Indus Valley Times

ଟିପିଏନଓଡିଏଲ ପକ୍ଷରୁ ନୈତିକତା ସପ୍ତାହ ପାଳିତ

 Breaking News

ଟିପିଏନଓଡିଏଲ ପକ୍ଷରୁ ନୈତିକତା ସପ୍ତାହ ପାଳିତ

ଟିପିଏନଓଡିଏଲ ପକ୍ଷରୁ ନୈତିକତା ସପ୍ତାହ ପାଳିତ
March 04
20:12 2025

ସୁଦାମ ପାତ୍ରଙ୍କ ରିପୋର୍ଟ
ବାଲେଶ୍ଵର,୪/୩: ଟିପି ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏନଓଡ଼ିଏଲ) ପକ୍ଷରୁ ଟାଟା ଗ୍ରୁପର ପ୍ରତିଷ୍ଠାତା ଜେ.ଏନ ଟାଟାଙ୍କ ଜନ୍ମ ଜୟନ୍ତୀ ଅବସରରେ ନୈତିକତା ସପ୍ତାହ ୨୪ ଫେବୃଆରୀରୁ ମାର୍ଚ୍ଚ ୩ ତାରିଖ ମଧ୍ୟରେ ଅନୁଷ୍ଠିତ ହୋଇଛି।
ନୈତିକତା ସପ୍ତାହ ଅବସରରେ କର୍ମଚାରୀମାନଙ୍କ ମଧ୍ୟରେ ପ୍ରବନ୍ଧ ଲିଖନ, ପୋଷ୍ଟର ପ୍ରସ୍ତୁତି, ସ୍ଲୋଗାନ୍, କୁଇଜ୍ ଆଦି ଭଳି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।
ଏହି କାର୍ଯ୍ୟକ୍ରମ ମାଧ୍ୟମରେ କର୍ମଚାରୀମାନଙ୍କ ମଧ୍ୟରେ ନୈତିକତା ଓ ପାରଦର୍ଶିତାର ଗୁରୁତ୍ଵ ବିଷୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟ ଥିବା ବେଳେ ଟିପିଏନଓଡ଼ିଏଲର କର୍ମଚାରୀମାନେ ଉତ୍ସାହର ସହ ଏଥିରେ ଅଂଶଗ୍ରହଣ କରିଥିଲେ।
ସପ୍ତାହର ଉଦଯାପନୀ ଦିବସରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଉଦଯାପନୀ ସନ୍ଧ୍ୟାରେ ଟିପିଏନଓଡ଼ିଏଲ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଦ୍ଵିଜଦାସ ବସାକ କର୍ମଚାରୀମାନଙ୍କୁ ସମ୍ବୋଧିତ କରିବା ସହ ସର୍ବଦା ନୀତି ଓ ଆଦର୍ଶରେ ନିଜର ଦାୟିତ୍ଵ ସମ୍ପାଦନ କରିବାକୁ ପରାମର୍ଶ ଦେଇଥିଲେ।
ଏହା ସହ ଜେ.ଏନ ଟାଟାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ କର୍ମଚାରୀମାନଙ୍କୁ ଆହ୍ଵାନ ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ଟିପିଏନଓଡ଼ିଏଲ ସିଏଫଓ ଶିଲାଦିତ୍ୟ ସେନଗୁପ୍ତା, ଚିଫ୍ ଅପରେସନ ନିଲେଶ ପୋଟଫଡେ, ଚିଫ୍ କମର୍ସିଆଲ ଜୟଦୀପ ରୟ, ଫାଇନାନ୍ସ ଜିଏମ ସଂଜୀବ ସାହୁ, ହେଡ୍ ଏଚଆର ରମେନ୍ଦ୍ର ନାରାୟଣ ବଣିକଙ୍କ ସମେତ ଅଧିକାରୀମାନେ ଉପସ୍ଥିତ ଥିଲେ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031