Indus Valley Times

ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ ଆଇ ଆର)-୨୦୨୬ ସଚେତନତା ରଥ ଶୁଭାରମ୍ଭ

 Breaking News

ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ ଆଇ ଆର)-୨୦୨୬ ସଚେତନତା ରଥ ଶୁଭାରମ୍ଭ

ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ ଆଇ ଆର)-୨୦୨୬ ସଚେତନତା ରଥ ଶୁଭାରମ୍ଭ
May 30
19:26 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୩୦/୫ : ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଚଳିତ ଭୋଟର ତାଲିକା ସ୍ବତନ୍ତ୍ର ସଘନ ସଂଶୋଧନ (ଏସ ଆଇ ଆର)-୨୦୨୬ ସଚେତନତାରଥ ଶୁଭାରମ୍ଭ କରି ଜିଲ୍ଲାର ସମସ୍ତ ଜନସାଧାରଣ ଭୋଟର ତାଲିକା ସ୍ବତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମରେ ସାମିଲ ହୋଇ ନିର୍ଭୁଲ ଭୋଟର ତାଲିକା ପ୍ରକାଶନରେ ବଳିଷ୍ଠ ସହଯୋଗ ପ୍ରଦାନ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି।
ସଚେତନତା ରଥ ଶୁଭାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ତଥା ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ପ୍ରତାପ ଚନ୍ଦ୍ର ବେଉରା, ଡେପୁଟି କଲେକ୍ଟର ସଂଗ୍ରାମ କିଶୋର ଜେନା ପ୍ରମୁଖ ଯୋଗଦେଇଥିଲେ । ଉକ୍ତ ସଚେତନତା ରଥ ଜିଲ୍ଲାର ସମସ୍ତ ତହସିଲ ଏବଂ ବ୍ଲକ ଅଞ୍ଚଳ ବୁଲି ଜଣସାଧାରଣଙ୍କୁ ଏସଆଇଆର ସମ୍ବନ୍ଧୀୟ ବାର୍ତ୍ତା ପ୍ରଦାନ କରିବ।
ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଜିଲ୍ଲାବାସୀଙ୍କୁ ସମ୍ବୋଧନ କରି କହିଛନ୍ତି ଖୋରଧା ବାସୀଙ୍କୁ ମୋର ନମସ୍କାର । ଆପଣ ମାନେ ଜାଣିଛନ୍ତି ଭାରତର ନିର୍ବାଚନ ଆୟୋଗ ଭୋଟର ତାଲିକାରେ ସ୍ବତନ୍ତ୍ର ସଘନ ସଂଶୋଧନ ବା ଏସଆଇଆର ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି ।
ଏସଆଇଆର ଉଦ୍ଦେଶ୍ୟ ହେଲା \”ଯୋଗ୍ୟ ବ୍ୟକ୍ତିଙ୍କୁ ଭୋଟର ତାଲିକାରେ ଯୋଡିବା ଓ ଅଯୋଗ୍ୟ ବ୍ୟକ୍ତିଙ୍କୁ ଭୋଟର ତାଳିକାରୁ ବାଦ ଦେବା \” ।
ଚଳିତ ମେ ମାସ ୩୦ ତାରିଖରୁ ଜୁନ ମାସ ୨୮ ତାରିଖ ପର୍ଯ୍ୟନ୍ତ ପାଖାପାଖୀ ଏକ ମାସ ପର୍ଯ୍ୟନ୍ତ ବିଏଲଓ ମାନେ ଭୋଟର ମାନଙ୍କ ଘରକୁ ଘର ଯାଇ ଦୁଇଟି ଲେଖାଏଁ ପରିଗଣନା ଫର୍ମ ବାଣ୍ଟିବେ ।
ପୂରଣ ହୋଇଥିବା ଫର୍ମର ଗୋଟିଏ ନକଲ ବିଏଲଓ ସଂଗ୍ରହ କରିବେ ଏବଂ ଦ୍ବିତୀୟ ନକଲରେ ନିଜେ ଦସ୍ତଖତ କରି ଭୋଟରଙ୍କୁ ସ୍ବୀକୃତି ପତ୍ର ଭାବେ ଫେରସ୍ତ କରିବେ,ଯାହାକୁ ଭୋଟର ମାନେ ଭବିଷ୍ୟତ ପାଇଁ ସାଇତି ରଖିବେ ।
ଭୋଟର ମାନେ ଚାହିଁଲେ ନିର୍ବାଚନ କମିଶନଙ୍କ ସରକାରୀ ୱେବସାଇଟ ରୁ ଏହି ଫର୍ମ ଡାଉନଲୋଡ କରିପାରିବେ ଏବଂ ପୂରଣ ପରେ ସେହି ପୋର୍ଟାଲ ମାଧ୍ୟମରେ ହିଁ ଅନଲାଇନରେ ଅପଲୋଡ କରିପାରିବେ।
ଫର୍ମ ପୂରଣ କରିବାରେ କୌଣସି ସମସ୍ୟା ହେଲେ ବିଏଲଓ ସମ୍ପୁକ୍ତ ଭୋଟରଙ୍କୁ ସଂପୂର୍ଣ୍ଣ ସହାୟତା ଯୋଗାଇଦେବେ। ଏହାସହ ପଞ୍ଜୀକରଣ କରିବାକୁ ଚାହୁଁଥିବା ଯୋଗ୍ୟ ବ୍ୟକ୍ତିଙ୍କୁ ବିଏଲଓ ସେହି ସମୟରେ ଫର୍ମ -୬ ସହ ସ୍ବତନ୍ତ୍ର ଘୋଷଣାପତ୍ର ପ୍ରଦାନ କରିବେ।
ଏହି ପରିଗଣନା ସମୟରେ ଭୋଟର ମାନଙ୍କ ଠାରୁ କୌଣସି ପ୍ରକାରର ଅତିରିକ୍ତ ଦଲିଲପତ୍ର (ଡକ୍ୟୁମେଣ୍ଟ ) ସଂଗ୍ରହ କରିବାକୁ ଆବଶ୍ୟକତା ନାହିଁ।
ମୋର ଆପଣ ମାନଙ୍କୁ ଅନୁରୋଧ ଯେତେବେକେ ବିଏଲଓ ମାନେ ଆପଣମାନଙ୍କ ପାଖକୁ ତଥ୍ୟ ସଂଗ୍ରହ କରିବାକୁ ଯିବେ ସେମାନଙ୍କୁ ସଠିକ ତଥ୍ୟ ଦେବା ସହିତ ପୂର୍ଣ୍ଣ ସହଯୋଗ କରିବେ । ଚିଠା ଭୋଟର ତାଲିକା ବା ଡ୍ରାଫ୍ଟ ଇଲେକ୍ଟାଲ ରୋଲ ୫ ଜୁଲାଇ ୨୦୨୬ ରେ ପ୍ରକାଶ ପାଇବ ।
୫ ଜୁଲାଇ ରୁ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ଆପଣ ମାନେ ନାମ କାହିଁକି କଟିଲା ବା ଅନ୍ୟାନ୍ୟ ଦାବି ଓ ଆପତ୍ତି ଦାଖଲ କରିପାରିବେ । ଦାବି ଓ ଆପତ୍ତିର ନିଷ୍ପତ୍ତି ଇଆରଓ ମାନେ ୨ ସେପ୍ଟେମ୍ବର ସୁଦ୍ଧା ନେବେ, ତା \’ ପରେ ୬ ସେପ୍ଟେମ୍ବର ୨୦୨୬ ରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ।
ଏସଆଇଆର ସମ୍ପର୍କିତ ତଥ୍ୟ ପାଇଁ ଆପଣମାନେ ନିକଟସ୍ଥ ବିଏଲଓ ଙ୍କୁ ଅଥବା ଇ.ସି. ଆଇ . ଙ୍ଖକ୍ଟଗ୍ଧରକ୍ସଗ୍ଦ .ରମସ .ସଦ୍ଭ ୱେବ ସାଇଟ ସହ ଓ ୧୯୫୦ ଟୋଲ ଫ୍ରି ନମ୍ବର ର ସାହାଯ୍ୟ ନେଇପାରିବେ। ଏସଆଇଆର ସମୟରେ ବିଏଲଓ ମାନଙ୍କୁ ପୂର୍ଣ୍ଣ ସହଯୋଗ କରିବା ପାଇଁ ଖୋରଧା ବାସୀଙ୍କୁ ଆଉଥରେ ଅନୁରୋଧ କରୁଛି।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930