Indus Valley Times

ଶଶୁର ଉପରେ ଗରମ ତେଲ ପକାଇ, ନିର୍ଯ୍ୟାତନାର ପ୍ରତିଶୋଧ ନେଲା ବିଧବା ବୋହୂ

 Breaking News

ଶଶୁର ଉପରେ ଗରମ ତେଲ ପକାଇ, ନିର୍ଯ୍ୟାତନାର ପ୍ରତିଶୋଧ ନେଲା ବିଧବା ବୋହୂ

ଶଶୁର ଉପରେ ଗରମ ତେଲ ପକାଇ, ନିର୍ଯ୍ୟାତନାର ପ୍ରତିଶୋଧ ନେଲା ବିଧବା ବୋହୂ
May 19
11:58 2026

କାମାକ୍ଷାନଗର ୧୯/୫ : ପାରିବାରିକ କଳହର ଉଗ୍ର ରୂପ। ୮୦ ବର୍ଷୀୟ ଶ୍ଵଶୁରଙ୍କ ଉପରକୁ ଗରମ ପାଣି ଓ ତେଲ ଛାଟିଦେଲା ବୋହୂ। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ନାଉପାଳ କାଟେଣୀ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି।
ସୂଚନା ମୁତାବକ କୌଣସି ଏକ କଥାକୁ ନେଇ ଘରେ ଥିବା ବିଧବା ବହୁ କୁସ୍ମିତା ଭୂତିଆ ଗରମ ପାଣି ସହ ରିଫାଇନ ତେଲ ମିଶାଇ ଗ୍ୟାସ ରେ ଗରମ କରି ଶ୍ବଶୁର ଶ୍ରୀକାନ୍ତ ଭୂତିଆ (୮୦)ଙ୍କ ଉପରେ ଢାଳି ଦେଇଥିଲେ । ଫଳରେ ସେ ଗୁରୁତର ହୋଇପଡିଥିଲେ, ତାଙ୍କ ଦେହ ସାରା ଜଳିଯାଇଥିଲା । ପଡୋଶୀଙ୍କ ଠାରୁ ଖବର ପାଇ ୧୧୨ ଗାଡ଼ି ଯାଇ ବୃଦ୍ଧଙ୍କୁ ଉଦ୍ଧାର କରି ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ବୃଦ୍ଧଙ୍କ ପୁଅ ମରିଯିବା ପରେ ବୋହୂ ଏଭଳି ଅକଥନୀୟ ନିର‌୍ୟାତନା ଦେଇ ଆସୁଥିବା ଅଭିଯୋଗ ହୋଇଛି।
ସେପଟେ ଖବର ପାଇ ଘଟଣା ସ୍ଥଳରେ ପରଜଙ୍ଗ ପୋଲିସ ପହଞ୍ଚି ଅଭିଯୁକ୍ତ ବୋହୂକୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି। ଏହାସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930