଗଜପତି: ଶିଶୁ ଶ୍ରମିକ ନିରାକରଣ ସଚେତନତା ପଦଯାତ୍ରା କାର୍ଯ୍ୟକ୍ରମ

 Breaking News

ଗଜପତି: ଶିଶୁ ଶ୍ରମିକ ନିରାକରଣ ସଚେତନତା ପଦଯାତ୍ରା କାର୍ଯ୍ୟକ୍ରମ

ଗଜପତି: ଶିଶୁ ଶ୍ରମିକ ନିରାକରଣ ସଚେତନତା ପଦଯାତ୍ରା କାର୍ଯ୍ୟକ୍ରମ
June 16
19:24 2025

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୬/୬ : ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ଠାରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ଆୟୋଜିତ ଶିଶୁ ଶ୍ରମିକ ନିରାକରଣ ସଚେତନତା ଶୋଭାଯାତ୍ରାକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଫାଲଗୁନି ମାଝୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।
ଏହି ଶୋଭାଯାତ୍ରାରେ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀମତୀ ଭାରତୀ ବେହେରା , ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ପ୍ରଦୀପ୍ତ ଗୁରୁମାୟୀ ଓ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
ଏହି ଶୋଭାଯାତ୍ରା ସହର ପରିକ୍ରମା କରି ସମସ୍ତ ଜନସାଧାରଣଙ୍କୁ ସଚେତନତା ସୃଷ୍ଟି କରିବା ସହ ଶିଶୁ ଶ୍ରମ ଆଇନ ସମ୍ପର୍କିତ ଦଣ୍ଡବିଧାନ ସହ ଶିଶୁ ଶ୍ରମିକ ମାନଙ୍କର ଉଦ୍ଧାର ଓ ଥଇଥାନ ସମ୍ପର୍କରେ ସଚେତନ କରା ଯାଇଥିଲା।
ସରକାରଙ୍କ ନିର୍ଦ୍ଦେଶ କ୍ରମେ ଓଡ଼ିଶାକୁ ଶିଶୁଶ୍ରମ ମୁକ୍ତ ରାଜ୍ୟ କରିବା ନିମନ୍ତେ ଜିଲ୍ଲା ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି ।
ଏହି ସଂପର୍କରେ ଶିଶୁ ଓ କିଶୋର ଶ୍ରମ ଆଇନକୁ କଡ଼ାକଡ଼ି ଭାବେ ପାଳନ କରିବା ସହ ଶିଶୁ ଶ୍ରମ ନିରାକରଣ ରାଲି ଓ କର୍ମଶାଳା ଆୟୋଜନ କରାଯାଉଛି ।
ଏହି ଶୋଭାଯାତ୍ରାରେ ପାରଳାଖେମୁଣ୍ଡି ପୌରପରିଷଦ ଅଞ୍ଚଳରେ ଥିବା ଜନସାଧାରଣ , ବିଭିନ୍ନ ସଙ୍ଗଠନର ସଦସ୍ୟ ଓ ଶ୍ରମିକ ମାନେ ଅଂଶଗ୍ରହଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31