Legatus

ଡିଏନ୍ ଗ୍ରୁପ ଉପରେ ତୃତୀୟ ଦିନରେ ବି ଆୟକର ବିଭାଗର ଚଢ଼ଉ ଜାରି

 Breaking News

ଡିଏନ୍ ଗ୍ରୁପ ଉପରେ ତୃତୀୟ ଦିନରେ ବି ଆୟକର ବିଭାଗର ଚଢ଼ଉ ଜାରି

ଡିଏନ୍ ଗ୍ରୁପ ଉପରେ ତୃତୀୟ ଦିନରେ ବି ଆୟକର ବିଭାଗର ଚଢ଼ଉ ଜାରି
July 07
12:33 2023

ଭୁବନେଶ୍ବର,୭/୭: ଟିକସ ଫାଙ୍କିବା ଅଭିଯୋଗରେ ବ୍ୟବସାୟିକ ପ୍ରତିଷ୍ଠାନ ଡିଏନ୍ ଗ୍ରୁପ ଉପରେ ଆୟକର ବିଭାଗ ବୁଧବାର ଠାରୁ ଚଢ଼ଉ ଚାରି ରଖିଛି। ଏହି କ୍ରମରେ ଆୟକର ବିଭାଗର ୭ଟି ଟିମରେ ସାମିଲ ହୋଇଥିବା ଅଧିକାରୀ ଓ କର୍ମଚାରୀମାନେ ଶୁକ୍ରବାର ତୃତୀୟ ଦିନରେ ମଧ୍ୟ ଚଢ଼ଉ ଜାରି ରଖିଛନ୍ତି।
ଅଧିକାରୀମାନେ ଡିଏନ୍ ଗ୍ରୁପ ସହିତ ଜଡ଼ିତ ବ୍ୟକ୍ତିମାନଙ୍କୁ ପଚରାଉଚରା କରୁଛନ୍ତି। ଡିଏନ୍ ଗ୍ରୁପରର ମାଲିକ ଓ ସହଯୋଗୀଙ୍କ ସମେତ ଅନ୍ୟମାନଙ୍କୁ ପଚରାଉଚରା ଜାରି ରହିଛି। ତୃତୀୟ ଦିନରେ ନୟାପଲି ମୁଖ୍ୟ ଅଫିସ ସମେତ ଵିଭିନ୍ନ ସ୍ଥାନରେ ଚଢ଼ାଉ ଚାଲିଛି।
ତୃତୀୟ ଦିନରେ ଜବତ କାଗଜପତ୍ରକୁ ଛାନଭିନ୍ କରାଯାଉଛି। ସଂସ୍ଥାର କିଛି ଅଧିକାରୀଙ୍କୁ ନେଇ ଅଫିସ ରେ ପଚରାଉଚରା ଚାଲିଛି। ତେବେ ଡିଏନ୍ ଗ୍ରୁପ କେବେଠାରୁ ଓ କେତେ ଟଙ୍କା ଟିକସ ଫାଙ୍କିଛି ତାହା ସ୍ପଷ୍ଟ କରିନି ତଦନ୍ତକାରୀ ଟିମ।
ସଂସ୍ଥାର ଭୁବନେଶ୍ବର ନୂଆପଲ୍ଲୀସ୍ଥିତ ମୁଖ୍ୟ କାର‌୍ୟ୍ୟାଳୟ ସମେତ ୨୩ଟି ସ୍ଥାନରେ ଚଢ଼ଉ କରାଯାଇଛି। ୟୁନିଟ୍-୪ ପୋଷ୍ଟାଲ କଲୋନିରେ ରହୁଥିବା ସଂସ୍ଥାର କର୍ମଚାରୀ ଚନ୍ଦ୍ରଶେଖର ପଣ୍ଡାଙ୍କ ଘରୁ ନଗଦ ୩୦ କୋଟି ଟଙ୍କା ମିଳିଛି। ତିନୋଟି ଟ୍ରଙ୍କ ଓ ଗୋଟିଏ ଆଟାଚିରେ ଥିବା ଟଙ୍କା ଜବତ କରାଯାଇଛି। ଗତକାଲି ଚଢ଼ଉ ସମୟରେ ନଗଦ ୩୦ କୋଟି ଟଙ୍କା ଜବତ ହେବା ଘଟଣା ଆଲୋଡ଼ନ ସୃଷ୍ଟି କରିଥିଲା।
ମିଳିଥିବା ସୂଚନା ଅନୁସାରେ, ଡିଏନ୍ ଗ୍ରୁପ ବିରୋଧରେ ଆୟକର ଫାଙ୍କି ନେଇ ଅଭିଯୋଗ ଆସିଥିଲା। ବୁଧବାର ସକାଳୁ ୭ଟି ଟିମ୍ ଭୁବନେଶ୍ବର ନୂଆପଲ୍ଲୀସ୍ଥିତ ଅଫିସ, ଘର, କଟକ ସମେତ ୨୩ଟି ସ୍ଥାନରେ ଚଢ଼ଉ କରିଥିଲା।
ୟୁନିଟ୍-୪ରେ ଥିବା ପୋଷ୍ଟାଲ କଲୋନିରେ ରହୁଥିବା ଡିଏନ୍ ଗ୍ରୁପ୍ କର୍ମଚାରୀ ଚନ୍ଦ୍ରଶେଖର ପଣ୍ଡାଙ୍କର ଘର ଖଟ ତଳେ ତିନୋଟି ଟ୍ରଙ୍କ ଓ ଗୋଟିଏ ଆଟାଚିରେ ଥିବା ଟଙ୍କା ଜବତ କରାଯାଇଥିଲା। ସେଥିରୁ କେବଳ ୫ ଶହ ଟଙ୍କିଆ ବିଡ଼ା ମିଳିଥିଲା। ଏହା ପରେ କର୍ମଚାରୀ ଚନ୍ଦ୍ରଶେଖର ଓ ଡିଏନ୍ ଗ୍ରୁପ୍ ମାଲିକ ଜଗଦୀଶ ପ୍ରସାଦ ନାୟକଙ୍କୁ ଆୟକର ଅଧିକାରୀମାନେ ନଗଦ ଟଙ୍କା ସମ୍ପର୍କରେ ପଚରାଉଚରା କରିଛନ୍ତି। ଏତେ ଟଙ୍କା କେଉଁଠୁ ଆସିଲା? କେତେ ଟଙ୍କାର ଟିକସ ଫାଙ୍କିଛନ୍ତି? ସେ ନେଇ ଖୋଳତାଡ଼ ଚଳାଇଛି ତଦନ୍ତକାରୀ ଟିମ୍।
୨୦୦୩ ମସିହାରେ ଡିଏନ୍ ଗ୍ରୁପ୍ ଅଫ୍ କମ୍ପାନି ଆରମ୍ଭ ହୋଇଥିଲା। ବିଲ୍ଡର୍ସ ଓ କନଷ୍ଟ୍ରକସନ୍ ସଂସ୍ଥାରୁ ଆରମ୍ଭ ହୋଇଥିବା କମ୍ପାନିର ଏକାଧିକ ସଂସ୍ଥା ରହିଛି। ଏପରିକି ଏକ ଶିକ୍ଷାନୁଷ୍ଠାନ ମଧ୍ୟ ରହିଛି।
ସେହିପରି ତଦନ୍ତକାରୀ ଟିମ୍ ହାତରେ ୨୦ରୁ ଅଧିକ ବ୍ୟାଙ୍କ ଆକାଉଣ୍ଟ ଓ ଲକର୍ ଲାଗିଛି। ବ୍ୟାଙ୍କ ଆକାଉଣ୍ଟରେ କାରବାର ଓ ଲକର୍କୁ ଯାଞ୍ଚ କରାଯିବ। ଅନ୍ୟପକ୍ଷରେ ନଗଦ ପ୍ରାୟ ୩୦ କୋଟି ଟଙ୍କା ମିଳିଥିବାରୁ ଏ ସଂକ୍ରାନ୍ତରେ ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ)କୁ ଖୁବଶୀଘ୍ର ଚିଠି ଲେଖାଯିବ ବୋଲି ଜଣାପଡ଼ିଛି।
ତେଣେ ଦ୍ବିତୀୟ ଦିନରେ ଚଢ଼ଉ ବେଳେ ଜାଗମରାରୁ ସଂସ୍ଥାର ଜଣେ କର୍ମଚାରୀଙ୍କ ଘରୁ ଟଙ୍କା ଭର୍ତ୍ତି ଦୁଇଟି ଟ୍ରଲି ବ୍ୟାଗ୍ ଜବତ କରାଯାଇଛି। ସମ୍ପୃକ୍ତ କର୍ମଚାରୀଙ୍କୁ ନିଜ ହେପାଜତକୁ ନେଇ ପଚରାଉଚରା କରୁଛନ୍ତି ଆୟକର ଅଧିକାରୀ। ସେହିପରି ତ୍ରିଶୁଳିଆଠାରେ ଡିଏନ୍ ଗ୍ରୁପର ଟୁଇନ୍ ସିଟି ପ୍ରୋଜେକ୍ଟର ଏକ ଫ୍ଲାଟରୁ ମଧ୍ୟ ବିପୁଳ ଟଙ୍କା ମିଳିଛି।
ଗତକାଲି ଓ ଆଜି ଜବତ କରା ଯାଇଥିବା କୋଟି କୋଟି ଟଙ୍କାକୁ ୟୁନିଟ୍-୧ ସ୍ଥିତ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ମୁଖ୍ୟ ଶାଖାକୁ ନିଆଯାଇ ଆୟକର ଅଧିକାରୀ ଓ ଡିଏନ୍ ଗ୍ରୁପ୍ ଅଧିକାରୀଙ୍କ ଉପସ୍ଥିତିରେ ଗଣତି କରାଯାଉଛି।
ବିଳମ୍ବିତ ରାତି ପର‌୍ୟ୍ୟନ୍ତ ଏହି ଗଣତି ଓ ହିସାବ ଚାଲିଥିବା ସୂଚନା ମିଳିଛି। ଗତକାଲି ୩୦ କୋଟି ଟଙ୍କା ନଗଦ ଜବତ ହୋଇଥିବା କୁହାଯାଇଥିଲେ ହେଁ ଆୟକର ବିଭାଗର ଅଧିକାରୀମାନେ ଟଙ୍କାର ପରିମାଣ ସଂପର୍କରେ ମୁହଁ ଖୋଲୁନାହାନ୍ତି। ବ୍ୟାଙ୍କରେ ଗଣତି ସରିବା ପରେ ଏ ନେଇ ଠୋସ୍ ଭାବେ ଜଣାପଡ଼ିବ ବୋଲି ଗୋଟିଏ ସୂତ୍ରରୁ ସୂଚନା ମିଳିଛି।
ଆୟକର ବିଭାଗ ଠାରୁ ଇଡି ବିଧିବଦ୍ଧ ଭାବେ ସୂଚନା ପାଇବା ପରେ ତଦନ୍ତ କରିବ ବୋଲି ଜଣାପଡ଼ିଛି। ଆଜିର ଚଢ଼ଉ ସଂକ୍ରାନ୍ତରେ ଆୟକର ବିଭାଗ ପକ୍ଷରୁ କୌଣସି ସୂଚନା ମିଳିପାରି ନାହିଁ।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31