Legatus

ଦୁର୍ଘଟଣାରେ ବାପପୁଅ ମୃତ, ଖବର ପାଇ ହୃଦଘାତରେ ଚାଲିଗଲେ ଦାଦା

 Breaking News

ଦୁର୍ଘଟଣାରେ ବାପପୁଅ ମୃତ, ଖବର ପାଇ ହୃଦଘାତରେ ଚାଲିଗଲେ ଦାଦା

ଦୁର୍ଘଟଣାରେ ବାପପୁଅ ମୃତ, ଖବର ପାଇ ହୃଦଘାତରେ ଚାଲିଗଲେ ଦାଦା
February 23
12:01 2024

କେନ୍ଦୁଝର, ୨୩/୨ : କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ପିପିଳିଆ ଛକ ନିକଟରେ ଲୁହା ଛଡ଼ ବୋଝେଇ ଟ୍ରକ ଧକ୍କାରେ ଘଟଣାସ୍ଥଳରେ ବାପ ପୁଅ ମୃତ୍ୟୁବରଣ କରିଥିବା ବେଳେ ଖବର ପାଇ ଗାଁରେ ଦାଦା ହୃଦଘାତରେ ମୃତ୍ୟୁବରଣ କରିଛନ୍ତି।
ଆଜି ସକାଳ ୯ଟାରେ ବାରିଗାଁରୁ ବାପା କାଣ୍ଡେ ମୁଣ୍ଡା(୫୭) ଓ ପୁଅ ଲକ୍ଷ୍ମଣ ମୁଣ୍ଡା (୩୫) ଏକ ସ୍କୁଟି ଯୋଗେ ବାଙ୍କପାଟୁଳୀ ସାପ୍ତାହିକ ହାଟକୁ ଆସୁଥିବା ବେଳେ ପିପିଳିଆ ଛକ ନିକଟରେ କେନ୍ଦୁଝର ପଟକୁ ଆସୁଥିବା ଏକ ରଡ଼ ବୋଝେଇ ଆଇଚର ଗାଡ଼ି ସ୍କୁଟିକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ବାପ ପୁଅ ଦୁଇ ଜଣ ମୃତ୍ୟୁବରଣ କରିଥିବା ବେଳେ ତାଙ୍କୁ ସଙ୍ଗେ ସଙ୍ଗେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଥିଲେ।
ଏହି ଖବର ଗାଁରେ ପହଞ୍ଚିବା ପରେ (ବାରି ଗାଁରେ) ପୁଅର ଦାଦା ସମରା ମୁଣ୍ଡା ହୃଦଘାତରେ ସେଇଠାରେ ଟଳି ପଡ଼ିଥିଲେ। ଘଟଣା ପରେ ଉତ୍ତ୍ୟକ୍ତ ଲୋକ କ୍ଷତିପୁରଣ ଦାବିରେ ଜାତୀୟ ରାଜପଥ-୨୦କୁ ଅବରୋଧ କରିଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31