Indus Valley Times

ନିଳାଦ୍ରୀ ବିଜେ ଶେଷ: ରସଗୋଲାରେ ଲକ୍ଷ୍ମୀଙ୍କ ମାନଭଞ୍ଜନ କଲେ କାଳିଆ ସାଆନ୍ତ

 Breaking News

ନିଳାଦ୍ରୀ ବିଜେ ଶେଷ: ରସଗୋଲାରେ ଲକ୍ଷ୍ମୀଙ୍କ ମାନଭଞ୍ଜନ କଲେ କାଳିଆ ସାଆନ୍ତ

ନିଳାଦ୍ରୀ ବିଜେ ଶେଷ: ରସଗୋଲାରେ ଲକ୍ଷ୍ମୀଙ୍କ ମାନଭଞ୍ଜନ କଲେ କାଳିଆ ସାଆନ୍ତ
July 08
21:40 2025

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୮/୭: ସରିଲା ଘୋଷଯାତ୍ରା। ୧୨ ଦିନର ଲୀଳାଖେଳ ଶେଷ ପରେ ନୀଳାଦ୍ରି ବିଜେ କରିଛନ୍ତି ନୀଳାଦ୍ରିନାଥ । ରଥରେ ବଡ ଭାଇ ଭଉଣୀକୁ ନେଲେ ଅଥଚ ତାଙ୍କ ସହ ଧର୍ମଣୀ ମହାଲକ୍ଷ୍ମୀଙ୍କୁ ନନେଇ ଜନ୍ମବେଦୀକୁ ଚାଲିଗଲେ ମହାପ୍ରଭୁ।
ତେଣୁ ରୋଷ କରିଥିଲେ ମହାଲକ୍ଷ୍ମୀ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପତ୍ନୀ ମହାଲକ୍ଷ୍ମୀଙ୍କର ରୋଷକୁ ପ୍ରଶମିତ କରିବା ପାଇଁ ରସଗୋଲା ଦେଇ ମହାଲକ୍ଷ୍ମୀଙ୍କର ମାନଭଞ୍ଜନ କରି ରତ୍ନବେଦୀକୁ ବିରାଜମାନ କରିଥିଲେ।
ଏଣୁ ଏହାକୁ କୁହାଯାଏ ନୀଳାଦ୍ରିବିଜେ। ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଶ୍ରୀ ଜଗନ୍ନାଥ ମହାପ୍ରଭୁ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଶ୍ରୀଜଗନ୍ନାଥଙ୍କ ନିଳାଦ୍ରୀ ବିଜେ ଉତ୍ସବ ଶହଶହ ଭକ୍ତଙ୍କ ହରିବୋଲ ହୁଳହୁଳି ଶବ୍ଦ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି।
କାଳିଆ ଠାକୁରଙ୍କୁ ରଥରୁ ଓହ୍ଲାଇ ପହଣ୍ଡି କରି ମନ୍ଦିରକୁ ଅଣାଯାଇଥିବା ବେଳେ ଅଭିମାନ କରି ମହାଲକ୍ଷ୍ମୀ କବାଟ ପକାଇଦେଇଥିଲେ। ମାତ୍ର ଜଗନ୍ନାଥ ରସଗୋଲା ଦେଇ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିଥିଲେ।
ଏହି ସମୟରେ ପରମ୍ପରା ଅନୁସାରେ ହୋଇଥିବା ବଚନିକା ପାଠ ଓ ଲକ୍ଷ୍ମୀ ଓ ଜଗନ୍ନାଥଙ୍କ ଭେଟ ଦେଖିବା ସହ ଆର୍ଶୀବାଦ ଭିକ୍ଷାଲାଗି ବହୁ ଭକ୍ତଙ୍କ ଭିଡ ଜମିଥିଲା।
ଏହି ରସଗୋଲା ନିଳାଦ୍ରି ବିଜେ ଦିନ ଶ୍ରୀଜଗନ୍ନାଥଙ୍କ ପାଖରେ ଭୋଗ ଲାଗି ଥାଏ । ଭୋଗ ଲାଗିସାରିଥିବା ସେହି ରସଗୋଲାକୁ ଭକ୍ତମାନଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା। ଆଇନ ଶୃଙ୍ଖଳା ପରିସ୍ଥିତି କୁ ଦୃଷ୍ଟି ରେ ରଖି ଉପଖଣ୍ଡ ଆରକ୍ଷୀ ଅଧିକାରୀ ରାମେନ୍ଦ୍ର ପ୍ରସାଦ ଙ୍କ ନିର୍ଦେଶ କ୍ରମେ ଥାନା ଅଧିକାରୀ ସମ୍ବିତ କୁମାର ସ୍ୱାଇଁ ଙ୍କ ନେତୃତ୍ୱ ରେ ସମଗ୍ର ମନ୍ଦିର ଅଞ୍ଚଳରେ କଡା କଡ଼ି ପାଟ୍ରୋଲିଂ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।
ଶ୍ରୀ ଜଗନ୍ନାଥ ମନ୍ଦିର ଟ୍ରଷ୍ଟର ଟି. ଶ୍ରୀନିବାସ ରାଓ, ମଧୁସୂଦନ ଦାସ, ଲୋକନାଥ ପାଢ଼ୀ ଙ୍କ ସମେତ ସମସ୍ତ ସଦସ୍ୟ ଏବଂ ଅଞ୍ଚଳର ପର୍ଶୁରାମ ବାହିନୀ, ବ୍ରାହ୍ମଣ ସମିତି, ବିଭିନ୍ନ ଯୁବକ ସଂଘ, ମହିଳା ସଂଘ, ସ୍ବେଛାସେବୀ ଅନୁଷ୍ଠାନ ର କର୍ମକର୍ତ୍ତା ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।
୭ ଦଫା ଦାବି ନେଇ ଡ୍ରାଇଭର ସଙ୍ଘର ଷ୍ଟିୟରିଂ ଛାଡ଼ ଆନ୍ଦୋଳନ: ଯାତ୍ରୀବାହୀ ବସ ଚଳାଚକ ସମ୍ପୂର୍ଣ୍ଣ ବନ୍ଦ

ବାଲିଗୁଡ଼ା, ୮/୭ : ସରକାର ଶୁଣିଲେନି। ସମୟ ସୀମା ପାର ହେଲା । ଓଡ଼ିଶାର ଡ୍ରାଇଭର ମହାସଂଘ ପକ୍ଷରୁ ୭ ଦଫା ଦାବି ନେଇ ଷ୍ଟିଅରିଂ ଛାଡ଼ ଡାକରା ଦେଇ ରାଜରାସ୍ତା କୁ ଓଲ୍ହାଇଛନ୍ତି।
ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ବାଲିଗୁଡା ଶାଖାର ଡ୍ରାଇଭର ମାନେ ୭ ଦଫା ଦାଵୀ ନେଇ ସ୍ଥାନୀୟ ଗାନ୍ଧୀ ଛକ ନିକଟରେ ଏକତ୍ରିତ ହୋଇ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ କରୁଛନ୍ତି।
ଫଳରେ ବାଲିଗୁଡା ଠାରୁ କ. ନୂଆଗାଁ, ରାଇକିଆ, ଜି. ଉଦୟଗିରି, ଦାରିଙ୍ଗବାଡି, ତୁମୁଡିବନ୍ଧ, କୋଟଗଡ, ମୁନିଗୁଡା, ରାୟଗଡା, ଭବାନୀପାଟଣା, ଜୟପୁର, ନର୍ଲା, ଏମ. ରାମପୁର, ଟିଟିଲାଗଡ଼, ବଲାଙ୍ଗୀର, କଳିଙ୍ଗା, ଫୁଲବାଣୀ, ଭଞ୍ଜନଗର, ଆସିକା, ବ୍ରହ୍ମପୁର, ଭୁବନେଶ୍ୱର, କଟକ, ପୁରୀ, ଆଦି ଅଞ୍ଚଳକୁ ଯାତ୍ରୀବାହୀ ବସ ଚଳାଚକ ସମ୍ପୂର୍ଣ୍ଣ ବନ୍ଦ ରହିଥିବା ବେଳେ ଭାରୀଯାନ ଟ୍ରକ, ମିନି ଟ୍ରକ, ଜିପ, ଅଟୋ, ଆଦି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି।
ଯାହା ଫଳରେ ଯାତ୍ରୀ ଓ଼ ଜନସାଧାରଣ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେବା ସହ ଜୀବନ ଯାତ୍ରା ସମ୍ପୂର୍ଣ୍ଣ ବ୍ୟାହତ ହୋଇପଡିଛି ।
କିଛି ସରକାରୀ ବସ ଓ଼ ଅନ୍ୟାନ୍ୟ ଯାନବାହାନ ଜାତୀୟ ରାଜପଥ ଦେଇ ଯାଉଥିବା ଗାଡି ଗୁଡିକୁ ଅଟକାଇ ଷ୍ଟିଅରିଂ ଛାଡି ଆନ୍ଦୋଳନରେ ସାମିଲ ହେବାକୁ ସଙ୍ଘ ପକ୍ଷରୁ ନିବେଦନ କରାଯାଇଛି।
ଅନିର୍ଦ୍ଧିଷ୍ଟ କାଳ ପାଇଁ ଷ୍ଟିଅରିଂ ଛାଡ଼ ଡାକରା ଦେଇ ଆଜି ଡ୍ରାଇଭର ମାନେ ଏହି ଶାନ୍ତିପୂର୍ଣ୍ଣ ଧର୍ମଘଟ ଡାକରା ଦେଇଥିବା ବେଳେ ପ୍ରଥମ ଦିନରୁ ହିଁ ଲୋକମାନେ ହନ୍ତସନ୍ତ ହେଉଥିବା ନଜରକୁ ଆସିଛି ।
ଏବେ ବି ଦୂର ଦୁରାନ୍ତ ରୁ ଆସି ଯାତ୍ରୀମାନେ ବସଷ୍ଟାଣ୍ଡରେ ପଡି ରହିଛନ୍ତି ହେଲେ ଯିବାକୁ ଗାଡି ନାହିଁ ।
ଏଭଳି ପରିସ୍ଥିତିରେ ୭ ଦଫା ଦାବୀ କୁ ନେଇ ରାସ୍ତାକୁ ଓହ୍ଲାଇଥିବା ସଂଘ କିନ୍ତୁ ନିଜ ଜିଦରେ ଅଟଳ ରହିଛି । ।
ଯାତ୍ରୀଙ୍କ ସମସ୍ୟା ପାଇଁ ସରକାରଙ୍କୁ ଦାୟୀ କରିଛନ୍ତି ଡ୍ରାଇଭର ମହାସଂଘର ସଦସ୍ୟ । ଏବଂ ଆଗକୁ ଯଦି ସରକାର ଦାବି ଗୁଡିକ ନମାନନ୍ତି ତାହାଲେ ଆସନ୍ତାକାଲି ଠାରୁ ଚରମପନ୍ଥା ଆପଣେଇବା ପାଇଁ ମହାସଂଘ ଚେତାବନୀ ଦେଇଛି ।
ସଂଘ ର ଦାବୀ ଗୁଡିକ ମଧ୍ୟରେ ଓଡିଶା ମୋଟର ଟ୍ରାନ୍ସପୋର୍ଟ ଡ୍ରାଇଭର ଏବଂ ୱାର୍କର୍ ୱେଲଫେୟାର ବୋର୍ଡରେ ଅଟୋ ଡ୍ରାଇଭରକୁ ସାମିଲ କରିବା ସହ ଜନ ସାଧାରଣଙ୍କ ଆକ୍ରୋଶରେ ଶିକାର ହେଉଥିବା ଡ୍ରାଇଭର ସମାଜର ସୁରକ୍ଷା ପାଇଁ ଏକ ସ୍ବତନ୍ତ୍ର ଆଇନ ତିଆରି କରାଯିବା ଦାବିକୁ ଅନ୍ତର୍ଭୁକ୍ତ କରାଯାଇଛି ।
ସେହିପରି ବୃତ୍ତିଗତ ଡ୍ରାଇଭରଙ୍କୁ ୬୦ ବର୍ଷ ବୟସ ପରେ ସ୍ବତନ୍ତ୍ର ଭତ୍ତା ପ୍ରଦାନ, ପ୍ରତି ୧୦୦ କିଲୋମିଟର ଅନ୍ତରାଳରେ ଗାଡ଼ି ପାର୍କିଂ ଏବଂ ଡ୍ରାଇଭର ମାନଙ୍କ ବିଶ୍ରାମ ନେବାପାଇଁ ବିଶ୍ରାମଗାର ଏବଂ ଶୌଚାଳୟ ବ୍ୟବସ୍ଥା ଦାବି ସଂଘ ପକ୍ଷରୁ କରାଯାଇଛି।
ଓଡ଼ିଶାରେ ଥିବା ପ୍ରତ୍ୟେକ ଖଣି ଖାଦାନ ଏବଂ କାରଖାନା ଗୁଡ଼ିକରେ ଓଡ଼ିଶାର ଡ୍ରାଇଭରଙ୍କୁ ଶତକଡ଼ା ୭୦ ପ୍ରତିଶତ କାମ ଦେବା ଏବଂ ସେପ୍ଟେମ୍ବର ୧ ତାରିଖକୁ ଜାତୀୟ ଡ୍ରାଇଭର ଦିବସ ରୂପେ ଘୋଷଣା କରାଯାଉ ବୋଲି ସଂଘ ଦାବି କରିଛି।
ଏହି ଆନ୍ଦୋଳନରେ ବାଲିଗୁଡା ଡ୍ରାଇଭର ସଙ୍ଘର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ଆନ୍ଦୋଳନ ରେ ସାମିଲ ହୋଇଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031