Indus Valley Times

ତୁଳସୀ ଦୁଇ ପତ୍ରରୁ ବାସେ…

 Breaking News

ତୁଳସୀ ଦୁଇ ପତ୍ରରୁ ବାସେ…

ତୁଳସୀ ଦୁଇ ପତ୍ରରୁ ବାସେ…
July 04
07:03 2023

ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ

✓ସସ୍ମିତା ଓଝା (ଗୁନୁମା) ଗୁଆଗଡିଆ, ବାସୁଦେବପୁର, ଭଦ୍ରକ
ଜନ୍ମ: ୧୧-୦୬-୨୦୧୨
ତିରୋଧାନ : ୦୪-୦୭-୨୦୨୧

ପ୍ରକୃତି ବଡ ବିଚିତ୍ର ଆଉ ବିଚିତ୍ର ଲାଗେ ତା’ର ସୃଷ୍ଟି। ପୁରାଣରେ ବର୍ଣ୍ଣିତ ଏକ ପଂକ୍ତି ମନେପଡେ, ମର୍ତ୍ତ୍ୟ ମଣ୍ଡଳେ ଦେହ ବହି ଦେବତା ହେଲେ ବି ମରଇ । ଅର୍ଥାତ୍, ସଂସାରରେ ଯିଏ ଜନ୍ମ ନିଏ, ସେ ଆଜି ନ ହେଲେ ବି ଆସନ୍ତା କାଲି ତାର ମୃତୁ ନିଶ୍ଚୟ । ପରନ୍ତୁ, ଜନ୍ମ ଓ ମୃତ୍ୟୁର ଲୁଚକାଳି ଖେଳ ଭିତରେ କାହିଁକି ଯେ ବଳି ପଡନ୍ତି କୋମଳମତି ଶିଶୁମାନେ ତାହା ସତରେ ଆଶ୍ଚର୍ଯ୍ୟ ଲାଗେ । ଯିଏ ଦୁନିଆଁ କଣ ଦେଖିନି ସଂସାର କଣ ଜାଣିନି ତଥାପି ଭଗବାନ୍ ସେମାନଙ୍କ ପ୍ରତି ଏତେ ନିଷ୍ଠୁର କାହିଁକି? ଫୁଲଟିଏ ଫୁଟିବା ଆଗରୁ ଝରିପଡିଲା । ବୟସ ମାତ୍ର ନଅ। ବାପା ମନ୍ମଥ ଓ ମା ଶୁଭଙ୍କର ଏକ ମାତ୍ର ଅଲିଅଳୀ ଝିଅ ସସ୍ମିତା ଓଝା ଡାକ ନାମ ଗୁନୂମା । ଛୋଟ ସିନା, କିନ୍ତୁ ଦୁଃଖୀର ଦୁଃଖକୁ ବୁଝିବାରେ ତାକୁ ବେଶି ସମୟ ଲଗେନି। ଦୁଃଖୀ ଲୋକଙ୍କର ଲୁହକୁ ନିଜେ ପୋଛି ବେଶ୍ ଆନନ୍ଦ ମିଳେ ବୋଲି କୁହେ ଗୁନୂମା । ଗୁନୁମା ଚିତ୍ର ଆଙ୍କିବାରେ ଜଣେ ସୁଦକ୍ଷ ବିନ୍ଧାଣି। ତାଙ୍କ ତୂଳୀରେ ଅନେକ ପଶୁପକ୍ଷୀ ଓ ମଣିଷ ଜୀବନ୍ତ ଲାଗନ୍ତି । ପରିବେଶକୁ ସଫା ସୁତୁରା ସହ, ପ୍ଲାଷ୍ଟିକ ବ୍ୟବହାରକୁ ବନ୍ଦ କରିବା ଓ ଏହାର କୁପ୍ରଭାବ ବିଷୟ ନେ଼ଇ ଚିତ୍ର ଆଙ୍କି ସ୍କୁଲରେ ପ୍ରିୟ ଛାତ୍ରୀର ଏକ ସ୍ଵନ୍ତ୍ରତ ପରିଚୟ ମିଳିଛି। ଗୁନୂମାଙ୍କର ଏପରି ଭଲପାଇବା ଦେଖି ଶିକ୍ଷକ ଶିକ୍ଷୟତ୍ରୀ, ସାଙ୍ଗ ସାଥୀ, ସାଇପଡିଶା ଓ ଗାଁ ଲୋକେ କହୁଥିଲେ, ସତେ ଯେମିତି ସ୍ୱର୍ଗରରୁ ପରିଟିଏ ଖସି ଆସିଛି । କିନ୍ତୁ କଣ ହେଲା କେଜାଣି, ହଠାତ୍ ଗୁନୁମାଙ୍କର ଦେହ ଖରାପ ହେଲା, ସଙ୍ଗେ ସଙ୍ଗେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଆରମ୍ଭ ହେଲା, ଜଣାପଡ଼ିଲା ଗୁନୁମା Aplastic Anemia (Bone marrow) ରେ ପୀଡ଼ିତ। ଆଉ ବେଶି ଦିନର ଅତିଥି ନୁହଁନ୍ତି। ତଥାପି ବାପା ମନ୍ମଥ ଓଝା ମନକୁ ବୁଝାଇ ଭଗବାନ୍ ଙ୍କ ଓପରେ ଭରସା ରଖି ଡାକ୍ତରଙ୍କୁ ସବୁ ପ୍ରକାର ସହଯୋଗ କରି ଚାଲିଲେ। ଚିକିତ୍ସିତ ସମୟରେ, ଗୁନୁମା ଡାକ୍ତରଙ୍କର ଅବିକଳ ଛବିକୁ ନିଜ ତୂଳୀ ମାଧ୍ୟମରେ ଆଙ୍କି ବେଶ୍ ଖୁସି ଅନୁଭବ କରେ। ଗୁନୁମାର ଏପରି ବ୍ୟବହାର ଓ ଭଲପାଇବା
ଡ଼ାକ୍ତରଙ୍କ ପ୍ରତି ଦେଖି, ଡାକ୍ତରମାନେ ବି ଗୁନୁମାଙ୍କୁ ବଞ୍ଚାଇବା ପାଇଁ ଅଣ୍ଟା ଭିଡ଼ିଲେ। କିନ୍ତୁ ଭଗବାନଙ୍କର ବୋଧେ ଶେଷ ଇଛା ସେଇୟା ହିଁ ଥିଲା, ଶେଷରେ ତାକୁ ନେଇଗଲେ। ବାପା ମାଆ ଦୁହିଁଙ୍କର କୋଳ ଶୂନ୍ୟ କରି ସିନା ସବୁଦିନ ପାଇଁ ଆରପାରିକୁ ଚାଲିଗଲା କିନ୍ତୁ ଏତେ ଛୋଟ ବୟସରେ ଗୁନୁମାର ପରିବେଶ ପ୍ରତି ଭଲ ପାଇବା, ଦୁଃଖୀ ଲୋକଙ୍କର ସାଥୀ ହେବା ଓ ଅବିକଳ ଚିତ୍ର ଆଙ୍କିବାର ସେ ଯେଉଁ ଛାପ ଛାଡି ଯାଇଛି, ଆଜି ତାର ଗାଁ ମାଟି, ସାଙ୍ଗ ସାଥୀ ଓ ଶିକ୍ଷକ ଶିକ୍ଷୟତ୍ରୀ ପାଇଁ ଏକ ସ୍ୱନ୍ତ୍ରତ ଉଦାରଣ ହୋଇ ରହି ଯାଇଛି। ବାପା ମନ୍ମଥ ଓଝାଙ୍କର ଶେଷ ଇଚ୍ଛା ଥିଲା ଝିଅର ଅଙ୍ଗ ଦାନ କରି ସେମାନଙ୍କ ଆଖିରେ ଦୁନିଆଁ ଦେଖିବେ । ଡାକ୍ତରଙ୍କୁ ଅନୁରୋଧ ବି କଲେ କିନ୍ତୁ ସେତେବଳେକୁ ବିଳମ୍ବ ହୋଇସାରିଥିଲା ଯାହା ଗୁନୁମାର ଶରୀରରୁ ଅଙ୍ଗ ବାହାର କରିବା ସମ୍ଭବ ନ ଥିଲା। ଆଜି ତାର ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଜଗତର ନାଥ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଏତିକି ପ୍ରାର୍ଥନା ଗୁନୁମାର ଆତ୍ମାର ସଦ୍ ଗତି ହେଉ।

A tribute to a budding talent who passed early

About Author

indadmin

indadmin

Related Articles

Archives

Calendar

December 2024
M T W T F S S
 1
2345678
9101112131415
16171819202122
23242526272829
3031