Indus Valley Times

ଜ଼ିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜନ୍ମ ବାର୍ଷିକ ଉପଲକ୍ଷେ ଏକ ଶପଥ ପାଠ ଉତ୍ସବ ଅନୁଷ୍ଠିତ

 Breaking News

ଜ଼ିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜନ୍ମ ବାର୍ଷିକ ଉପଲକ୍ଷେ ଏକ ଶପଥ ପାଠ ଉତ୍ସବ ଅନୁଷ୍ଠିତ

November 01
06:24 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ , ୧/୧୧: ଶୁକ୍ରବାର ଦିନ ୧୧ ଘଟିକା ସମୟ ରେ ଜ଼ିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷ ରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଙ୍କ ୧୫୦ ତମ ଜନ୍ମ ବାର୍ଷିକ ଉପଲକ୍ଷେ ଏକ ଶପଥ ପାଠ ଉତ୍ସବ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ବିଭୁତି ଭୂଷଣ ନାୟକଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇ ଯାଇଛି ।
ଏହି ଦିନକୁ ରାଷ୍ଟ୍ରୀୟ ଏକତା ଦିବସ ହିସାବରେ ପାଳନ କରାଯାଉଥିବା ଉପରେ ଡେପୁଟି କଲେକ୍ଟର ଲିପ୍ସା ଭାରତୀ ଆଲୋକପାତ କରିଥିଲେ । ଜ଼ିଲ୍ଲାପାଳ ସମସ୍ତ ଙ୍କୁ ରାଷ୍ଟ୍ର ର ଏକତା,ଅଖଣ୍ଡତା ଏବଂ ସୁରକ୍ଷା କୁ ବଜାୟ ରଖିବା ପାଇଁ ସତ୍ୟନିଷ୍ଠ ର ଶପଥ ପାଠ କରାଇଥିଲେ ।
ଏହି ଶପଥ ପାଠ ଉତ୍ସବ ରେ ଅତିରିକ୍ତ ଜ଼ିଲ୍ଲାପାଳ ଅନିରୁଦ୍ଧ ପଧାନ, ଜ଼ିଲ୍ଲା ମଙ୍ଗଳ ଅଧିକାରୀ ସୂର୍ଯ୍ୟ ନାରାୟଣ ବେହେରା, ଅତିରିକ୍ତ ଜ଼ିଲ୍ଲା ମଙ୍ଗଳ ଅଧିକାରୀ ଚନ୍ଦ୍ରକାନ୍ତି ବେଉରା, ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ, ଡେପୁଟି କଲେକ୍ଟର ଶୁଭେନ୍ଦୁ କୁମାର ଜେନା, ବିବେକାନନ୍ଦ ମିଶ୍ର, ସହକାରୀ ଜ଼ିଲ୍ଲାପାଳ ଅକ୍ରୁର କୁମାର ଯାନୀ, ଚାନ୍ଦିନୀ ମେହେର, ସୁଧର୍ମା ମଲ୍ଲିକ, ଡି ପିସି, ମିଶନ ଶକ୍ତି ରଶ୍ମି ରଞ୍ଜନ ସେଠୀ, ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ ବରିଷ୍ଠ ରାଜସ୍ବ ସହାୟକ, କନିଷ୍ଠ ରାଜସ୍ବ ସହାୟକ ଉପସ୍ଥିତ ରହି ଶପଥ ପାଠ କରିଥିଲେ ।
ଏହି ଶପଥ ପାଠ ଉତ୍ସବ ବୌଦ୍ଧ ଜ଼ିଲ୍ଲା ର ସମସ୍ତ ବ୍ଲକ, ତହସିଲ ଏବଂ ସମସ୍ତ ଜ଼ିଲ୍ଲା ସ୍ତରୀୟ ଏବଂ ବ୍ଲକ, ପଂଚାୟତ କାର‌୍ୟ୍ୟାଳୟ ରେ ଅନୁରୂପ ଭାବେ ଅନୁଷ୍ଠିତ ହୋଇ ଯାଇଛି ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031