Indus Valley Times

ଜିଲ୍ଲାସ୍ତରୀୟ ଓଡ଼ିଆ ନବବର୍ଷ-୨୦୨୬ ଏବଂ ଡ଼ଃ. ବି ଆର ଆମ୍ବେଦକର ଜୟନ୍ତୀ-୨୦୨୬ ସମନ୍ବିତ ଭାବେ ପାଳିତ

 Breaking News

ଜିଲ୍ଲାସ୍ତରୀୟ ଓଡ଼ିଆ ନବବର୍ଷ-୨୦୨୬ ଏବଂ ଡ଼ଃ. ବି ଆର ଆମ୍ବେଦକର ଜୟନ୍ତୀ-୨୦୨୬ ସମନ୍ବିତ ଭାବେ ପାଳିତ

ଜିଲ୍ଲାସ୍ତରୀୟ ଓଡ଼ିଆ ନବବର୍ଷ-୨୦୨୬ ଏବଂ ଡ଼ଃ. ବି ଆର ଆମ୍ବେଦକର ଜୟନ୍ତୀ-୨୦୨୬ ସମନ୍ବିତ ଭାବେ ପାଳିତ
April 14
22:18 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୧୪/୪ : ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଜୟୀ ରାଜଗୁରୁ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ଓଡ଼ିଆ ନବବର୍ଷ ଏବଂ ଜିଲ୍ଲା ସ୍ତରୀୟ ଡ଼ଃ .ବି ଆର . ଆମ୍ବେଦକର ଜୟନ୍ତୀ ମିଳିତ ଭାବେ ପାଳିତ ହୋଇଯାଇଅଛି ।
ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ, ସାଧାରଣ ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା ଯୋଗଦେଇ ଉଭୟ କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦ୍ଘାଟନ କରିବା ସହ ଡ଼ଃ.ବି ଆର. ଆମ୍ବେଦକରଙ୍କ ଫଟ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।
ନିଜ ଉଦବୋଧନରେ ଓଡ଼ିଆ ନବବର୍ଷ ପାଳନ ରାଜ୍ୟ ସରକାରଙ୍କ ଏକ ମହତ କାର୍ଯ୍ୟକ୍ରମ ବୋଲି ଅଭିହିତ କରିବା ସହ ଓଡ଼ିଆ ଅସ୍ମିତାର ମୂଲ୍ୟକୁ ଆଗକୁ ନେବା, ଓଡ଼ିଆ ଐତିହ୍ୟ, ପରମ୍ପରା ଓ ସଂସ୍କୃତିକୁ ଉଜ୍ଜୀବିତ କରି ରଖିବାରେ ଓଡ଼ିଆ ନବବର୍ଷ ପାଳନ ଏକ ମହାନ କାର୍ଯ୍ୟକ୍ରମ ବୋଲି ପ୍ରକାଶ କରିଥିଲେ । ଡ଼ଃ ବି ଆର ଆମ୍ବେଦକର ଗଣତନ୍ତ୍ର ରାଷ୍ଟ୍ରରେ ଜଣେ ଯୁଗସ୍ରଷ୍ଟା ଏବଂ ଭାରତ ଭଳି ସର୍ବବୃହତ ଗଣତନ୍ତ୍ର ରାଷ୍ଟ୍ରରେ ତାଙ୍କର ଯେଉଁ କାଳଜୟୀ ସାମ୍ବିଧାନିକ ବ୍ୟବସ୍ଥା ପ୍ରଣୟନ ତାହା ତାଙ୍କୁ ଚିର ସ୍ମରଣୀୟ କରି ରଖିବ ବୋଲି କହିଥିଲେ।
ସେହିପରି ଆମ୍ବେଦକରଙ୍କ ଚିନ୍ତନ ଅନ୍ୟ ପାଇଁ ବଞ୍ଚିବାର ସୁଯୋଗ ସୃଷ୍ଟି କରିବା, ଶିକ୍ଷାକୁ ସାର୍ବଜନିନ କରିବା ଆମ୍ବେଦକରଙ୍କ ଲକ୍ଷ୍ୟ ଥିଲା ବୋଲି ପ୍ରକାଶ କରିବା ସହ ଆନ୍ତର୍ଜାତୀୟ ସ୍ତରରେ କଲମ୍ବିଆ ଓ ଲଣ୍ଡନରେ ଆମ୍ବେଦକରଙ୍କ ଅବଦାନ ସମ୍ଵନ୍ଧରେ ଉଦବୋଧନ ଦେଇ ଶିକ୍ଷା ହିଁ ଏକମାତ୍ର ମାଧ୍ୟମ ଯାହା ସମାଜକୁ ଆଗକୁ ନେବାରେ ସହାୟକ ହେବ ବୋଲି ଯାହା ଆମ୍ବେଦକର ଚାହୁଁଥିଲେ, ତାହା ଆମେ ସମସ୍ତେ ପ୍ରଚେଷ୍ଟା କଲେ ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତ ଅଭିଯାନ ସମ୍ଭବ ହେବା ସହ ଆମ୍ବେଦକରଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ଉଦବୋଧନ ଦେଇଥିଲେ ।
ସମ୍ମାନିତ ଅତିଥି ଭାବେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ, ଶ୍ରୀ ଜ୍ୟୋତି ଶଙ୍କର ସାହୁ ଯୋଗଦେଇ କହିଲେ ଓଡ଼ିଆ ନବବର୍ଷ ପାଳନ ଓଡ଼ିଆ ସଂସ୍କୃତିର ମହାନ୍ ଝଲକ ଅଟେ ଯାହା ଓଡ଼ିଆ ମାନଙ୍କୁ ଗର୍ବିତ କରେ ।
ସେହିପରି ସମ୍ବିଧାନ ପ୍ରଣେତା ଆମ୍ବେଦକର କେବଳ ଯେ ଦଳିତ ମାନଙ୍କ ପାଇଁ ସଂଗ୍ରାମ କରୁଥିଲେ ତାହା ନୁହେଁ ବରଂ କୃଷିର ଉନ୍ନତି , ଅର୍ଥନୈତିକ ବିକାଶ ଦିଗରେ ଉଦ୍ୟମ କରିଥିଲେ ଯାହା ଗଣତନ୍ତ୍ର ବ୍ୟବସ୍ଥାକୁ ଆଜି ମଜବୁତ୍ କରିଛି ବୋଲି ପ୍ରକାଶ କରିଥିଲେ ।
ସମ୍ମାନିତ ଅତିଥି ଭାବେ ଉପଜିଲ୍ଲାପାଳ ଯୋଗଦେଇ ସାମାଜିକ ଚେତନା ଜାଗ୍ରତ କରିବାରେ ଆମ୍ବେଦକରଙ୍କ ଭୂମିକା ଅତୁଳନୀୟ ବୋଲି ପ୍ରକାଶ କରିଥିଲେ ।
ସମ୍ମାନିତ ଅତିଥି ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସଞ୍ଜୟ ଚନ୍ଦ୍ର ରାୟ ଯୋଗଦେଇ ନବବର୍ଷ ପାଳନ ଉପଲକ୍ଷେ ପିଠାପଣାର ସମ୍ଭାର ଓଡ଼ିଆ ଅସ୍ମିତାର କିମ୍ବଦନ୍ତୀ ବୋଲି ପ୍ରକାଶ କରି ଖାଦ୍ୟର ବୈଜ୍ଞାନିକ ତତ୍ତ୍ଵ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ ।
ମୁଖ୍ୟ ବକ୍ତା ଭାବେ ଜିଲ୍ଲା ମଙ୍ଗଳ ଅଧିକାରୀ ଡ଼ଃ ଗିତାଂଶୁ ମୋହନ ଦାଶ ଯୋଗଦେଇ ଓଡ଼ିଆ ନବବର୍ଷ ପାଳନ ଏବଂ ଡ଼ଃ ଆମ୍ବେଦକରଙ୍କ ଜୀବନୀ ଉପରେ ବକ୍ତବ୍ୟ ପ୍ରଦାନ କରିବା ସହ ସମସ୍ତେ ଆମ୍ବେଦକର ତ୍ୟାଗ ଆଦର୍ଶରେ ବ୍ରତୀ ହେବାକୁ ଆହ୍ଵାନ ଦେଇଥିଲେ ।
ସେହିପରି ବରିଷ୍ଠ ସ୍ତମ୍ଭକାର ଉମାଶଙ୍କର ପ୍ରସାଦ, ବରିଷ୍ଠ ସାମ୍ବାଦିକ ପ୍ରଭାତ କୁମାର ପାଣିଗ୍ରାହୀ ଓଡ଼ିଆ ନବବର୍ଷ ଓ ଡ଼ଃ ବି ଆର୍ ଆମ୍ବେଦକରଙ୍କ ସମ୍ବନ୍ଧରେ ଉଚ୍ଚକୋଟୀର ବକ୍ତବ୍ୟ ପ୍ରଦାନ କରିଥିଲେ । ଉଭୟ ଦିବସ ଉପଲକ୍ଷେ ଅତିଥି ମାନଙ୍କୁ ଉତ୍ତରୀୟ ଚାରା କୁଣ୍ଡ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ।
ଓଡ଼ିଆ ନବବର୍ଷ ପାଳନ ଉପଲକ୍ଷେ ସମସ୍ତ ବ୍ଲକକୁ ନେଇ ମୁରୁଜ ତଥା ରଙ୍ଗୋଲି, ଝୋଟି ଓ ଚିତା ଏବଂ ପିଠାପଣା ପ୍ରତିଯୋଗିତାର କୃତୀ ମହିଳା ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି, ଅତିରିକ୍ତ ଜିଲ୍ଲାପାଳ ସାର୍ଟିଫିକେଟ ଓ ଉତ୍ତରୀୟ ଦେଇ ପୁରସ୍କୃତ କରିଥିଲେ ।
ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ ସଭା ପରିଚାଳନା କରିଥିବା ବେଳେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା ସ୍ୱାଗତ ଭାଷଣ ଏବଂ ଧନ୍ୟବାଦ ପ୍ରଦାନ କରିଥିଲେ ।
ଓଡ଼ିଆ ନବବର୍ଷ ପାଳନ ଉପଲକ୍ଷେ ବିଭିନ୍ନ ପ୍ରକାର ସୁସ୍ୱାଦୁ ପିଠା ଓ ପଣାର ଆୟୋଜନ କରାଯାଇଥିଲା । ଦିବସରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ କୁସୁମ କୁମାରୀ ପ୍ରହରାଜ, ଡେପୁଟୀ କଲେକ୍ଟର ନିବେଦିତା ପରିଡ଼ା, ସୌମ୍ୟା ସାଗରିକା ସ୍ୱାଇଁ, ନିଜାରତ ଅଧିକାରୀ ରିଷବ ତ୍ରିପାଠୀ, ଆସିଷ୍ଟାଣ୍ଟ କଲେକ୍ଟର ଭୁବନେଶ୍ଵରୀ କଅଁର, ଇପ୍ସିତା ସାହୁ, ଭାଜପା ରାଜ୍ୟ କାର‌୍ୟ୍ୟ କାରିଣୀ ସଦସ୍ୟ ନିକୁଞ୍ଜ ପଟ୍ଟନାୟକ, ବରିଷ୍ଠ ନାଗରିକ ମଞ୍ଚ ସଭାପତି ରାମ ଶଙ୍କର, ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ, ସମସ୍ତ ସି ଡି ପି ଓ, ଅଙ୍ଗନୱାଡ଼ି କର୍ମୀ ଏବଂ ଗଣ ମାଧ୍ୟମ ପ୍ରତିନିଧି ବୃନ୍ଦ ଯୋଗ ଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930