Indus Valley Times

ଜାତୀୟ ପଞ୍ଚାୟତିରାଜ ଦିବସ -୨୦୨୫ ଖୋର୍ଦ୍ଧା ଜିଲ୍ଲା ପକ୍ଷରୁ ପାଳିତ

 Breaking News

ଜାତୀୟ ପଞ୍ଚାୟତିରାଜ ଦିବସ -୨୦୨୫ ଖୋର୍ଦ୍ଧା ଜିଲ୍ଲା ପକ୍ଷରୁ ପାଳିତ

ଜାତୀୟ ପଞ୍ଚାୟତିରାଜ ଦିବସ -୨୦୨୫ ଖୋର୍ଦ୍ଧା ଜିଲ୍ଲା ପକ୍ଷରୁ ପାଳିତ
April 25
09:42 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା ,୨୫/୪ : ସ୍ଵାଧୀନତା ଦିବସ, ସାଧାରଣତନ୍ତ୍ର ଦିବସ ଭଳି ଜାତୀୟ ପଞ୍ଚାୟତିରାଜ ଦିବସ ଗ୍ରାମ ଠାରୁ ଆରମ୍ଭ କରି ପଂଚାୟତ,ବିଧାନସଭା ଏବଂ ସଂସଦ ପର୍ଯ୍ୟନ୍ତ ତ୍ରିସ୍ତରୀୟ ପଞ୍ଚାୟତିରାଜ ଶାସନରେ ଆନନ୍ଦ ଉଲ୍ଲାସ ଏବଂ ମୋ ଘରଠାରୁ ଆରମ୍ଭ କରି ଦେଶ ପ୍ରେମ ଆଜି ଭଳି ପବିତ୍ର ଜାତୀୟ ପଞ୍ଚାୟତିରାଜ ଦିବସରେ ଜାଗ୍ରତ ହେବା ଦରକାର।
ବିଗତ ମରହଟ୍ଟା, ମୋଗଲ ଓ ଇଂରେଜ ଶାସନ ପରାଧିନତା କବଳରୁ ଦେଶ ମୁକ୍ତହୋଇ ଆଜି ଆମେ ଆମର ପଞ୍ଚାୟତିରାଜ ଶାସନ ବ୍ୟବସ୍ଥାରେ ଦୃତଗତିରେ ଏକ ବିକାଶ ଶିଳ ଗ୍ରାମ, ପଂଚାୟତ,ଜିଲ୍ଲା,ରାଜ୍ୟ ଓ ଦେଶ ଗଠନ ପାଇଁ ଆମେ ଆଗେଇ ଚାଲିଛେ।
ପଞ୍ଚାୟତିରାଜ ବ୍ୟବସ୍ଥାରେ ସମସ୍ତ କୋଣ ଅନୁକୋଣରେ ଆଜି ସହଭାଗିତା, ସଚେତନତା ଓ ବିଚାର ଧାରାରେ ପରିବର୍ତ୍ତନ, ସାମୁହିକ ଉନ୍ନତିରେ ପରିବର୍ତ୍ତନ,ଜାତି ଧର୍ମ ଲିଙ୍ଗ ଭିତ୍ତିରେ ସମସ୍ତଙ୍କ ଦାୟିତ୍ବବୋଧ ରହିଛି।
ଯଦି ପ୍ରକୃତ ଜନପ୍ରତିନିଧି କର୍ତ୍ତବ୍ୟନିଷ୍ଟ ହୁଏ ତେବେ ନିଦ ହଜିଯାଏ । ଉଦ୍ଦେଶ୍ୟ ମହତ ଥିଲେ ସବୁ କାର୍ଯ୍ୟ ସମ୍ପାଦନ ସହଜ ହୋଇଥାଏ, ପଲ୍ଲୀ ଓ ଦିଲ୍ଲୀର ଯୋଜନା ସବୁ ଗାଁ ପାଇଁ । ଖୋର୍ଦ୍ଧା ଜିଲ୍ଲାରେ ୨୦ ହଜାର କୋଟି ଶିଳ୍ପ ବିକାଶ ପାଇଁ ନିୟୋଜିତ ହେଉଛି । ପ୍ରତ୍ୟେକ ନାଗରିକଙ୍କ ଜାତୀୟତା ଭାବ ରହିଲେ ରାଷ୍ଟ୍ର ବିକଶିତ ହୋଇ ପାରିବ ।
ବର୍ତ୍ତମାନ ସମସ୍ତ ନାଗରିକଙ୍କ ଆତ୍ମ ଅବଲୋକନ କରିବାର ସମୟ ଆସିଯାଇଛି। ଏଣୁ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ ଊର୍ଦ୍ଧକୁ ଯାଇ ସଚେତନତା, ସହଭାଗିତା ଏବଂ ଆନ୍ତରିକତା ନେଇ କାର୍ଯ୍ୟ କଲେ ବିକଶିତ ଭାରତ ବିକଶିତ ଖୋର୍ଦ୍ଧା ଏବଂ ରାମରାଜ୍ୟ ସ୍ବପ୍ନ ସାକାର ହେବ ବୋଲି ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ସଦର ମହକୁମା ହାବେଳୀ ପଡ଼ିଆରେ ଜିଲ୍ଲା ସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ପାଳନରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାନ୍ୟବର ବିଧାୟକ, ଖୋର୍ଦ୍ଧା ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜଗଦ୍ଦେବ ଉପରୋକ୍ତ ବିଷୟ ପ୍ରକାଶ କରିଛନ୍ତି ।
ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଜ୍ୟୋତି ଶଙ୍କର ସାହୁ ସମାରୋହରେ ଅଧ୍ୟକ୍ଷତା କରି ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଜାତୀୟ ପଞ୍ଚାୟତିରାଜ ଦିବସ ପାଳନର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ବନ୍ଧରେ ବକ୍ତବ୍ୟ ରଖିଥିଲେ। ସମ୍ମାନିତ ଅତିଥିଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଶ୍ରୀମତୀ ରୁପଶ୍ରୀରାଣୀ ଗୁମାନ ସିଂହ ଯୋଗଦେଇ କହିଲେ ଯେ ଗାଁ ଓ ଗ୍ରାମ ପଂଚାୟତର ଉନ୍ନତିରେ ମହିଳା ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ।
ସଂକୀର୍ଣ୍ଣତା ଭୁଲି କର୍ତ୍ତବ୍ୟ ଦାୟିତ୍ବ ବୁଝି ଗ୍ରାମ ପଂଚାୟତ ଉନ୍ନତିରେ ସମସ୍ତେ ସାରଥୀ ହେବାକୁ ସେ ବକ୍ତବ୍ୟ ରଖିଥିଲେ। ସମ୍ମାନିତ ଅତିଥି ଭାବେ ଉପାଧ୍ୟକ୍ଷ, ଜିଲ୍ଲା ପରିଷଦ ଶ୍ରୀ ଗୋପୀନାଥ ମହାରଣା ଯୋଗଦେଇ କହିଲେ ଯେ ଶତକଡା ୮୦ ଭାଗ ଲୋକ ଗ୍ରାମରେ ରୁହନ୍ତି ।
ଏଣୁ ଗାଁର ବିକାଶ ହେଲେ ରାଷ୍ଟ୍ରର ବିକାଶ ହେବ। ଜନପ୍ରତିନିଧି ମାନେ ନିଶ୍ୱାର୍ଥପର ଭାବେ ବିଭିନ୍ନ ଚାପରୁ ଉର୍ଦ୍ଧ୍ବରେ ରହି ଜନମଙ୍ଗଳ କାମ କରିବାକୁ ପରାମର୍ଶ ଦେଇଥିଲେ ।
ସମ୍ମାନିତ ଅତିଥି ରୂପେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଚଞ୍ଚଳ ରାଣା ଯୋଗଦେଇ ଆଜି ଜାତୀୟ ପଞ୍ଚାୟତିରାଜ ଦିବସରେ ନୂତନ ରାଶନ କାର୍ଡ ବଣ୍ଟନ, ଅର୍ଥ କମିଶନ କାର୍ଯ୍ୟରେ ପାରଦର୍ଶିତା ଦେଖାଇଥିବା ପଞ୍ଚାୟତକୁ ସମ୍ମାନିତ କରିବା, ଲକ୍ଷପତି ଦିଦି, ସୁଭଦ୍ରା ଯୋଜନାରେ ହିତାଧିକାରୀ ମାନଙ୍କୁ ସମ୍ବର୍ଦ୍ଧିତ କରିବା ଏହା ନିଶ୍ଚିତ ଭାବେ ପଞ୍ଚାୟତିରାଜ ଶାସନକୁ ସୁଦୃଢ କରିବା ସହ ପି ଆର ଆଇ ମେମ୍ବର ମାନେ ପାଣ୍ଠି କେତେ ଅଛି,କର୍ତ୍ତୃପକ୍ଷ କିଏ ଏବଂ କି କି କାର୍ଯ୍ୟକାରିବାକୁ ଅଛି ସେଗୁଡ଼ିକର ସଠିକ୍ ମାର୍ଗରେ ଅନୁଧ୍ୟାନ କରି କାର‌୍ୟ୍ୟ ସମ୍ପାଦନ କଲେ କ୍ଷେତ୍ରରେ ଉପୁଜୁଥିବା ସମସ୍ୟାକୁ ସହଜରେ ସମାଧାନ କରାଯାଇପାରିବ ବୋଲି ପରାମର୍ଶ ଦେଇଥିଲେ। ସେହିପରି ବର୍ତ୍ତମାନ ଓଡ଼ିଶା ସଶକ୍ତ ହୋଇ ଗତି କରୁଛି ।
ପଂଚାୟତ ଏକ ଘର ବା ପରିବାର । ଜନପ୍ରତିନିଧି ମାନେ ସମସ୍ତଙ୍କ ମତାମତ ନେଇ କାର୍ଯ୍ୟ କରିବା ସହ ପ୍ରତ୍ୟେକ ମାସରେ ଗ୍ରାମ ସଭା କରିବାକୁ ଜିଲ୍ଲାପାଳ ମଧ୍ୟ ପ୍ରକାଶ କରିଥିଲେ। ସମ୍ମାନିତ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା ଯୋଗଦେଇ କହିଲେ ପାଶ୍ଚାତ୍ୟ ସଭ୍ୟତାରେ ଗ୍ରାମସଭାର ମଧ୍ୟ ପରମ୍ପରା ଥିଲା ।
ଗ୍ରାମସଭା ହେଉଛି ତୃଣମୂଳ ସ୍ତରର ବିଧାନ ସଭା ସ୍ୱରୂପ, ପ୍ରତ୍ୟେକ ନାଗରିକ ଏବଂ ପ୍ରତ୍ୟେକ ନିର୍ବାଚିତ ପ୍ରତିନିଧି ସଚେତନ ଓ ଜାଗ୍ରତ ହେଲେ ପଞ୍ଚାୟତିରାଜ ଶାସନ ବ୍ୟବସ୍ଥା ଅଧିକରୁ ଅଧିକ ସରଳୀକରଣ ହୋଇପାରିବ ।
ଅନ୍ୟତମ ସମ୍ମାନିତ ଅତିଥି ଭାବେ ଖୋର୍ଦ୍ଧା ପଂଚାୟତ ସମିତି ଅଧ୍ୟକ୍ଷା ଶ୍ରିମୟୀ ପ୍ରିୟଦର୍ଶିନୀ, ଉପାଧ୍ୟକ୍ଷ ଶ୍ରୀ ପ୍ରକାଶ ଚନ୍ଦ୍ର ସାମନ୍ତରାୟ ଯୋଗଦେଇ ପଞ୍ଚାୟତର ବିକାଶ ହେଲେ ଓଡ଼ିଶାର ବିକାଶ ହେବ। ତୃଣମୂଳ ସ୍ତରରେ ସମସ୍ତେ ନିଷ୍ଠାର ସହ କାର୍ଯ୍ୟ କଲେ ପଞ୍ଚାୟତିରାଜ ଶାସନ ବ୍ୟବସ୍ଥା ସୁଦୃଢ ହେବ ବୋଲି ନିଜ ନିଜ ବକ୍ତବ୍ୟରେ ପ୍ରକାଶ କହିଥିଲେ। ପ୍ରଥମେ ମୁଖ୍ୟଅତିଥି ଓ ସମ୍ମାନିତ ଅତିଥି ବୃନ୍ଦ ଶ୍ରୀ ଜଗନ୍ନାଥଙ୍କ ପାଦପଦ୍ମରେ ପ୍ରଦୀପ ଓ ପୁଷ୍ପାଞ୍ଜଳି ପ୍ରଦାନ କରି ସମାରୋହକୁ ଉଦଘାଟନ କରିଥିଲେ ।
ଶେଷରେ ମୁଖ୍ୟ ଅତିଥି ସମ୍ମାନିତ ଅତିଥି ପଲା ତୋଟାପଡା ଜି ପି ର ଭଗବାନ ଜେନା, କୁରଧମାଳ ଜି ପି ର ଜଗନ୍ ପ୍ରଧାନ, ଖୋର୍ଦ୍ଧା ପୌରପରିଷଦ ୱାଡ ନ.୧ର ସୁବାଶିସ ଚାନ୍ଦ, ୱାର୍ଡ ନ.୧୩ର ସତ୍ୟଭାମା ବେହେରାଙ୍କୁ ଉତ୍ତରୀୟ ପ୍ରଦାନ ସ୍ୱରୂପ ମୁଖ୍ୟଅତିଥି ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଜଗଦ୍ଦେବ ରାସନ କାର୍ଡ ବଣ୍ଟନ ଶୁଭାରମ୍ଭ କରିଥିଲେ ।
ସେହିପରି ରାଜ୍ୟ ପଞ୍ଚମ ଅର୍ଥ କମିଶନର ସଦୁପଯୋଗ ବିନିଯୋଗ କରିଥିବା ୩୩ଗୋଟି ପଞ୍ଚାୟତକୁ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ବୃନ୍ଦ ସମ୍ମାନିତ କରିଥିଲେ। ଲକ୍ଷପତି ଦିଦି ଯୋଜନାରେ ସଂଗୀତା ଗୁମାନ ସିଂହ,ଦିପାଞ୍ଜଳି ଛୋଟରାୟ, ଅନିତା ନରେନ୍ଦ୍ର, ଯମୁନା ନାୟକଙ୍କୁ ସମ୍ମାନିତ କରାଯାଇଥିଲା ।
ସୁଭଦ୍ରା ଯୋଜନାରେ ଅହଲ୍ୟା ସାହୁ, ତରୁଲତା ନାୟକ,ଶ୍ରୀମତୀ ଗୌରୀ ଓଝା,ରଜନୀ ଜେନା ,ମନୋରମା ଗୁମାନ ସିଂହ, ରେଖା ମହାପାତ୍ର, ଶ୍ରୀମନ୍ତି ମହାପାତ୍ର ଏବଂ ସବିତା ଶ୍ରୀଚନ୍ଦନଙ୍କୁ ସମ୍ମାନିତ କରାଯାଇଥିଲା। ସେହିପରି ଜିଲ୍ଲାପରିଷଦ ସଭାପତି ଶ୍ରୀମତୀ ରୁପଶ୍ରୀ ରାଣୀ ଗୁମାନ ସିଂହ, ଉପସଭାପତି ଶ୍ରୀ ଗୋପୀନାଥ ମହାରଣା, ଖୋର୍ଦ୍ଧା ପଂଚାୟତ ସମିତି ଅଧ୍ୟକ୍ଷା ଶ୍ରିମୟି ପ୍ରିୟଦର୍ଶିନୀ, ଉପାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ସାମନ୍ତରାୟଙ୍କୁ ମୁଖ୍ୟଅତିଥି ମାନ୍ୟବର ବିଧାୟକ ସମ୍ବର୍ଦ୍ଧିତ କରିଥିଲେ। ଶେଷରେ ଜିଲ୍ଲା ପଂଚାୟତ ଅଧିକାରୀ ଶ୍ରୀ ଶ୍ୟାମଲେନ୍ଦୁ ନାୟକ ଧନ୍ୟବାଦ ପ୍ରଦାନ କରିଥିଲେ । ପ୍ରକାଶ ଥାଉକୀ ଶ୍ରୀନଗର ପହଲଗାମ ଆତଙ୍କି ଆକ୍ରମଣରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।
ଅନ୍ୟ ମାନଙ୍କ ମଧ୍ୟରେ ବିଭିନ୍ନ ବିଭାଗୀୟ ଅଧିକାରୀ, ମିଶନ ଶକ୍ତି, ଯୋଜନାର ହିତାଧିକାରୀ, ଗଣମାଧ୍ୟମ ପ୍ରତିନିଧି ଯୋଗଦେଇଥିଲେ କ୍ଷ ଦିବସ ପାଳନ ଅବସରରେ ବିଭାଗୀୟ ସଚେତନତା ଷ୍ଟଲ୍ ଖୋଲାଯାଇଥିଲା ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031