Indus Valley Times

ଟାଉନ ହଲଠାରେ ନବ ନିଯୁକ୍ତ ଜିଲ୍ଲା କଂଗ୍ରେସ ସଭାପତିଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ

 Breaking News

ଟାଉନ ହଲଠାରେ ନବ ନିଯୁକ୍ତ ଜିଲ୍ଲା କଂଗ୍ରେସ ସଭାପତିଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ

ଟାଉନ ହଲଠାରେ ନବ ନିଯୁକ୍ତ ଜିଲ୍ଲା କଂଗ୍ରେସ ସଭାପତିଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ
April 19
18:55 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୯/୪ : ରବିବାର ଦିନ ୧ ଘଣ୍ଟା ସମୟରେ ବୌଦ୍ଧ ଟାଉନ୍ ହଲ ଠାରେ ନବ ନିଯୁକ୍ତ ଜିଲ୍ଲା କଂଗ୍ରେସ କମିଟି ସଭାପତି ଅବଦୁଲ କଲିମ୍ ଖାଁଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରା ଯାଇଥିଲା ।
ବରିଷ୍ଠ କଂଗ୍ରେସ ନେତା ନବ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ପୂର୍ବତନ ବୌଦ୍ଧ ବିଧାୟକ ତଥା ପ୍ରଦେଶ କଂଗ୍ରେସ ଶୃଙ୍ଖଳା କମିଟିର ଅଧ୍ୟକ୍ଷ ସୁଜିତ କୁମାର ପାଢୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ।
ସମ୍ମାନିତ ଅତିଥି ଭାବରେ ବୌଦ୍ଧ ବ୍ଲକ କଂଗ୍ରେସ ସଭାପତି ଅଚ୍ୟୁତ କର୍ଣ୍ଣ, କଣ୍ଟାମାଳ ବ୍ଲକ ସଭାପତି ହୃଦାନନ୍ଦ କନ୍ହର, ବୌଦ୍ଧ ଟାଉନ କଂଗ୍ରେସ ସଭାପତି ତପନ କୁମାର ରାଉତରାୟ, ବରିଷ୍ଠ କଂଗ୍ରେସ ନେତା କେଶବ ଚନ୍ଦ୍ର କ୍ଷେତି, ପ୍ରଦୀପ କୁମାର ମହାନନ୍ଦ, ସମରେଶ ମିଶ୍ର, ମହେଶ୍ୱର ପ୍ରଧାନ, ରଘୁନାଥ ପଲିଆ, ପ୍ରତ୍ୟୁଷ ମହାନନ୍ଦ ଓ ଅନ୍ୟ ମାନେ ମଞ୍ଚାସୀନ ଥିଲେ ।
ନବ ନିଯୁକ୍ତ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଖଁକ୍ଷଙ୍କୁ ବହୁ ସଂଖ୍ୟାରେ କଂଗ୍ରେସ ନେତୃବୃନ୍ଦ ଓ କର୍ମୀମାନେ ପୁଷ୍ପ ଗୁଚ୍ଛ, ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ ।
ସମ୍ବର୍ଦ୍ଧନା ସଭା ପୂର୍ବରୁ ଦିନ ୧୦ ଘଣ୍ଟା ସମୟରେ ତାଙ୍କୁ ସ୍ବାଗତ କରି କଂଗ୍ରେସ କର୍ମୀଙ୍କ ପକ୍ଷରୁ ଏକ ବିରାଟ ବାଇକ ରାଲୀ କରା ଯାଇଥିଲା । ବାଇକ ରାଲୀ ସହରର ବିଭିନ୍ନ ଅଂଚଳ ପରିକ୍ରମା କରି ଟାଉନ୍ ହଲ ଠାରେ ପହଞ୍ଚି ଥିଲା ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31