Indus Valley Times

ଜୟୀ ରାଜଗୁରୁ ଟାଉନ ହଲ ଠାରେ ଦିବ୍ୟାଙ୍ଗ ମାନଙ୍କୁ ବ୍ୟାଟେରୀ ଚାଳିତ ଟ୍ରାଇ ସାଇକେଲ ଓ ଜମି ପଟ୍ଟା ବଣ୍ଟନ କଲେ ସାଂସଦ ଓ ବିଧାୟକ

 Breaking News

ଜୟୀ ରାଜଗୁରୁ ଟାଉନ ହଲ ଠାରେ ଦିବ୍ୟାଙ୍ଗ ମାନଙ୍କୁ ବ୍ୟାଟେରୀ ଚାଳିତ ଟ୍ରାଇ ସାଇକେଲ ଓ ଜମି ପଟ୍ଟା ବଣ୍ଟନ କଲେ ସାଂସଦ ଓ ବିଧାୟକ

ଜୟୀ ରାଜଗୁରୁ ଟାଉନ ହଲ ଠାରେ ଦିବ୍ୟାଙ୍ଗ ମାନଙ୍କୁ ବ୍ୟାଟେରୀ ଚାଳିତ ଟ୍ରାଇ ସାଇକେଲ ଓ ଜମି ପଟ୍ଟା ବଣ୍ଟନ କଲେ ସାଂସଦ ଓ ବିଧାୟକ
July 19
10:33 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା, ୧୯/୭: ଶୁକ୍ରବାର ଅପରାହ୍ନରେ ଖୋର୍ଦ୍ଧା ସଦର ମହକୁମା ଜୟୀ ରାଜଗୁରୁ ଟାଉନ୍ ହଲ୍ ଠାରେ ମାନ୍ୟବର ସାଂସଦ, ଭୁବନେଶ୍ୱର ଶ୍ରୀମତୀ ଅପରାଜିତା ଷଡଙ୍ଗୀ ମୁଖ୍ୟ ଅତିଥି ଭାବେ ଏବଂ ମାନ୍ୟବର ବିଧାୟକ ଖୋର୍ଦ୍ଧା, ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜଗଦେବ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଭାରତୀୟ ତୈଳ ନିଗମ (ଆ ଓ ସି ଏଲ) ପାଣ୍ଠି ପ୍ରୋତ୍ସାହନରେ ଖୋର୍ଦ୍ଧା ଜିଲ୍ଲାର ଦିବ୍ୟାଙ୍ଗ ଲିଙ୍ଗରାଜ ନାୟକ,ଶୋଭନ ମୋଲାଲ, ସୁଜାତା ପୃଷ୍ଟି, ଜିତେନ୍ଦ୍ର ପଲେଇ ଏବଂ ଅଖିଳ କୁମାର ପଣ୍ଡା ଙ୍କୁ ନେଇ ୯୯ ଜଣ ଦିବ୍ୟାଙ୍ଗ ଙ୍କୁ ବ୍ୟାଟେରୀ ଚାଳିତ ଟ୍ରାଇ ସାଇକେଲ ବଣ୍ଟନ କରିବା ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ଖୋର୍ଦ୍ଧା ତହସିଲ ଅଧୀନ ବସୁନ୍ଧରା ଯୋଜନାରେ ତଥା ବେ ବନ୍ଦୋବସ୍ତ ଜମିକୁ ବନ୍ଦୋବସ୍ତରେ ସମାଧାନ କରାଯାଇ କନକ ବାରିକ, ବୈକୁଣ୍ଠ ବିହାରୀ ସାହୁ, ଦୁଃଶାସନ ଗୁମାନସିଂହ, ଶରତ କୁମାର ପ୍ରଧାନ, ରଘୁନାଥ ସୁନ୍ଦରା, ସୁଶାନ୍ତ କୁମାର ପାଲଟାସିଂହ, ଶେଷଦେବ ପାଲଟାସିଂହ ଏବଂ ସୁଦର୍ଶନ ଛୁଆଳସିଂହ ଙ୍କୁ ପଟ୍ଟା ପ୍ରଦାନ କରିଥିଲେ।
ମୁଖ୍ୟ ଅତିଥି ନିଜ ଅଭିଭାଷଣରେ କହିଥିଲେ ଆଜିର ଦିବସ ଏକ ସୁନ୍ଦର ସମନ୍ବୟର ଦିବସ ଅଟେ। ଦିବ୍ୟାଙ୍ଗ ମାନଙ୍କ ସେବାରେ ଜିଲ୍ଲା ପ୍ରଶାସନ, ଭାରତୀୟ ତୈଳ ନିଗମ ,ଭାରତୀୟ କୃତିମ ଅଙ୍ଗ ପ୍ରସ୍ତୁତକାରୀ ନିଗମ ମିଳିତ ଆନୁକୁଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୋତେ ଯୋଗଦେବାର ସୁଯୋଗ ମିଳିଛି।
ରାଜନୀତିର ଯେଉଁ ଅଭିପ୍ରାୟ ରହିଛି ତାହା ହେଲା ସେବା, ବିକାଶ ଓ ଅଭିଯୋଗ ଶୁଣି ସେଗୁଡିକ ନିରାକରଣ ପରିଭାଷା ଏହି କାର‌୍ୟ୍ୟକ୍ରମରେ ଯୋଗଦାନ କରି ମୁଁ ନିଜକୁ ଗର୍ବିତ ମନେକରୁଛି ।
ଶୁକ୍ରବାର ଦିବ୍ୟାଙ୍ଗ ମାନଙ୍କୁ ଯେଉଁ ବ୍ୟାଟେରୀ ଚାଳିତ ଟ୍ରାଇ ସାଇକେଲ ପ୍ରଦାନ କରାଗଲା ତାହା ନିଶ୍ଚିତ ଭାବେ ସେମାନେ ନିଜର ଗନ୍ତବ୍ୟ ସ୍ଥଳକୁ ଯିବାରେ ଅସୁବିଧା ହେବନାହିଁ ଏବଂ ସେମାନେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ନିଜ ପରିବାରର ଏବଂ ରାଜ୍ୟ ଓ ରାଷ୍ଟ୍ରର ବିକାଶରେ ସେମାନଙ୍କର ଦିବ୍ୟ ସହଯୋଗ ପ୍ରଦାନ କରିପାରିବେ।
ସାଂସଦ ଆହୁରି କହିଥିଲେ ଆବଶ୍ୟକ ପଡ଼ିଲେ ସାଂସଦ ପାଣ୍ଠିରୁ ଦିବ୍ୟାଙ୍ଗ ମାନଙ୍କ ପାଇଁ ସେ ଉପକରଣ ପ୍ରଦାନ କରିବା ପାଇଁ ପ୍ରକାଶ କରିଥିଲେ। ସମ୍ମାନିତ ଅତିଥି ଭାବେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜଗଦେବ କହିଲେ ଦୀବ୍ୟାଙ୍ଗ ହେଉଛନ୍ତି ଦିବ୍ୟ ଅଙ୍ଗ ଓ ଦେବତାଙ୍କର ଅଙ୍ଗ ଯାହା ବଡ଼ ଠାକୁର ଶ୍ରୀ ଜଗନ୍ନାଥ ହେଉଛନ୍ତି ନିଦର୍ଶନ। ପଙ୍ଗୁ ଲଂଘୟତେ ଗିରି ଦିବ୍ୟାଙ୍ଗ ମାନଙ୍କ ଅଭିବ୍ୟକ୍ତ ଚିନ୍ତାଧାରା ହେଉ।
ମାନ୍ୟବର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ଙ୍କ ସଂସଦୀୟ କ୍ଷେତ୍ର ତଥା ଖୋର୍ଦ୍ଧା ସଦର ମହକୁମାର ସର୍ବାଙ୍ଗୀନ ଉନ୍ନତି ଓ ଦଳିତ, ନିଷ୍ପେସିତ ଲୋକମାନଙ୍କ ସେବା ପାଇଁ ନିଜର ସର୍ବୋଚ୍ଚ ପ୍ରଶାସନିକ ସେବା ଛାଡ଼ି ନିଜକୁ ସେବାରେ ନିୟୋଜିତ କରିଛନ୍ତି।
ଆଜି ମଧ୍ୟ ମାନ୍ୟବର ସାଂସଦ ଖୋର୍ଦ୍ଧା ସହରର ୧୨ ଟି ସାହିକୁ ନେଇ ଇସ୍କନ ମନ୍ଦିର ଠାରୁ ଟ୍ରାଫିକ ଛକ ପର‌୍ୟ୍ୟନ୍ତ ରାସ୍ତା ନିର୍ମାଣ, ଆଲୋକିକରଣ ଓ ଡିଭାଇଡର ନିର୍ମାଣ ନିମନ୍ତେ ୨୧.୫୦ କୋଟି ବ୍ୟୟ ଅଟକଳରେ ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ କରି ସହର ବାସୀଙ୍କୁ ଉତ୍ତମ ଗମନାଗମନର ଉପଲବ୍ଧି ଦେଇଛନ୍ତି ଯାହା ତାଙ୍କର ସୁଦୀର୍ଘ ରାଜନୀତିର କେବଳ ସେବାକୁ ସେ ଗୁରୁତ୍ଵ ଦେଇ ମଡେଲ ଖୋର୍ଦ୍ଧା ଓ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରକୁ ତିଆରି କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି।
ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା ନିଜର ସଭାପତି ଭାଷଣରେ କହିଲେ ଯେ ମାନ୍ୟବର ସାଂସଦ ଓ ବିଧାୟକ ଖୋର୍ଦ୍ଧା ଜିଲ୍ଲାକୁ ରାଜ୍ୟରେ ମଡେଲ ଜିଲ୍ଲା ଭାବେ ଗଢି ତୋଳିବା ପାଇଁ ଅହରହ ପ୍ରୟାସ ଜାରି ରଖିଛନ୍ତି ।
ଦିବ୍ୟାଙ୍ଗ ମାନଙ୍କୁ ସାମାଜିକ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଜିଲ୍ଲାପ୍ରଶାସନ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବ ବୋଲି ସେ ପ୍ରକାଶ କରିଥିଲେ ।
ଭାରତୀୟ ତୈଳ ନିଗମ, ଭୁବନେଶ୍ୱର ମୁଖ୍ୟ ସାଧାରଣ ପରିଚାଳକ ଶ୍ରୀ ରୋହିତ କୁମାର କହିଲେ ଯେ ଦିବ୍ୟାଙ୍ଗ ଜନଙ୍କୁ (ଆ ଓ ସି ଏଲ୍ ) ସାମାଜିକ ଦାୟିତ୍ଵ ବହନ ପାଣ୍ଠିରୁ ଯେଉଁ ଟ୍ରାଇ ସାଇକେଲ ପ୍ରୋତ୍ସାହନ ଦେଉଛନ୍ତି ତାହା ବିଭାଗ ପାଇଁ ଅତି ଖୁସିର କଥା ।
ଭାରତ ବିଶ୍ୱରେ ମାନବ ସମ୍ବଳରେ ଏକ ନମ୍ୱର୍ ହେବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଲକ୍ଷ୍ୟ ପୂରଣ କରିବାରେ ସହାୟକ ହେବ। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ବେଉରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀ ଏ ଭି ଅଶୋକ କୁମାର, ୟୁନିଟ ମୁଖ୍ୟ କୃତ୍ରିମ ଅଙ୍ଗ ପ୍ରସ୍ତୁତକାରୀ ନିଗମ (ଆ ଲି ମ ସି ଓ) ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଉପ ସାଧାରଣ ପରିଚାଳକ, ଭାରତୀୟ ତୈଳ ନିଗମ ଶ୍ରୀ ଏ କେ ପଣ୍ଡା ଧନ୍ୟବାଦ୍ ପ୍ରଦାନ କରିଥିଲେ। ସଭାରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଦିଲ୍ଲୀପ ହୀଆଲ, ତହସିଲଦାର ଖୋର୍ଦ୍ଧା ଶ୍ରୀ ବିଭାସ ପାଣିଗ୍ରାହୀ ମଞ୍ଚାସିନ ଥିଲେ।
ପୂର୍ନେନ୍ଦୁ ଶେଖର ପଣ୍ଡା ଓ ମୀନାକ୍ଷୀ ମଲ୍ଲ, ଅଧ୍ୟାପକ ଓ ଅଧ୍ୟାପିକା,ସତ୍ୟଭାମାଦେଇ କଲେଜ, ଜଟଣୀ ସଭା ପରିଚାଳନା କରିଥିଲେ। ପ୍ରାରମ୍ଭରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ମୁଖ୍ୟଅତିଥି ଓ ସମ୍ମାନିତ ଅତିଥି ପ୍ରଦୀପ ପ୍ରଜ୍ବଳନ କରି ପୁଷ୍ପାଞ୍ଜଳି ପ୍ରଦାନ କରିଥିଲେ। ପରେ ଆଞ୍ଚଳିକ ଜାତୀୟ ସଙ୍ଗୀତ ବାଦନ କରାଯାଇଥିଲା।
ଅତିରିକ୍ତ ଜିଲ୍ଲାପାଳ ତଥା ସଭାର ସଭାପତି ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା ମୁଖ୍ୟଅତିଥି ଓ ସମ୍ମାନିତ ଅତିଥି ସମେତ ସମସ୍ତଙ୍କୁ ଉତ୍ତରୀୟ ଓ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ଅଧିକାରୀ ଏବଂ କର୍ମଚାରୀ, ଭାରତୀୟ ତୈଳ ନିଗମ, ଭୁବନେଶ୍ୱର ଶାଖା ଅଧିକାରୀ ଓ କର୍ମଚାରୀ, ଜିଲ୍ଲାପ୍ରଶାସନ ଅଧିକାରୀ ଓ କର୍ମଚାରୀ, ଦିବ୍ୟାଙ୍ଗ ଓ ଅଭିଭାବକ ଏବଂ ଗଣମାଧ୍ୟମ ପ୍ରତିନିଧି ବୃନ୍ଦ ଯୋଗଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031