Indus Valley Times

ପହଣ୍ଡିରେ ଅଘଟଣ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଲେ- ତଦନ୍ତ ପାଇଁ ଗଠନ ହେବ ୩ଜଣିଆ କମିଟି

 Breaking News

ପହଣ୍ଡିରେ ଅଘଟଣ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଲେ- ତଦନ୍ତ ପାଇଁ ଗଠନ ହେବ ୩ଜଣିଆ କମିଟି

July 10
17:12 2024

ପୁରୀ,୧୦/୭: ପହଣ୍ଡିରେ ଅଘଟଣକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ। ବୁଧବାର ବସିଥିବା ପରିଚାଳନା କମିଟି ବୈଠକ ପରେ ଗଜପତି ମହାରାଜା ତାଙ୍କର ପ୍ରତିକ୍ରିୟା ରଖିଛନ୍ତି।
ଗଜପତି କହିଛନ୍ତି, ଯାହା ଘଟିଲା ତାହା ସମସ୍ତଙ୍କୁ ମର୍ମାହତ କରିଛି, ଦୁଃଖିତ କରିଛି। କାଲିର ଘଟଣାରୁ ସେବାୟତମାନେ ଯାହା ଶିଖିବା କଥା ଶିଖିଛନ୍ତି।
ଆଗାମୀ ଦିନରେ ଏହାର ପୁନରାବୃତ୍ତି ନ ହେବାକୁ ସେବାୟତ ଯତ୍ନ ନେବେ। ପହଣ୍ଡି ସମୟରେ ଓ ରଥ ଉପରେ ଅଧିକ ସେବାୟତ ରହୁଛନ୍ତି। ନୀଳାଦ୍ରି ବିଜେ ପରେ ଏନେଇ ବିସ୍ତୃତ ଭାବେ ଆଲୋଚନା ହେବ।
ପରିଚାଳନା କମିଟି ବୈଠକରେ ଏନେଇ ବିଶେଷ ଆଲୋଚନା ହେବ। ଆଗାମୀ ରଥଯାତ୍ରାରେ ଯେମିତି ଏଭଳି ନ ହେବ, ସେନେଇ ନିଷ୍ପତ୍ତି ନିଆଯିବ ବୋଲି ଗଜପତି ମହାରାଜା କହିଛନ୍ତି।
ସୂଚନାଯୋଗ୍ୟ, ଶ୍ରୀବିଗ୍ରହମାନଙ୍କ ମଙ୍ଗଳବାର ସନ୍ଧ୍ୟାରେ ଆଡ଼ପ ମଣ୍ଡପ ପହଣ୍ଡି ସମୟରେ ରଥ ଉପରେ ଏକ ବଡ଼ଧରଣର ଅଘଟଣ ଘଟିଥିଲା।
ବଡ଼ଠାକୁର ବଳଭଦ୍ରଙ୍କୁ ରଥରୁ ପହଣ୍ଡି କରି ଅଣାଯାଉଥିବା ବେଳେ ଚାରମାଳ ଉପରେ ସେବାୟତମାନେ ପକାଇ ଦେଇଥିଲେ। ଏଥିରେ କିଛି ସେବାୟତ ମଧ୍ୟ ଆହତ ହୋଇଥିଲେ। କିଛି ସମୟ ପରେ ଠାକୁରଙ୍କୁ ଉଠାଯାଇ ପୁଣ ପହଣ୍ଡି କରି ଜନ୍ମବେଦୀ ବା ଆଡ଼ପମଣ୍ଡପକୁ ନିଆଯାଇଥିଲା।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31