Indus Valley Times

ଦୁଇ ପରିବାରକୁ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ରାଶି ପ୍ରଧାନ

 Breaking News

ଦୁଇ ପରିବାରକୁ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ରାଶି ପ୍ରଧାନ

ଦୁଇ ପରିବାରକୁ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ରାଶି ପ୍ରଧାନ
March 06
18:39 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୬/୩ : ବୌଦ୍ଧ ବ୍ଲକ ବଘିଆପଡା ପଂଚାୟତ ବେରେଡାବାରି ଗ୍ରାମର ଗୀତାଞ୍ଜଳି ଖେତି ବାଙ୍କମୁଣ୍ଡି ସ୍ୱୟଂ ସହାୟକ ଗୋଷ୍ଠୀରେ ସାମିଲ ହୋଇଥିଲେ ।
ବଘିଆପଡ଼ା ଭାରତୀୟ ଷ୍ଟେଟ ବ୍ୟାଙ୍କର ବ୍ୟାଙ୍କ ମିତ୍ର ସସ୍ମିତା ପ୍ରଧାନଙ୍କ ଜରିଆରେ ଗୀତାଞ୍ଜଳି ଖେତି ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ଯୋଜନା ୪୩୬ ଟଙ୍କା ବାନ୍ଧି ଏକ ପଲିସୀ କରିଥିଲେ ।
ଏଥିରେ ଗୀତାଞ୍ଜଳି ଖେତିଙ୍କ ଅକାଳ ବିୟୋଗ ଘଟିଥିଲା । ଏଥିପାଇଁ ତାଙ୍କ ପରିବାରକୁ ଏହି ଯୋଜନାରେ ୨୦୦୦୦୦ ଟଙ୍କା ସହାୟତା ରାଶି ବ୍ୟାଙ୍କ ପକ୍ଷରୁ ପ୍ରଦାନ କରାଯାଇଛି ।
ଏହି ରାଶି ତାଙ୍କ ସ୍ୱାମୀ ଗୋପାଳ ଖେତିକୁ ବଘିଆପଡା, ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ପ୍ରଦାନ କରାଯାଇଛି । ବ୍ୟାଙ୍କ ପରିସରରେ ଶାଖା ପରିଚାଳକ ପ୍ରଦୀପ ମେହେର ତାଙ୍କୁ ଏହି ୨୦୦୦୦୦ ଟଙ୍କା ରାଶି ଚେକ ମାଧ୍ୟମରେ ପ୍ରଦାନ କରିଥିଲେ । ସେହିପରି ଅମଠାପଡା ଗ୍ରାମର ଭୂମିସୁତା ଷାଣ୍ଢ ଜୟ ଜଗନ୍ନାଥ ସ୍ୱୟଂ ସହାୟକ ଗୋଷ୍ଠୀରେ ସାମିଲ ହୋଇଥିଲେ ।
ଏହା ସହ ନିଜେ ପ୍ରଧାନ ମନ୍ତ୍ରୀ ଜୀବନ ଜ୍ୟୋତି ବୀମା କରିବା ସହ ସ୍ୱାମୀ ମହାଦେବ ଷାଣ୍ଢଙ୍କ ନାମରେ ମଧ୍ୟ୍ୟ ପ୍ରଧାନ ମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା କରିଥିଲେ କ୍ଷ ଏଥିରେ ସ୍ୱାମୀଙ୍କ ମୃତ୍ୟୁ ପାଇଁ ଭୂମିସୁତା ଷାଣ୍ଢକୁ ମଧ୍ୟ ୨ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି ।
ଏହି ରାଶି ପ୍ରଦାନ ସମୟରେ ଅନ୍ୟ ମାନଙ୍କ ମଧ୍ୟରେ ବଘିଆପଡା ବ୍ୟାଙ୍କର କାର‌୍ୟ୍ୟ ନିର୍ବାହୀ ଅଧିକାରୀ ଆଶିଷ ଖାଁ, କ୍ୟାସ ଅଫିସର ଅନିକେତ ମହାପାତ୍ର,ଏକାଉଣ୍ଟେଣ୍ଡ ପ୍ରଶାନ୍ତ କୁମାର ଦାସ, ବ୍ୟାଙ୍କ ମିତ୍ର ସସ୍ମିତା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930