Indus Valley Times

ଦୁଇ ଶହ ଉପଭୋକ୍ତାଙ୍କୁ ହଜିଲା ମୋବାଇଲ ବାଣ୍ଟିଲା ଜିଲ୍ଲା ପୁଲିସ , ସାଧାରଣଙ୍କ ଲୋକଙ୍କ ନିକଟତର ହେବାକୁ ପୁଲିସ ପ୍ରୟାସ ଜାରି ରହୁ: ବାଚସ୍ପତି

 Breaking News

ଦୁଇ ଶହ ଉପଭୋକ୍ତାଙ୍କୁ ହଜିଲା ମୋବାଇଲ ବାଣ୍ଟିଲା ଜିଲ୍ଲା ପୁଲିସ , ସାଧାରଣଙ୍କ ଲୋକଙ୍କ ନିକଟତର ହେବାକୁ ପୁଲିସ ପ୍ରୟାସ ଜାରି ରହୁ: ବାଚସ୍ପତି

August 10
11:02 2024

ବିଶ୍ୱ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୧୦/୮ : କିଏ ଦୁଇ ବର୍ଷ ହେଲା ହଜିଥିବା ମୋବାଇଲ ପାଇଁ ବାରମ୍ବାର ଥାନାକୁ ଦୌଡ଼ୁଥିଲା, ତ ଆଉ
କିଏ ଦାମିକିଆ ମୋବାଇଲ ଚୋରି ହୋଇଯାଇଥିବାରୁ ବହୁତ ମନସ୍ତାପରେ ଥିଲା। ମାତ୍ର
ଜିଲ୍ଲା ପୁଲିସ ଆରମ୍ଭ କରିଥିବା ‘ମିଶନ ମିସିଂ ମୋବାଇଲ’ରେ ଆଜି ଯେତେବେଳେ ସେମାନେ
ଅତିଥିମାନଙ୍କଠାରୁ ମୋବାଇଲ ପାଇଥିଲେ, ବହୁତ ଖୁସି ହୋଇଯାଇଥିଲେ। ସେମାନେ ଏଥିପାଇଁ
ସମସ୍ତେ ଏସପି ରାହୁଲ ଜୈନଙ୍କୁ ପ୍ରଶଂସା କରିଥିବା ବେଳେ ଜିଲ୍ଳା ପୁଲିସର ଏହି
ଉଦ୍ୟମ ଏମିତି ଜାରି ରହିବ ବୋଲି ଆଶା ରଖିଥିଲେ।
ଆଜି ସୃଜନରେ ଜିଲ୍ଲା ପୁଲିସ
ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବାଚସ୍ପତି
ତଥା ରଣପୁର ବିଧାୟକ ସୁରମା ପାଢ଼ୀ କହିଲେ ଯେ, ଜିଲ୍ଲା ପୁଲିସର ଏମିତି କାର୍ଯ୍ୟକ୍ରମ
ଯୋଗୁଁ ସାଧାରଣ ଲୋକ ପୁଲିସର ନିକଟତର ହୋଇପାରିବେ।
କେବଳ ହଜିଯାଇଥିବା ମୋବାଇଲ
ନୁ‌ହେଁ ଆଜି ଆରମ୍ଭ ହୋଇଥିବା ବରି‌ଷ୍ଠ ନାଗରିକ ସହାୟତା ଡେସ୍କ ଓ ଆଣ୍ଟି ରୢାଗିଂ
ମହିଳା ସ୍କ୍ବାଡ୍ ବେଶ୍ ଦରକାରୀ କାର୍ଯ୍ୟକ୍ରମ। ଅନେକ ସମ‌ୟରେ ବରିଷ୍ଠ
ନାଗରିକମାନଙ୍କୁ ଥାନାରୁ ତ୍ବରିତ ନ୍ୟାୟ ମିଳୁନଥିବା ‌ସେମାନଙ୍କର ପୁଲିସ ଉପରେ ଭରସା
ତୁଟିଯାଏ। ଏଣୁ ସାଧାରଣ ଲୋକ ଯେପରି ପୁଲିସର ଆହୁରି ନିକଟତର ହୋଇପାରିବେ, ସେ ନେଇ
ଏସପି ପଦକ୍ଷେପ ନେବା ପାଇଁ ପରାମର୍ଶ ଦେଇଥିଲେ।
ଅତିଥି ଭାବେ ଯୋଗ ଦେଇ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ ସ୍ବାଇଁ ନିଜ
ଅଭିଭାଷଣରେ ଜିଲ୍ଲାରେ ଆଇନଶୃଙ୍ଖଳା ପୂର୍ବ ଅପେକ୍ଷା ବହୁ ପରିମାଣରେ ସୁଧୁରିଥିବା
କହିଥିଲେ। ଏହାସହ କଣ୍ଟିଲୋରେ ପାଟ୍ରୋଲିଂ ପାଇଁ ନିଜ ଆଡ଼ୁ ଆଉ ଦୁଇଟି ବାଇକ୍
ଦେବାକୁ ପ୍ରତିଶ୍ରୁତି ଦେଇଥିଲେ।
ଜିଲ୍ଲା ପରିଷଦ ସଭାପତି ଦେବାଶୀଷ ପଟ୍ଟନାୟକ
ବରିଷ୍ଠ ନାଗରିକମାନଙ୍କ ପାଇଁ ପୁଲିସ ନେଇଥିବା ପଦ‌କ୍ଷେପକୁ ଯେତେ ପ୍ରଶଂସା କଲେ ବି
କମ୍ ହେବ ବୋଲି କହିଥିଲେ। ଚଳଚ୍ଚିତ୍ର ଅଭିନେତା ସବ୍ୟସାଚୀ ମିଶ୍ର କହିଲେ ଯେ,
ଜିଲ୍ଲା ପୁଲିସର ଏହି ଯୋଜନା ଯୋଗୁଁ ସାଧାରଣ ଲୋକଟିଏ ମୁହଁରେ ଆଜି ହସ
ଫେରିପାରିବ।
ମୋବାଇଲଟି ହଜୁ କିମ୍ବା ଚୋରି ହେଉ, ସମସ୍ତଙ୍କୁ ବେଶ୍ କଷ୍ଟ ହୁଏ।
ଅଧିକାଂଶ ଲୋକଙ୍କର ବହୁ ସ୍ମୃତି ଏହି ମୋବାଇଲରେ ରହିଥାଏ। ଏହାସହ ଏସପି ଶ୍ରୀ
ଜେନୖଙ୍କ ନେତୃତ୍ବରେ ବରିଷ୍ଠ ନାଗରିକ, ଛାତ୍ରଛାତ୍ରୀ ଓ ମହିଳାଙ୍କ ସୁରକ୍ଷା ପାଇଁ
ପୁଲିସ ନେଇଥିବା ପଦକ୍ଷେପ ପ୍ରଶଂସନୀୟ।
ଅଭିନେତା ପ୍ରେମ୍ ଆନନ୍ଦ, ଯୁବ କଣ୍ଠଶିଳ୍ପୀ
ସୌରଭ ଭରଦ୍ବାଜ୍ ପ୍ରମୁଖ ନିଜ ଅଭିଭାଷଣରେ ଆଜି ଆରମ୍ଭ ହୋଇଥିବା ଜିଲ୍ଲା ପୁଲିସର
୫ଟି ଯୋଜନାର ଫାଇଦା ନିଶ୍ଚିତ ଭାବେ ଲୋକ ପାଇପାରିବେ ବୋଲି କହିଥିଲେ। ଏହି
ଅବସରରେ ଦଶପଲ୍ଲା ପୁଲିସ ଥାନାରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଏହି
କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦର, ମୁଖ୍ୟ
ଉନ୍ନୟନ ଅଧିକାରୀ ଦେବଦତ୍ତ ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ ବଳ, ଅତିରିକ୍ତ
ଆରକ୍ଷୀ ଅଧୀକ୍ଷକ ସୁବାସ ପଣ୍ଡା ଓ ସନାତନ କାଲୋ ପ୍ରମୁଖ ଉପସ୍ଥିତ ଥିଲେ। ଏହାସହ
ଚୋରି ହୋଇଥିବା କିମ୍ବା ହଜି ଯାଇଥିବା ମୋବାଇଲ ଗୁଡ଼ିକର ସନ୍ଧାନ କରିବା ପାଇଁ
ଏସପିଙ୍କ ନିର୍ଦ୍ଦେଶରେ ଏହି ସ୍ବତନ୍ତ୍ର ଯୋଜନା ଆରମ୍ଭ କରାଯାଇଥିଲା।
ଏଥିରେ ଜିଲ୍ଲାର ସମସ୍ତ ଥାନାର ଅଧିକାରୀ ଓ କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି ଦେଶର
ବିଭିନ୍ନ ରାଜ୍ୟ ଗୁଜୁରାଟ, ତାମିଲନାଡ଼ୁ, କୋଲକାତା, ଆସାକମ ଓ ରାଜସ୍ଥାନରୁ ୨୦୦ରୁ
ଅଧିକ ମୋବାଇଲ ଜବତ କରିଥିଲେ।
ଏହି କାର୍ଯ୍ୟକ୍ରମ ବନ୍ଦ ହେବନି, ସେମିତି ଚାଲୁ ରହିଛି। ପ୍ରତ୍ୟେକ ମାସରେ ଜିଲ୍ଲା ପୁଲିସ କାର୍ଯ୍ୟଳୟରେ କାର୍ଯ୍ୟକ୍ରମ ଆୟୋଜନ କରି ଉପଭୋକ୍ତାମାନଙ୍କୁ ମୋବାଇଲ ଫେରାଇ ଦିଆଯିବ ବୋଲି ଏସପି ରାହୁଲ ଜୈନ କହିଛନ୍ତି।
ଯେଉଁ ପୁଲିସ ଅଧିକାରୀଙ୍କ ଉଦ୍ୟମରେ ଏହି କାର୍ଯ୍ୟକ୍ରମ ସଫଳ ହୋଇଛି, ଆଜି
ସମସ୍ତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହାସହ କିଛି ବରିଷ୍ଠ ନାଗିରିକମାନଙ୍କୁ
ମଧ୍ୟ ଆଜି ପରିଚୟପତ୍ର ପ୍ରଦାନ କରାଯାଇଥିଲା।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930