Indus Valley Times

ଝୁମ୍ପୁଡି ବସ୍ତି ଉଚ୍ଛେଦ ନେଇ କଂଗ୍ରେସ ପକ୍ଷରୁ ଆନ୍ଦୋଳନ ଧାରଣା, ପ୍ରତିଶ୍ରୁତି ପରେ ପ୍ରତ୍ୟାହୁତ

 Breaking News

ଝୁମ୍ପୁଡି ବସ୍ତି ଉଚ୍ଛେଦ ନେଇ କଂଗ୍ରେସ ପକ୍ଷରୁ ଆନ୍ଦୋଳନ ଧାରଣା, ପ୍ରତିଶ୍ରୁତି ପରେ ପ୍ରତ୍ୟାହୁତ

ଝୁମ୍ପୁଡି ବସ୍ତି ଉଚ୍ଛେଦ ନେଇ କଂଗ୍ରେସ ପକ୍ଷରୁ ଆନ୍ଦୋଳନ ଧାରଣା, ପ୍ରତିଶ୍ରୁତି ପରେ ପ୍ରତ୍ୟାହୁତ
June 25
21:11 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୨୫/୬ : ଜଟଣୀ ସ୍ଥିତ ଖୋର୍ଦ୍ଧାରୋଡ଼ ଡିଭିଜନର ସର୍ବପୁରାତନ ରେଳବାଇ କଲୋନୀ ଭାବେ ବିବେଚିତ ଲୋକୋ କଲୋନୀରେ ରେଳବାଇ ପ୍ରଶାସନର ଅବହେଳା ପାଇଁ ଖୋଲା ସ୍ଥାନ ଓ ରେଳ କ୍ୱାଟରକୁ ଲଗାଇ ବହୁ ଆର୍ଥିକ ଅନଗ୍ରସର ତେଲୁଗୁ ଓ ଅନ୍ୟାନ୍ୟ ସମ୍ପ୍ରଦାୟର ଲୋକମାନେ ନୂଆଣିଆ ଆଜବେଷ୍ଟସ ଘର ଯାହାକୁ ଝୁମ୍ପୁଡି କୁହାଯାଏ ନିର୍ମାଣ କରି ରହୁଥିଲେ ।
ଯାହାକୁ ପରୋକ୍ଷରେ କିଛି ବିଭାଗୀୟ ଅସାଧୁ କର୍ମଚାରୀ ମାନେ ହାତଗୁଞ୍ଜା ନେଇ ପରୋକ୍ଷରେ ସାହାଯ୍ୟ କରି ବେଆଇନ ବିଦ୍ୟୁତ ଓ ପାଣି ସଂଯୋଗ ଦେବା ଫଳରେ ସେମାନଙ୍କ ସଂଖ୍ୟା ବହୁଗୁଣରେ ବୃଦ୍ଧି ପାଇଥିଲା ।
ଏଣେ ରେଳବାଇର ବିଭିନ୍ନ କାର୍ଯ୍ୟାଳୟର କଳେବର ବୃଦ୍ଧି ପାଇବାରୁ ନିର୍ମାଣ ପାଇଁ ସ୍ଥାନ ଅଭାବ ହେତୁ ବାରମ୍ବାର ବସ୍ତି ବାସିନ୍ଦାଙ୍କୁ ତୁରନ୍ତ ଜାଗା ଖାଲି କରିବାକୁ ରେଳ ପ୍ରଶାସନ ନୋଟିସ ଦେଉଥିଲେ ମଧ୍ୟ ନେତା ମାନଙ୍କ ହସ୍ତକ୍ଷେପ ପାଇଁ ଉଛେଦ ପ୍ରକ୍ରିୟା କୋହଳ ହେଉଥିଲା ।
ତେବେ କିଛିବର୍ଷ ତଳେ ଦୃଢ ପଦକ୍ଷେପ ପାଇଁ ବହୁ ଝୁମ୍ପୁଡି ଭଙ୍ଗା ଯାଇଥିଲା । ହେଲେ ନେତା ମାନେ ସେତେବେଳେ ଲୋକ ମାନଙ୍କୁ ଦେଇଥିବା ପ୍ରତିଶୃତି ପାଣିର ଗାର ସାବ୍ୟସ୍ତ ହୋଇଥିଲା ।
ଏହି ପରିପ୍ରେକ୍ଷୀରେ ରେଳ ପ୍ରଶାସନ ତରଫରୁ ଆସନ୍ତା ଶନିବାର ୨୭ ତାରିଖ ଦିନ ବଳକା ରହିଯାଇଥିବା ବସ୍ତି ଘର ଉଚ୍ଛେଦ କରିବା ନିମନ୍ତେ ଡାକବାଜି ଯନ୍ତ୍ର ମାଧ୍ୟମରେ ପ୍ରଚାର କରାଯାଇଥିଲା ।
ଯାହାକୁ ନେଇ ବରିଷ୍ଠ କଂଗ୍ରେସ ନେତା ସୁରେଶ କୁମାର ରାଉତରାୟଙ୍କ ନେତୃତ୍ୱ ଡିଆରଏମ ଅଫିସ ନିକଟରେ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯାଇଥିଲା। ଡିଆରଏମ ଉଚ୍ଛେଦ ପ୍ରକ୍ରିୟା ୩ ମାସ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ପ୍ରତିଶ୍ରୁତି ଦେବାପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।
ଏଥିରେ ବରିଷ୍ଠ କଂଗ୍ରେସ ନେତା ଅଶୋକ କୁମାର ମଙ୍ଗରାଜ,ବୃନ୍ଦାବନ ସାହୁ,ପୂର୍ବତନ ପୌର ଅଧ୍ୟକ୍ଷ ଗୋରୀ ପ୍ରସାଦ ସିଂହ ପ୍ରମୁଖ ଉପସ୍ଥିତ ଥିଲେ।
ପ୍ରକାଶ ଥାଉକି ଏ ସମସ୍ୟା ନିମନ୍ତେ ଆଗରୁ ବହୁବାର ଆନ୍ଦୋଳନ କଂଗ୍ରେସ ପକ୍ଷରୁ କରାଯାଇଛି ,ଜିଲ୍ଲାପାଳ ଅଫିସ,ତହସିଲ୍ ଅଫିସ୍,ବିଗତ ରାଜ୍ୟ ସରକାରଙ୍କ ସହିତ ଆଲୋଚନା, ତତ୍କାଳୀନ ରେଭିନ୍ୟୁ ମନ୍ତ୍ରି ପ୍ରମିଳା ମଲ୍ଲିକଙ୍କୁ ସାକ୍ଷାତ କଲାପରେ ମନ୍ତ୍ରୀ ମହୋଦୟାଙ୍କ ନିର୍ଦ୍ଦେଶ କ୍ରମେ ଥଇଥାନ ନିମନ୍ତେ ବସ୍ତିବାସିନ୍ଦାଙ୍କୁ ପୌର ପରିଷଦ ଓ ଜଟଣୀ ତହସିଲ୍ ତରଫରୁ ଏକ ସର୍ଭେ କରାଯାଇ ୪୪୦ ପରିବାରଙ୍କୁ ଚିହ୍ନଟ କରାଯାଇ ଏକ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା।
ଅଦ୍ୟାବଧି ଏମାନଙ୍କୁ ଥଇଥାନ କରାଯାଇନାହିଁ। ତେବେ ଦେଖାଯାଉ ନେତାଙ୍କ କୁମ୍ଭୀର କାନ୍ଦଣା ପ୍ରକୃତରେ କାର୍ଯ୍ୟକାରୀ ହେଉଛି ନା ନାହିଁ ବୋଲି ବୁଦ୍ଧିଜୀବୀ ମାନେ ମତ ଦେଇଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031