Indus Valley Times

ନୂଆଁଖାଇ ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି, ମା’ ସମଲେଇଙ୍କ ମନ୍ଦିରକୁ ଆସିଲା ନୂଆ ଧାନ

 Breaking News

ନୂଆଁଖାଇ ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି, ମା’ ସମଲେଇଙ୍କ ମନ୍ଦିରକୁ ଆସିଲା ନୂଆ ଧାନ

ନୂଆଁଖାଇ ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି, ମା’ ସମଲେଇଙ୍କ ମନ୍ଦିରକୁ ଆସିଲା ନୂଆ ଧାନ
August 24
19:58 2025

ସମ୍ବଲପୁର, ୨୪/୮: ପଶ୍ଚିମ ଓଡିଶାର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀ ମନ୍ଦିରକୁ ଆସିଲା ନୂଆଁଧାନ । ଚଳିତ ଅଗଷ୍ଟ ମାସ ୨୮ ତାରିଖରେ ନୁଆଁଖାଇ ପର୍ବ ପାଳନ ପାଇଁ ଲଗ୍ନ ଧାର୍ଯ୍ୟ ହୋଇଥିବା ବେଳେ ଇଷ୍ଟ ଦେବୀ ମାଁ ସମଲେଶ୍ବୀରଙ୍କ ଠାରେ ଦିନ ୧୦ ଟା ୩୩ ମିନିଟ ରୁ ୧୦ ଟା ୫୫ ମିନିଟ ମଧ୍ୟରେ ନବାନ୍ନ ଲାଗି ହେବ ।
ନୁଆଁଖାଇ ରେ ସବୁ ନୁଆଁ ହେବ ସହ ମାଁଙ୍କ ଠାରେ ମଧ୍ୟ ନୁଆଁଧାନର ନବାନ୍ନ ଲାଗି ହୋଇଥାଏ । ମୁଖ୍ୟତଃ ମାଁଙ୍କ ନବାନ୍ନ ପାଇଁ ୬୦ ଦିନରେ ଅମଳ କରାଯାଇଥାଏ ସାରିଆ ଧାନ ।
ଏହି ଧାନକୁ କ୍ଷେତରେ ପୂଜାର୍ଚ୍ଚନା କରାଯାଇ କଟା ଯାଇଥାଏ କ୍ଷ ତାପରେ ମାଁ ସମଲେଶ୍ବରୀଙ୍କ ମନ୍ଦିର ମୁଖ୍ୟ ପୂଜକଙ୍କୁ ଅର୍ପଣ କରାଯାଇଥାଏ । ଯେଉଁଥିରେ ପୂଜକ ନୁଆଁଖାଇ ପାଇଁ ନବାନ୍ନ ପ୍ରସ୍ତୁତ କରିଥାନ୍ତି । ଏହି ପରମ୍ପରା ବହୁ ଦିନରୁ ଚାଲି ଆସୁଛି ।
ଏହି ସାରିଆ ଧାନ କୁ ବଲବସପୁର ର ଚାଷୀ ସୁବାସ ବେହେରା ନିଜେ ନିଜ ଖେତରେ ମାଁ ପାଇଁ ଅମଳ କରିଥାନ୍ତି । ଧାନ ଅମଳ ହେବା ପରେ ତାକୁ କାଟି ଚାଷୀ ସୁବାସ ବେହେରା ନିଜ ପରିବାର ସହିତ ମାଁ ସମଲେଶ୍ୱରୀ ମନ୍ଦିର କୁ ଆସି ମୁଖ୍ୟ ପୂଜକଙ୍କୁ ମାଁଙ୍କ ପାଇଁ ଅର୍ପଣ କରାଥାନ୍ତି । ବର୍ଷର ପ୍ରଥମ ଉତ୍ପାଦିତ ଧାନ ମାଁଙ୍କ ଠାରେ ନବାନ୍ନ ଲାଗି ହେଉଥିବାରୁ ଏଥିପାଇଁ ସେ ଏବଂ ତାଙ୍କ ପରିବାର ବେଶ ଖୁସି ଅନୁଭବ କରୁଥିବା ସେ ପ୍ରକାଶ କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031