Indus Valley Times

ନେପାଳର ଛାତ୍ରୀ କିଟ୍‌ରେ ମୃତ୍ୟୁ ମାମଲା: ଛାତ୍ରଛାତ୍ରୀଙ୍କୁ ପ୍ରତିଶ୍ରୁତି ଦେଲେ ମୁଖ୍ୟମନ୍ତ୍ରୀ

 Breaking News

ନେପାଳର ଛାତ୍ରୀ କିଟ୍‌ରେ ମୃତ୍ୟୁ ମାମଲା: ଛାତ୍ରଛାତ୍ରୀଙ୍କୁ ପ୍ରତିଶ୍ରୁତି ଦେଲେ ମୁଖ୍ୟମନ୍ତ୍ରୀ

ନେପାଳର ଛାତ୍ରୀ କିଟ୍‌ରେ ମୃତ୍ୟୁ ମାମଲା: ଛାତ୍ରଛାତ୍ରୀଙ୍କୁ ପ୍ରତିଶ୍ରୁତି ଦେଲେ ମୁଖ୍ୟମନ୍ତ୍ରୀ
February 19
16:40 2025

ଭୁବନେଶ୍ୱର, ୧୯/୨: କିଟ୍ ବିଶ୍ୱବିଦ୍ୟାଳୟର ଆତ୍ମହତ୍ୟା କରିଥିବା ନେପାଳୀ ଛାତ୍ରୀଙ୍କୁ ମିଳିବ ନ୍ୟାୟ । କିଟ୍ କଲେଜ ପରିସରରେ ଶାନ୍ତି ଫେରାଇ ଅଣାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ନେପାଳ ପରମର୍ଶଦାତା ଅଧିକାରୀ ସଞ୍ଜୀବ ଦାସ ଶର୍ମା ଏବଂ ନବୀନ ରାଜଙ୍କ ସହିତ ଆଲୋଚନା କରିବା ପରେ ଆଶ୍ୱାସନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏ ନେଇ ମୁଖ୍ୟମନ୍ତ୍ରୀ ତାଙ୍କ ସୋସିଆଲ୍ ମିଡ଼ିଆ ଆକାଉଣ୍ଟ ଏକ୍ସରେ ସୂଚନା ଦେଇଛନ୍ତି ।
କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଓ ପରେ ଛାତ୍ରଛାତ୍ରୀଙ୍କୁ ଅପ୍ରତ୍ୟାଶିତଭାବେ ହଷ୍ଟେଲରୁ ବହିଷ୍କାର କରିବା ମାମଲା ଏବେ ଧିରେ ଧିରେ ଘନେଇବାରେ ଲାଗିଛି । ନେପାଳ ସରକାର ମଧ୍ୟ ଏହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ।
ଏବେ ମାମଲାରେ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ନେପାଳ ପରାମର୍ଶଦାତା ସଞ୍ଜିବ ଦାସ ଶର୍ମା ଏବଂ ନବୀନ ରାଜ ଅଧିକାରୀଙ୍କ ସହ କଥା ହୋଇଛନ୍ତି ।
ମୃତ ଛାତ୍ରୀ ପ୍ରକୃତିଙ୍କ ମାମଲାରେ ନ୍ୟାୟ ପ୍ରଦାନ କରାଯିବ ବୋଲି ଆଶ୍ୱାସନା ଦେଇଛନ୍ତି । ସେ ଏହା ମଧ୍ୟ ଆଶ୍ୱାସନା ଦେଇଛନ୍ତି ଯେ କିଟ୍ କ୍ୟାମ୍ପସରେ ଶାନ୍ତି ଏବଂ ସ୍ୱାଭାବିକତା ଫେରାଇ ଅଣାଯିବ। ନେପାଳୀ ଛାତ୍ରମାନଙ୍କୁ କ୍ୟାମ୍ପସକୁ ଫେରି ସେମାନଙ୍କ ପାଠପଢ଼ା ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି।
କିଟ୍ କ୍ୟାମ୍ପସରେ ସ୍ୱାଭାବିକତା ଫେରାଇ ଆଣିବାକୁ ନିଶ୍ଚିତ କରିବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏବଂ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର‌୍ୟ୍ୟବଂଶୀ ସୂରଜଙ୍କ ସମେତ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ସହିତ ନେପାଳର ଅଧିକାରୀମାନଙ୍କ ମଧ୍ୟରେ ରାଜ୍ୟ ଅତିଥି ଭବନରେ ଏକ ବିସ୍ତୃତ ଆଲୋଚନା ହୋଇଛି । ଏହା ବ୍ୟତୀତ, ନେପାଳର ବୈଦେଶିକ ମନ୍ତ୍ରୀ ଡକ୍ଟର ଆରଜୁ ରାଣା ଦେଉବା ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ସହିତ ଫୋନ ଜରିଆରେ ଏ ନେଇ ସବିଶେଷ ଆଲୋଚନା ମଧ୍ୟ କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031