Indus Valley Times

ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଘରୋଇ ବସ୍ ବନ୍ଦ ଡାକରା ପ୍ରତ୍ୟାହୃତ

 Breaking News

ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଘରୋଇ ବସ୍ ବନ୍ଦ ଡାକରା ପ୍ରତ୍ୟାହୃତ

October 07
12:58 2024

ଭୁବନେଶ୍ୱର,୭/୧୦: ଆଉ ହେବନି ବସ୍ ଧର୍ମଘଟ। ସୋମବାର ସନ୍ଧ୍ୟାରୁ ହେବାକୁ ଥିବା ବସ ଧର୍ମଘଟ ପ୍ରତ୍ୟାହୃତ କରିନେଲେ ଘରୋଇ ବସ୍ ମାଲିକ ସଂଘ। ଦକ୍ଷିଣ ଓ ପଶ୍ଚିମାଞ୍ଚଳ ବସ ମାଲିକ ସଂଘ ନିଷ୍ପତ୍ତିରୁ ଓହରି ଯାଇଛନ୍ତି।
ପରିବହନ ମନ୍ତ୍ରୀଙ୍କ ସହ ବୈଠକ ପରେ ଧର୍ମଘଟରୁ ଓହରିଲା ସଂଘ। ଲକ୍ଷ୍ମୀ ବସ ଚଳାଚଳକୁ ବିରୋଧ କରି ଧର୍ମଘଟ ଡାକରା ଦିଆଯାଇଥିଲା। ବସ୍ ଧର୍ମଘଟ ପ୍ରତିହତ ପାଇଁ ଗୁରୁତ୍ୱପୂର୍ଣ୍ଣ ବୈଠକ ସୋମବାର ପରିବହନ ମନ୍ତ୍ରୀଙ୍କ ବାସଭବନରେ ବିସିଥିଲା। ମାନସ ମନ୍ଥନ ପରେ ଏହା ପ୍ରତ୍ୟହୃତ ହୋଇଛି।
ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ସାରା ରାଜ୍ୟ। ଏହି ସମୟରେ ଛୁଟି ରହୁଥିବାରୁ ଲୋକେ ଅଧିକ ବସ୍ ଯାତ୍ରା କରିଥାନ୍ତି। ହେଲେ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ସୋମବାର ସନ୍ଧ୍ୟାରୁ ୨୪ ଘଣ୍ଟିଆ ବସ୍ ବନ୍ଦ ଡାକରା ଦିଆଯାଇଥିଲା।
ଲକ୍ଷ୍ମୀ ବସ୍‌ର ଟାୟାର-୨ ସେବା ଅର୍ଥାତ୍ ବ୍ଲକ୍‌ରୁ ଜିଲା ମୁଖ୍ୟାଳୟ ପର୍ଯ୍ୟନ୍ତ ଚଳାଚଳକୁ ପ୍ରତିବାଦ କରି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ୧୪ ଜିଲାର ଘରୋଇ ବସ୍ ମାଲିକ ସଂଘ ଏଭଳି ନିଷ୍ପତ୍ତି ନେଇଥିଲେ।
ଏନେଇ ସରକାର ସୋମବାର ଆଲୋଚନା ପାଇଁ ଘରୋଇ ମାଲିକ ସଂଘ କର୍ମକର୍ତ୍ତାଙ୍କୁ ଡାକିଥିଲେ। ଆଲୋଚନା ବିଫଳ ହେଲେ ଯାତ୍ରୀଙ୍କୁ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଚିନ୍ତା ଥିଲା।
ଲକ୍ଷ୍ମୀ ବସ୍ ଚଳାଚଳକୁ ନେଇ ପଶ୍ଚିମାଞ୍ଚଳ ଓ ଦକ୍ଷିଣାଞ୍ଚଳ ବସ୍ ମାଲିକ ସଂଘ ପକ୍ଷରୁ ସୋମବାର ସା ୬ଟାରୁ ୨୪ ଘଣ୍ଟିଆ ବସ୍ ଚଳାଚଳ ବନ୍ଦ ରଖିବା ଲାଗି ଡାକରା ଦିଆଯାଇ ଥିବାବେଳେ ରାଜ୍ୟ ସରକାର ଏହାକୁ ଗୁରୁତ୍ୱର ସହ ନେଇଥିଲେ।
ଏ ସମ୍ପର୍କରେ ଆଲୋଚନା କରିବା ଲାଗି ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ଅଧ୍ୟକ୍ଷତାରେ ସୋମବାର ସକାଳୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବାକୁ ବସ୍ ମାଲିକ ସଂଘକୁ ଡକାଯାଇଥିଲା। ୧୪ ଜିଲାର ୨୫ ଘରୋଇ ବସ୍ ମାଲିକ ସଂଘ ୨୪ ଘଣ୍ଟିଆ ଧର୍ମଘଟ କରିବେ ବୋଲି ଘୋଷଣା କରିଥିଲେ।
ହେଲେ ମନ୍ତ୍ରୀଙ୍କ ତରଫରୁ ବୈଠକ ପରେ କଳାହାଣ୍ଡି ଘରୋଇ ବସ୍ ମାଲିକ ସଂଘ ସଭାପତି ପ୍ରବୋଧ କୁମାର ରଥ କହିଛନ୍ତି, ସୋମବାର ସକାଳ ୯ଟା ସମୟରେ ବ୍ରହ୍ମପୁରଠାରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀଙ୍କ ସହିତ ବୈଠକ ରହିଛି। ବୈଠକ ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ତେଣୁ ମନ୍ତ୍ରୀଙ୍କ ସହିତ ବୈଠକ ପରେ ଯାଇ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଏକପ୍ରକାର ଜଣାପଡ଼ିଥିଲା

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031