Indus Valley Times

ନବରଙ୍ଗପୁର : ସୀମାନ୍ତ ସାହିତ୍ୟ ପତ୍ରିକା ଉନ୍ମୋଚିତ

 Breaking News

ନବରଙ୍ଗପୁର : ସୀମାନ୍ତ ସାହିତ୍ୟ ପତ୍ରିକା ଉନ୍ମୋଚିତ

October 31
21:22 2022

ପ୍ରୀତିଶ ଚନ୍ଦ୍ରଙ୍କ ରିପୋର୍ଟ
ନବରଙ୍ଗପୁର,୩୧/୧୦: ବହୁ ପ୍ରତୀକ୍ଷିତ ସୀମାନ୍ତ ସାହିତ୍ୟ ପତ୍ରିକାର ପୂଜା ସଂଖ୍ୟା ସ୍ଥାନୀୟ ତୃପ୍ତି ହୋଟେଲ ସମ୍ମିଳନୀ କକ୍ଷରେ ଏକ ଭବ୍ୟ ବାତାବରଣରେ ପାଠକାର୍ପଣ ହୋଇଯାଇଛି।ଏଥିରେ ନବରଙ୍ଗପୁର ଜିଲ୍ଲାପାଳ ଡ଼.କୋମଳ ଲୋଚନ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତ୍ରିକାର ଉନ୍ମୋଚନ ପୂର୍ବକ ଅଗ୍ରଣୀ ଅନୁଷ୍ଠାନ ସୀମାନ୍ତ ପରିବାର ଦ୍ଵାରା ନିରବଚ୍ଛିନ୍ନ ଭାବେ ଦୀର୍ଘ ବର୍ଷ ଧରି ପ୍ରକାଶ ପାଇ ରାଜ୍ୟ ସ୍ତରରେ ନାମ କରିଥିବାରୁ ଭୂୟସୀ ପ୍ରଶଂସା କରିଥିଲେ।
ସାହିତ୍ୟ ଯେପରି ଡିଜିଟାଲ ମାଧ୍ୟମରେ ତରୁଣ ଗୋଷ୍ଠୀଙ୍କ ମଧ୍ୟରେ ପ୍ରସାରିତ ହୋଇପାରିବ,ସେଥିଲାଗି ଉଦ୍ୟମ ଜାରି ରଖିବାକୁ ପରାମର୍ଶ ଦେଇଥିଲେ।
ଅନ୍ୟତମ ସ୍ୱତନ୍ତ୍ର ସମ୍ମାନିତ ଅତିଥି ରୂପେ ଜିଲ୍ଲାପାଳଙ୍କ ସହଧର୍ମିଣୀ ଶ୍ରୀମତି ବବିତା ସୋର ସୀମାନ୍ତର ଅନ୍ତହୀନ ଯାତ୍ରା ଲାଗି ପ୍ରେରଣା ଦେଇଥିଲେ।ସମ୍ମାନିତ ଅତିଥି ସମାଜସେବୀ ଜଗନ୍ନାଥ ମହାପାତ୍ର ସୀମାନ୍ତ ପରିବାର ସହ ସଦା ସର୍ବଦା ରହି ସହଯୋଗ କରିବାର ପ୍ରତିଶ୍ରୁତି ଇଥିଲେ।ପୂର୍ବତନ ସାହିତ୍ୟ ଏକାଡେମୀ ସଭ୍ୟ ବୁଲୁ ହୋତା ସୀମାନ୍ତର ଅତୀତ,ବର୍ତ୍ତମାନ ଓ ଭବିଷ୍ୟତ ଉପରେ ଆଲୋକପାତ କରିଥିଲେ।ସୀମାନ୍ତର ସମ୍ପାଦକ ଅଶୋକ ପଟନାୟକ ଏ ଅଞ୍ଚଳର ପ୍ରତିଭା ଯେପରି ରାଜ୍ୟ ଏବଂ ଜାତୀୟ ସ୍ତରରେ ପ୍ରତିଭାତ ହେବେ,ସେ ଦିଗରେ ପଦକ୍ଷେପ ନେବା ଉପରେ ଗୁରୁତ୍ୱ ଆରୋପ କରିଥିଲେ।
ପୂର୍ବତନ ସାହିତ୍ୟ ଏକାଡେମୀ ସଭ୍ୟା ଶ୍ରୀମତି ଜେମାମଣି ବିଷୋୟୀ ନବରଙ୍ଗପୁର ମାଟିର ସାହିତ୍ୟ ପ୍ରତିଭା ମାନଙ୍କର କୃତିତ୍ୱ ଉପରେ ଆଲୋଚନା କରିଥିଲେ। କାର‌୍ୟ୍ୟକ୍ରମର ପ୍ରାରମ୍ଭରେ ପ୍ରଭାକର ପାତ୍ର ସ୍ୱାଗତ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ।ଆକାଶବାଣୀ କଣ୍ଠଶିଳ୍ପୀ ସୁରେଶ ମିଶ୍ର ସୀମାନ୍ତ ଉପରେ ସ୍ୱରଚିତ ଗୀତ ଗାଇ ସମସ୍ତଙ୍କ ମନ ମୋହିଥିଲେ।
ସୀମାନ୍ତ ପରିବାରର ଅନ୍ୟତମ ସଭ୍ୟା ଡ଼.ସଂଯୁକ୍ତା ପଣ୍ଡା ତାଙ୍କ ବକ୍ତବ୍ୟରେ ଅତିଥି ମାନଙ୍କର ସୀମାନ୍ତ ପରିବାର ପ୍ରତି ରହିଥିବା ଭଲ ପାଇବାର ଉଷ୍ମତାରେ ବିହ୍ଵଳ ଭାବ ପ୍ରକାଶ କରିଥିଲେ।ଇତି ମଧ୍ୟରେ କବି କନକଲତା ମହାଙ୍କୁଡ଼ ଏବଂ ସତ୍ୟ ନାରାୟଣ ନାୟକ ସ୍ୱରଚିତ କବିତା ଆବୃତ୍ତି କରିଥିଲେ।କାର‌୍ୟ୍ୟକ୍ରମକୁ ଦୁର୍ଗା ପ୍ରସାଦ ପାଢୀ ସଂଯୋଜନା କରିଥିବା ବେଳେ ଜି.ଭେଙ୍କେଟ ରେଡ୍ଡୀ କୃତଜ୍ଞତା ଅର୍ପଣ କରିଥିଲେ।
ଏହି କାର୍ଯକ୍ରମରେ ବରିଷ୍ଠ ବିଶିଷ୍ଟ ବ୍ୟକ୍ତି ଗୋପବନ୍ଧୁ ବିଷୋୟୀ,ବିଜୟ କୁମାର ଚୌଧୁରୀ,ଜଗଦୀଶ ତ୍ରିପାଠୀ,ପ୍ରେମଚାନ୍ଦ ପଟନାୟକ,ପର୍ଶୁରାମ ସାହୁ,ନିରଞ୍ଜନ ମିଶ୍ରଙ୍କ ସମେତ ନିହାରିକା ମଲ୍ଲିକ,ସି.ଏଚ.ଉଷାରାଣୀ,ମନୋଜ ପଟ୍ଟନାୟକ,ପି.ରବିକାନ୍ତ ରଘୁରାମ,ଅଖିଳ କୁମାର ଭଟ, ବେଣୁ ଗୋପାଳ ରାଓ,ରାମଚନ୍ଦ୍ର,ଦିଲ୍ଲୀପ କୁମାର ଦାଶ ପ୍ରମୁଖ ଉପସ୍ଥିତ ରହିଥିଲେ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031