Indus Valley Times

ଆଦର୍ଶ ଥାନା ପୁଲିସ ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି ବୈଠକ, ଶୃଙ୍ଖଳିତ, ନିଶାମୁକ୍ତ ପୂଜାକୁ ଗୁରୁତ୍ୱ

 Breaking News

ଆଦର୍ଶ ଥାନା ପୁଲିସ ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି ବୈଠକ, ଶୃଙ୍ଖଳିତ, ନିଶାମୁକ୍ତ ପୂଜାକୁ ଗୁରୁତ୍ୱ

August 23
21:32 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା, ୨୩/୮ : ଆଉ ଦିନ କେଇଟା ପରେ ଆରମ୍ଭ ହେବ ପାର୍ବଣ ଋତୁ । ସେଥିପାଇଁ ଗ୍ରାମ ଠାରୁ ସହର ଚଳଚଂଚଳ ହୋଇଉଠିଛି। ଖୋର୍ଦ୍ଧା ସହରର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଗଣେଶ ପୂଜା ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି।
ଏହି ପରିପ୍ରେକ୍ଷୀରେ ଚଳିତ ବର୍ଷ ଖୋର୍ଦ୍ଧା ଆଦର୍ଶ ଥାନା ପୁଲିସ ପକ୍ଷରୁ ସହରର ପୂଜା କମିଟି ସଦସ୍ୟ ମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଜୟୀ ରାଜଗୁରୁ ଟାଉନହଲ ନିକଟ ପୌରପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସଦର ଏସଡ଼ିପିଓ ନିହାର ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତା କରିଥିଲେ।
ଅନୁଷ୍ଠିତ ବୈଠକରେ ଗଣେଶ ପୂଜାକୁ ଶୃଙ୍ଖଳିତ ଓ ନିଶାମୁକ୍ତ କରିବା ନେଇ ଗୁରୁତ୍ବ ଦିଆଯାଇଛି। ଭସାଣି ଉତ୍ସବରେ ଡିଜେକୁ ପୂର୍ବ ପରି ବାରଣ କରାଯାଇଛି। କୌଣସି ପୂଜା ମଣ୍ଡପରେ ଯେପରି କୌଣସି ଅଘଟଣ ଅଥବା ଇଲେକ୍ଟ୍ରିଟ ସର୍ଟସର୍କିଟ ଜନିତ ତ୍ରୁଟି ପ୍ରତି ଗୁରୁତ୍ୱ ଦେବାକୁ କୁହାଯାଇଛି। ପୂଜା ଆଯୋଜନ ପୂର୍ବରୁ କର୍ମକର୍ତ୍ତା ମାନେ ଅନୁମତି ନେବେ ଏବଂ ଶୃଙ୍ଖଳିତ ଭାବେ ପୂଜା ଓ ଭସାଣ ରାତି ୧୦ଟା ମଧ୍ୟରେ ସାରିବାକୁ କୁହାଯାଇଛି। ଚଳିତ ବର୍ଷ ସମସ୍ତ ଜନସାଧାରଣ ଓ ପୂଜା ମଣ୍ଡପର ସଦସ୍ୟ ମାନଙ୍କ ସହଯୋଗ କାମନା କରିଛି ଆଦର୍ଶ ଥାନା ପୁଲିସ। ବୈଠକରେ ୭୫ରୁ ଉର୍ଦ୍ଧ୍ବ ପୂଜା କମିଟିର ସଦସ୍ୟ, ଆଦର୍ଶ ଥାନା ଅଧିକାରୀ ସଞ୍ଜୟ ନାୟକ, ଏସ୍‌‌ଆଇ ବସନ୍ତ ପଟ୍ଟନାୟକ, ସ୍ବାଗତିକା ଦାସ, ସସ୍ମିତା ବେହେରା, ଦିନେଶ ପିଙ୍ଗୁଆ, ଏଏସ୍‌ଆ ଗଙ୍ଗାଧର ହମ୍ବ୍ରମ ପ୍ରମୁଖ ଉପସ୍ଥିତ ଥିଲେ।
ପରକ୍ରିୟା ପ୍ରୀତିକୁ ନେଇ ଯୁବକଙ୍କୁ ଆକ୍ରମଣ
ଖୋର୍ଦ୍ଧା ,୨୩/୮ : ଜଟଣୀ, ତିନି ଦିନ ପରେ ଓଡ଼ିଶା ପ୍ରସିଦ୍ଧ ଜଟଣୀ ଗଣେଶ ପୂଜା। ପୂଜା କୁ ନେଇ ଚଳଚଂଚଳ ଜଟଣୀ ସହର । ଦୁଇ ଦିନ ତଳେ କମିଶନରେଟ ପୁଲିସ ପକ୍ଷରୁ ଗଣେଶ ପୂଜାକୁ ନେଇ ସହରର ବିଭିନ୍ନ ପୂଜା ମଣ୍ଡପର ସଦସ୍ୟ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ପୂଜା ଶାନ୍ତିଶୃଙ୍ଖଳାର ସହ ହେବାକୁ ନେଇ ସମସ୍ତ ପୂଜା ମଣ୍ଡପର ସଦସ୍ୟଙ୍କ ସହିତ ଜଟଣୀ ବାସୀଙ୍କର ସହଯୋଗ ଲୋଡିଥିଲା।
ଠିକ ଦୁଇ ଦିନ ପରେ ଆଜି ଜଟଣୀ ଥାନା ନିକଟରେ ଥିବା ପୋଷ୍ଟ ଅଫିସ ଛକରେ ଦିନ ଦ୍ଵିପ୍ରହରେ ବିଚ ରାସ୍ତାରେ ସ୍ତ୍ରୀ ର ପ୍ରେମିକକୁ ଗୋଡେଇ ଗୋଡେଇ ହାଣିଲା ସ୍ୱାମୀ ।
ପରକ୍ରିୟା ପ୍ରୀତିର କରୁଣ ପରିଣତି । ଗୁରୁତର ଯୁବକ ଭୁବନେଶ୍ୱର ଏମ୍ସ ରେ ଭର୍ତ୍ତି ହୋଇଛନ୍ତି। ପୂର୍ବ ଶତ୍ରୁତା ଓ ପରକ୍ରିୟା ପ୍ରୀତିକୁ କେନ୍ଦ୍ର କରି ଆକ୍ରମଣ ହୋଇଥିବା ସୂଚନା ମିଳିଛି। ଗୁରୁତର ଯୁବକ ଜଟଣୀ ବାଛରା ଅଞ୍ଚଳର ଚନ୍ଦନ ନାୟକ। ଚନ୍ଦନଙ୍କ ବେକ ଓ ପିଠିରେ ଗଭୀର ଆଘାତ ଲାଗିଛି।
ଚନ୍ଦନକୁ ପ୍ରଥମେ ଜଟଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ଏମ୍ସ ସ୍ଥାନାନ୍ତର କରାଯାଇଛି। ତାଙ୍କ ଅବସ୍ଥା ସଂକଟାପୂର୍ଣ୍ଣ ରହିଛି।
ଏହି ଘଟଣାରେ ଅଭିଯୁକ୍ତ ସୁଶାନ୍ତ ନାୟକକୁ ପୁଲିସ ଗିରଫ କରିବା ସହ ଅପରାଧରେ ବ୍ୟବହୃତ ଅସ୍ତ୍ର କୁ ଜବତ କରିଛି। ଅଭିଯୁକ୍ତ ଯୁବକ ଗଂଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ନୂଆଁଗା ରଙ୍ଗମାଟିଆର ବୋଲି ସୂଚନା ମିଳିଛି। ପୁଲିସ ଏହି ଘଟଣାର ତଦନ୍ତ କରୁଛି।
ଦିନ ୧୧ ଟା ବେଳେ ଜନଗହଳି ପୂର୍ଣ୍ଣ ପୋଷ୍ଟ ଅଫିସ ଛକ ,ଯେଉଁଠି ଦୁଇ ଦୁଇଟି ଜାତୀୟ ବ୍ୟାଙ୍କ ରହିଛି, ଅନେକ କାର୍ଯ୍ୟାଳୟ ରହିଛି ସେହି ସ୍ଥାନରେ ଯୁବକକୁ ଚାପଡ଼ ମାଧ୍ୟମରେ ଗୋଡେଇ ଗୋଡେଇ ଆକ୍ରମଣକୁ ନେଇ ସହରବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031