Indus Valley Times

ଜିଲ୍ଲାପାଳଙ୍କ ଦଶରଥପୁର ବ୍ଲକର ବନ୍ୟାଞ୍ଚଳ ପରିଦର୍ଶନ ସହ ବନ୍ୟା ସ୍ଥିତିର ସମୀକ୍ଷା

 Breaking News

ଜିଲ୍ଲାପାଳଙ୍କ ଦଶରଥପୁର ବ୍ଲକର ବନ୍ୟାଞ୍ଚଳ ପରିଦର୍ଶନ ସହ ବନ୍ୟା ସ୍ଥିତିର ସମୀକ୍ଷା

July 28
21:08 2025

ଅକ୍ଷୟ ରାଉତଙ୍କ ରିପୋର୍ଟ
ଯାଜପୁର, ୨୮ / ୭: ଆଜି ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର ବନ୍ୟା ପ୍ରଭାବିତ ଦଶରଥପୁର ବ୍ଲକ ପଛପଡ଼ା, କଷପା, ବ୍ରହ୍ମଚାରୀପାଟଣା ଆଦି ଗାଁ ଗସ୍ତ କରି ସ୍ଥିତି ସମୀକ୍ଷା କରିବା ସହିତ କାଣୀ ନଦୀ ବନ୍ଧ ଘଳିଆ ମରାମତି କାର‌୍ୟ୍ୟର ସମୀକ୍ଷା କରିଥିଲେ।
ଯୁଦ୍ଧକାଳୀନ ଭିତ୍ତିରେ ବନ୍ଧ ମରାମତି କାର‌୍ୟ୍ୟ ଶେଷ କରିବାକୁ ଅଧିକ୍ଷଣ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଏହି ଗସ୍ତ ସମୟରେ ଜିଲ୍ଲାପାଳ ବନ୍ୟା ବିପନ୍ନ ମାନଙ୍କୁ ଭେଟି ସେମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ।
ପରେ ଆଭାସୀ ମାଧ୍ୟମରେ ସମସ୍ତ ବି ଡି ଓ, ତହସିଲଦାର, ଜିଲ୍ଲାସ୍ଥରୀୟ ଅଧିକାରୀ ଓ ଲାଇନ ବିଭାଗ ଅଧିକାରୀ ମାନଙ୍କ ସହିତ ବନ୍ୟା ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ସମୀକ୍ଷା କରିଥିଲେ।ସମସ୍ତ ବନ୍ୟା ପ୍ଲାବିତ ଅଂଚଳରେ ଜଳ ଉତ୍ସ ଗୁଡିକୁ ତୁରନ୍ତ ବିଶୁଧିକରଣ କରିବାକୁ ଅଧିକ୍ଷଣ ଯନ୍ତ୍ରୀ ଗ୍ରାମ୍ୟ ଜଳାଯୋଗାଣ ଓ ପରିମଳ ବିଭାଗ ଙ୍କୁ ନିର୍ଦେଶ ଦେଇଥିଲେ।
ଯେଉଁ ଅଂଚଳରେ ବିଶୁଧିକରଣ ହୋଇନାହିଁ ସେଠାରେ ଟ୍ୟାଙ୍କର ମାଧ୍ୟମରେ ପାନୀୟ ଜଳ ଯୋଗାଇଦେବେ।
ସମସ୍ତ ବି ଡ଼ି ଓ, ତହସିଲଦାର ଓ ଜଳସେଚନ ଯନ୍ତ୍ରୀ ମିଳିତ ଭାବେ ନଦୀବନ୍ଧ ପରିଦର୍ଶନ କରି ଦୁର୍ବଳ ନଦୀବନ୍ଧ, ପୂର୍ବରୁ ହୋଇଥିବା ଘାଇ ଓ ସମ୍ବେଦନଶୀଳ ସ୍ଥାନ ଚି଼ହ୍ନଟ କରି ତୁରନ୍ତ ମରାମତି ଓ ଦୃଢ଼ୀକରଣ କରିବାକୁ ନିର୍ଦେଶ ଦେଇଥିଲେ।
ମେଡିକାଲ ୟୁନିଟ ମାଧ୍ୟମରେ ପ୍ରଭାବିତ ଅଂଚଳରେ ସ୍ୱାସ୍ଥ୍ୟ ସେବା ଯୋଗାଇଦେବାକୁ ମୁଖ୍ୟ ଚିକିତ୍ସା ଅଧିକାରୀ ଙ୍କୁ ପରାମର୍ଶ ଦେଇଥିଲେ। ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ପ୍ରଭାବିତ ଅଂଚଳରେ ଆବଶ୍ୟକୀୟ ଗୋଖାଦ୍ୟ ଯୋଗାଇବା ସହିତ ଗୋରୁ ଗାଈ ଙ୍କ ଚିକିତ୍ସା କରିବେ। ବନ୍ୟାଂଚଳରେ ବନ୍ୟା ଜଳ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ଫସଲ, ମସ୍ତ୍ୟ ଯାଅଁ।ଳ, ଉଦ୍ୟାନ କୃଷି ଆଦି ସର୍ଭେ କରି ରିପୋର୍ଟ ଦେବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଥିଲେ।
ଯାଜପୁର ଜିଲ୍ଲାରେ ବୈତରଣୀ ନଦୀରେ ବନ୍ୟାଜଳ ପ୍ରବାହିତ ଯୋଗୁ ଯାଜପୁର ଓ ଦଶରଥପୁର ଦୁଇଟି ବ୍ଲକର ୧୩ ଟି ପଞ୍ଚାୟତ, ୨୪ ଟି ଗାଁ ପ୍ରଭାବିତ ହୋଇଅଛି। ୬୫୯୪ ଲୋକ ପ୍ରଭାବିତ ହୋଇଥିବା ବେଳେ ୬୯୨ ଜଣ ଲୋକଙ୍କୁ ବହୁମୁଖି ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରାଯାଇଛି। ତିନିଟି ରିଲିଫ ସେଣ୍ଟର୍ ରେ ଲୋକମାନଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ପ୍ରଦାନ କରାଯାଇଛି। ଚାରୋଟି ମେଡିକାଲ ଟିମ୍ ଓ ଗୋଟିଏ ଭେଟେରୀନାରୀ ଟିମ୍ ପ୍ରଭାବିତ ଅଂଚଳରେ ନିୟୋଜିତ ହୋଇଛନ୍ତି ।
୪୭୦ ଓ.ଆର.ଏସ ଏବଂ ୩୨୦୦ ହଲୋଜେନ ଟାବଲେଟ ବଣ୍ଟନ କରାଯାଇଛି।ଦଶରଥପୁର ବ୍ଲକର ଚାନ୍ଦକୁଦ ଗ୍ରାମର ସନ୍ତୋଷ ଜେନା ବନ୍ୟା ଯୋଗେ ବୈତରଣୀ ନଦୀର ବାଲିଯାତ୍ରା ଘାଟରେ ଗାଧୋଇବା ସମୟରେ ପାଣିରେ ବୁଡି ମୃତ୍ୟୁବରଣ କରିଛନ୍ତି।
ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ,ରାଜସ୍ବ ଶ୍ରୀ ଶିବାନନ୍ଦ ସ୍ୱାଇଁ, ପ୍ରଶାସନ ଶ୍ରୀ ଯୁଧିଷ୍ଠିର ନାୟକ, ସି. ଡ଼ି. ଓ ଶ୍ରୀ ଅଶୋକ କୁମାର ବେହୁରିଆ, ଉପଜିଲ୍ଲାପାଳ ଶ୍ରୀ ତାପସ ରଞ୍ଜନ ଦେହୁରୀ, ଜଳସମ୍ପଦ ବିଭାଗର ଅଧିକାରୀ, ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ, ବିଡ଼ିଓ, ତହସିଲଦାର, କ୍ଷେତ୍ରୀୟ ଅଧିକାରୀ, ଅଧିକ୍ଷଣ ଯନ୍ତ୍ରୀ ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031