Indus Valley Times

ନକଲି ଟିପିରେ ଶହ ଶହ ଟ୍ରିପ ବାଲି ଚାଲାଣ ଯାଞ୍ଚ ବେଳେ ଧରାପଡିଲେ ତିନୋଟି ହାଇୱା

 Breaking News

ନକଲି ଟିପିରେ ଶହ ଶହ ଟ୍ରିପ ବାଲି ଚାଲାଣ ଯାଞ୍ଚ ବେଳେ ଧରାପଡିଲେ ତିନୋଟି ହାଇୱା

ନକଲି ଟିପିରେ ଶହ ଶହ ଟ୍ରିପ ବାଲି ଚାଲାଣ ଯାଞ୍ଚ ବେଳେ ଧରାପଡିଲେ ତିନୋଟି ହାଇୱା
March 08
11:19 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୭/୩: ଖଣି ଖଣିଜ ଆଇନ ୧୯୫୭ ଅନୁଯାୟୀ ନଦୀର ବାଲିକୁ ଗୌଣ ଖଣିଜ ଭାବେ ଶ୍ରେଣୀଭୁକ୍ତ କରାଯାଇଛି। ଯେହେତୁ ନଦୀବାଲି ପ୍ରଧାନତଃ ନିର୍ମାଣ କାମରେ ବ୍ୟବହାର ହୁଏ,ତେଣୁ ଗୋଟିଏ ଖଣିଜ ରୂପରେ ବିବେଚନା କରାଯାଏ। ଉପରୋକ୍ତ ଆଇନର ଧାରା-୧୫,ଅନୁଯାୟୀ, ଗୌଣ ଖଣିଜ ସମ୍ପର୍କିତ ଖଣି ଲିଜ ,ଖନନ,ଲାଇସେନ୍ସ ଓ ପରମିଟ ଏବଂ ନିୟନ୍ତ୍ରଣ କରିବାର ଶକ୍ତି ରାଜ୍ୟ ସରକାରଙ୍କର।
ଏହି ଆଇନ ମାଧ୍ୟମରେ ରାଜ୍ୟ ସରକାର ନିୟମାବଳୀ ପ୍ରସ୍ତୁତ କରନ୍ତି। ବାଲିଘାଟର ଚିହ୍ନଟକରଣ, ଲିଜର ଅବଧି, ଖନନ ପରିମାଣ ଏବଂ ରୟାଲଟି ହାର ନିୟନ୍ତ୍ରଣ କରନ୍ତି। ଧାରା -୨୧ ଅନୁଯାୟୀ ଅବୈଧ ଖନନ ପାଇଁ କାରାଦଣ୍ଡ ଜରିମାନା ଏବଂ ଖଣିଜର ମୂଲ୍ୟ ଆଦିର ଦଣ୍ଡବିଧାନ ବ୍ୟବସ୍ଥା ରହିଛି।
କିନ୍ତୁ ଏହାକୁ ଅନେକ ଅସାଧୁ ବାଲି ମାଫିଆ ଖାତିର ନ କରି ବେଧଡ଼କ ଭାବେ ବଡ଼ ବଡ଼ ହାଇୱା ଟ୍ରକ ମାଧ୍ୟମରେ ବିଭିନ୍ନ ସ୍ଥାନକୁ ଚାଲାଣ କରିଥାନ୍ତି। ଏପରିକି ଗୋଟିଏ ଟ୍ରାଞ୍ଜିଟ ପରମିଟ କରି ଶହ ଶହ ଟ୍ରିପ ବାଲି ଚାଲାଣ କରୁଥିବାର ଚିତ୍ର ଜବତ ତିନୋଟି ବାଲି ବୋଝେଇ ହାଇୱା ଯାଞ୍ଚ ବେଳେ ଜଣାପଡିଛି।
ଗତକାଲି ବିଳମ୍ବିତ ରାତିରେ ଖୋରଧା ଅତିରିକ୍ତ ତହସିଲଦାର ଡ଼ି. ଗୋପାଳ ରେଡ଼ି ଟିଏଲସି ରାସ୍ତାର ଏଲ ଆଇ ସି ଅଫିସ ନିକଟ ରାସ୍ତାରେ ଯାଉଥିବା ବାଲି ବୋଝେଇ ହାଇୱାକୁ ଯାଞ୍ଚ କଲା ବେଳେ ଗାଡ଼ି ଚାଳକ ଏକ ଟ୍ରାଞ୍ଜିଟ ପରମିଟ ଦେଖାଇଥିଲେ।
ଯାହାକୁ ତଦନ୍ତ କଲାପରେ ଜଣାପଡିଲା କି ଏହା ନକଲି ପରମିଟ। ଗୋଟିଏ ଗାଡ଼ି ଚାଳକ ୨୪-ମେ ୨୦୨୫ ର ଟିପି ଦେଖାଇଥିଲେ। ଯାହା ମାଧପୁର ,ଖୋର୍ଦ୍ଧା ଦେଇ ପୁରୀ କୁ କଟାଯାଇଥିଲା। ଏଥିରୁ ଅନୁମାନ କରାଯାଉଛି ଯେ ଗାଡ଼ି ଗୁଡିକ ବିନା ଟିପିରେ ପ୍ରତ୍ୟେକ ଦିନ ଶହ ଶହ ଟ୍ରିପ ବାଲି ଚାଲାଣ କରୁଛନ୍ତି।
ଜବତ ବାଲି ବୋଝେଇ ହାଇୱା ଗାଡ଼ି ଗୁଡିକ ହେଲା ଓଡ଼ି ୧୩-ଏନ ୯୩୯୪, ଓଡ଼ି ୧୩-ଏକ୍ସ ୬୮୬୬, ଓଡ଼ି ୧୩-ଇଉ ୦୩୬୯ । ଶ୍ରୀଯୁକ୍ତ ରେଡ଼ି ତିନୋଟି ଗାଡ଼ି କୁ ଜବତ କରି ତହସିଲ କାର୍ଯ୍ୟାଳୟରେ ରଖିଛନ୍ତି।
ଏହିପରି ଭାବେ ଯାଞ୍ଚ କରାଗଲେ ଅସାଧୁ ଚୋରା ଚାଲାଣ ଉପରେ ରୋକ ଲାଗିପାରନ୍ତା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031