Indus Valley Times

ପରିବେଶ ସୁରକ୍ଷା ହେଉଛି ଆମ ସମସ୍ତଙ୍କ ଦାୟିତ୍ୱ

 Breaking News

ପରିବେଶ ସୁରକ୍ଷା ହେଉଛି ଆମ ସମସ୍ତଙ୍କ ଦାୟିତ୍ୱ

ପରିବେଶ ସୁରକ୍ଷା ହେଉଛି ଆମ ସମସ୍ତଙ୍କ ଦାୟିତ୍ୱ
June 02
10:46 2026


ମମତା ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୨/୬ : ପରିବେଶ ହେଉଛି ଆମ ଜୀବନର ଆଧାର। ସୁସ୍ଥ ଓ ସୁନ୍ଦର ପରିବେଶ ବିନା ମଣିଷ, ପଶୁପକ୍ଷୀ ଏବଂ ପ୍ରକୃତିର ଅସ୍ତିତ୍ୱ କଳ୍ପନା କରିବା ଅସମ୍ଭବ।
ଆଜି ବିଶ୍ୱ ଜଳବାୟୁ ପରିବର୍ତ୍ତନ, ପ୍ରଦୂଷଣ ଏବଂ ବନ ଧ୍ୱଂସ ଭଳି ଗୁରୁତର ସମସ୍ୟାର ସମ୍ମୁଖୀନ ହେଉଛି। ଏହି ପରିସ୍ଥିତିରେ ପରିବେଶ ସୁରକ୍ଷା ପାଇଁ ସଚେତନତା ଏବଂ ସାମୂହିକ ପ୍ରୟାସ ଅତ୍ୟନ୍ତ ଜରୁରୀ।

ଗଞ୍ଜାମ ଜିଲ୍ଲାର ଯୁବ ସମାଜସେବୀ ରବି ସାହାଣୀ ଦୀର୍ଘଦିନ ଧରି ପରିବେଶ ସୁରକ୍ଷା ଓ ସଚେତନତା କାର୍ଯ୍ୟକ୍ରମରେ ନିଜକୁ ସମର୍ପିତ କରିଆସୁଛନ୍ତି।
ସେ ବୃକ୍ଷରୋପଣ, ଗଛର ଯତ୍ନ, ପଶୁପକ୍ଷୀଙ୍କ ପାଇଁ ଖାଦ୍ୟ ଓ ପାଣି ବଣ୍ଟନ ଭଳି ବିଭିନ୍ନ ସେବାମୂଳକ କାର୍ଯ୍ୟ ମାଧ୍ୟମରେ ସମାଜକୁ ପ୍ରେରଣା ଦେଉଛନ୍ତି। ବର୍ତ୍ତମାନ ସେ ଇଣ୍ଟରନ୍ୟାସନାଲ ଓଡ଼ିଆ ଫାଉଣ୍ଡେସନର ଜଣେ ନିଷ୍ଠାବାନ ସଦସ୍ୟ ଭାବେ ମଧ୍ୟ ସମାଜ ଓ ପରିବେଶ ପାଇଁ ନିରନ୍ତର କାର୍ଯ୍ୟ କରୁଛନ୍ତି।
ରବି ସାହାଣୀ କହିଛନ୍ତି, “ପ୍ରତ୍ୟେକ ବ୍ୟକ୍ତି ଯଦି ବର୍ଷକୁ ଅତିକମରେ ଗୋଟିଏ ଗଛ ଲଗାଇ ତାହାର ଯତ୍ନ ନିଏ, ତେବେ ଆମେ ଏକ ସବୁଜ ଓ ସୁସ୍ଥ ପୃଥିବୀ ଗଢ଼ିପାରିବା।
ପରିବେଶ ସୁରକ୍ଷା କେବଳ ସରକାରଙ୍କ କାମ ନୁହେଁ, ଏହା ଆମ ସମସ୍ତଙ୍କ ସାମାଜିକ ଦାୟିତ୍ୱ।” ସେ ଯୁବପିଢ଼ିଙ୍କୁ ପ୍ରକୃତି ପ୍ରତି ଭଲପାଇବା ବଢ଼ାଇବା, ପ୍ଲାଷ୍ଟିକ ବ୍ୟବହାର କମାଇବା ଏବଂ ପରିବେଶ ସୁରକ୍ଷାରେ ସକ୍ରିୟ ଭୂମିକା ନେବା ପାଇଁ ଆହ୍ୱାନ କରିଛନ୍ତି।
ଏହି ସୁନ୍ଦର ପରିବେଶ ସୁରକ୍ଷା ଅଭିଯାନରେ କାର୍ଯ୍ୟକ୍ରମ ନିମନ୍ତେ ଇଣ୍ଟରନେସନାଲ ଓଡ଼ିଆ ଫାଉଣ୍ଡେସନର ସମସ୍ତ ପ୍ରତିଷ୍ଠାତା ତଥା କୋର କମିଟି କାର୍ଯ୍ୟକର୍ତ୍ତା ତଥା ବିଭିନ୍ନ ପ୍ରାନ୍ତର ସ୍ବେଛାସେବୀ ମାନେ ଏମ୍ବ ସେହିପରି ଗ୍ରୀନ ପିସ୍ ଭିଲେଜ୍ ର ସମସ୍ତ କାର୍ଯ୍ୟକର୍ତ୍ତାମାନେ ଏହି ସୁନ୍ଦର କାର୍ଯ୍ୟକ୍ରମ ନିମନ୍ତେ ନିଜ ନିଜ ର ଧନ୍ୟବାଦ ପ୍ରଦାନ କରିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031