Indus Valley Times

ନାବାଳକଙ୍କ ପାଦ ତଳେ ତୁଳସୀ ଲାଗି ଘଟଣା; ମାମଲା ରୁଜୁ କଲା ଶିଶୁ ଆୟୋଗ

 Breaking News

ନାବାଳକଙ୍କ ପାଦ ତଳେ ତୁଳସୀ ଲାଗି ଘଟଣା; ମାମଲା ରୁଜୁ କଲା ଶିଶୁ ଆୟୋଗ

November 17
14:51 2024

ଭୁବନେଶ୍ୱର, ୧୭/୧୧ : ନାବାଳକଙ୍କୁ କଳକୀ ଅବତାର କହି ପାଦ ତଳେ ତୁଳସୀ ଓ ଫୁଲମାଳ ଲାଗି ପୂଜା କରାଗଲା। ପ୍ୟାଣ୍ଟସାର୍ଟ ପିନ୍ଧି ଚୌକିରେ ବସିଥିବା ଜଣେ ନାବାଳକଙ୍କୁ ଏପରି ପୂଜାର୍ଚ୍ଚନା କରାଯିବାର ଭିଡିଓ ସଂପ୍ରତି ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବାରେ ଲାଗିଛି । ଏହାକୁ ନେଇ ବିଭିନ୍ନ ସଙ୍ଗଠନ ତୀବ୍ର ବିରୋଧ କରିଛନ୍ତି। ଏହି ଘଟଣାରେ ନିଜ ଆଡୁ ହସ୍ତକ୍ଷେପ କରି ମାମଲା ରୁଜୁ କରିଛି ଶିଶୁ ଆୟୋଗ।
ଏହାସହ ଘଟଣା ସମ୍ପର୍କରେ ଭରତପୁର ଥାନାକୁ ରିପୋର୍ଟ ତଲବ କରିଛି ଶିଶୁ ଆୟୋଗ। ୧୫ ଦିନ ମଧ୍ୟରେ ରିପୋର୍ଟ ଦାଖଲ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଘଟଣାର ତଦନ୍ତ କରିବା ପାଇଁ ଉଡଉକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ସୂଚନାଯୋଗ୍ୟ, ଫଟୋରେ ପୂଜା କରାଯାଉଥିବା ପିଲାଟି ଭାଷ୍ୟକାର କାଶୀନାଥ ମିଶ୍ରଙ୍କ ପୁଅ ।
ଭୁବନେଶ୍ୱରସ୍ଥିତ ଖଣ୍ଡଗିରି ଅଞ୍ଚଳରେ ରହୁଥିବା କାଶୀନାଥ ମିଶ୍ର ନିଜ ପୁଅକୁ ଭଗବାନ ଅନନ୍ତ ମାଧବ ବୋଲି ଆଖ୍ୟା ଦେଇଛନ୍ତି। ଏଥିସହ ତାଙ୍କ ବେକରେ ଫୁଲ ମାଳ ଓ ପାଦରେ ତୁଳସୀ ଦିଆଯାଇ ପୂଜାର୍ଚ୍ଚନା କରୁଥିବାର ଏକାଧିକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହା କେବେକାର ଫଟୋ ଜଣାପଡ଼ିନି।
ରାଜ୍ୟ ସମାଜସେବୀ ମହାସଂଘ ସଦସ୍ୟ ସାଗର ସୁନ୍ଦର ଦାସ କହିଛନ୍ତି, କାଶୀନାଥ ମିଶ୍ର ନିଜକୁ ଭାଷ୍ୟକାର ଭାବେ ପରିଚୟ ଦିଅନ୍ତି। ସେ ନିଜ ପୁଅକୁ ଅନନ୍ତ ମାଧବ ଓ କଳିକି ଅବତାର ବୋଲି ସମସ୍ତଙ୍କ ଆଗରେ ପ୍ରତିପାଦିତ କରି ଆସୁଛନ୍ତି।
ତାଙ୍କ ପୁଅର ଗୋଡ଼ ତଳେ ମା’ ତୁଳସୀ ଓ ଭାଗବତ ଟୁଙ୍ଗୀ ରଖାଯାଉଛୁ। ମହାପ୍ରଭୁ ଜଗନ୍ନାଥଙ୍କ ମସ୍ତକରେ ତୁଳସୀ ଶୋଭାପାନ୍ତି। ତାଙ୍କୁ ଗୋଡ଼ ତଳେ ରଖାଯାଉଛି। ଏହା ବିରୋଧରେ ତଦନ୍ତ କରାଯିବା ଦରକାର।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031